ବିବାହ କରିବାକୁ ଘରୁ ଲୁଚି ପ୍ରଳାଇ ଆସିଥିଲେ ଅର୍ଚ୍ଚନା

ମୁମ୍ବାଇ: ‘ ଦ କପିଲ ଶର୍ମା’ ଶୋରେ ଏଥର ଚର୍ଚ୍ଚିତ ଯୋଡିଙ୍କୁ ଦେଖିବାକୁ ମିଳିବ। ଯେଉଁଥିରେ ଅଛନ୍ତି ଅର୍ଚ୍ଚନା ପୁରନ ସିଂ ଓ ପରମିତ ସେଠୀ, କଶ୍ମୀରା ଶାହ ଓ କୃଷ୍ଣା ଅଭିଷେକ, କିକୁ ଶାରଦା ଓ ପ୍ରିୟଙ୍କା ସାରଦା। ଏହି ମିଷ୍ଟର ଆଣ୍ଡ ମିସେସ ସ୍ପେଶାଲ ଏପିସୋଡରେ ପତ୍ନୀ-ପତି ନିଜ ଜୀବନ, ପରସ୍ପର ମଧ୍ୟରେ ଥିବା ସମ୍ପର୍କର କିଛି ରୋଚକ କାହାଣୀ କଥା ଆଲୋଚନା କରିବେ। ଏମାନଙ୍କ ମଧ୍ୟରେ ଥିବା ଚର୍ଚ୍ଚତ ଯୋଡି ଅର୍ଚ୍ଚନା ଓ ପରମିତଙ୍କ ଉପରେ ରହିଛି ସମସ୍ତଙ୍କର ନଜର। ଏମାନଙ୍କ ବିବାହକୁ ୨୮ ବର୍ଷ ବିତିଗଲାଣି। ହେଲେ ଆଜିବି ଏମାନେ ଖୁବ୍‌ ରୋମାଣ୍ଟିକ୍‌। ଏଥର ଓ୍ବିକ ଏଣ୍ଡ ‘ଦ କପିଲ ଶର୍ମା’ ଶୋରେ ଏହି ଯୋଡି ‘ କପଲ ଗୋଲ୍‌ସ’ର ପରିଭାଷା ବଦଳାଇବେ ବୋଲି କୁହାଯାଉଛି। ତେବେ ଏହି କମେଡି ଶୋ’ରେ କପିଲ ପରମିତଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ବିବାହ ପାଇଁ ଅର୍ଚ୍ଚନା ତାଙ୍କୁ କି କି କାମରେ ଲଗାଇଛନ୍ତି। ଆଉ ପରମିତ କହିଛନ୍ତି ବିବାହ ପାଇଁ ଅର୍ଚ୍ଚନା ତାଙ୍କ ଉପରେ ଚାପ ପକାଇଥିଲେ। ଏମିତି ସ୍ଥିତି ଉପୁଜିଥିଲା କି ଅର୍ଚ୍ଚନାଙ୍କୁ ସେ ବିବାହ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନ ଥିଲା। ହେଲେ ଅର୍ଚ୍ଚନା ଏହାକୁ ବିରୋଧ କରି କହିଛନ୍ତି ପରମିତ ତାଙ୍କୁ ପ୍ରପୋଜ କରିଥିଲେ। ଆଉ ଉଭୟ ବିବାହ କରିବେ ବୋଲି ଘରୁ ଲୁଚି ପଳାଇଥିଲେ। ତେବେ ବିବାହ ପାଇଁ ସ୍ଥିର କରିବା ପରେ ଉଭୟ ରାତି ୧୧ଟାରେ ପଣ୍ଡିତ ଖୋଜିଥିଲେ ଆଉ ୧୨ଟାରେ ତାଙ୍କୁ ପଣ୍ଡିତ ମିଳିଯାଇଥିଲେ। ହେଲେ ପଣ୍ଡିତଙ୍କର କିଛିଟା ସର୍ତ୍ତ ଯୋଗୁ ବିବାହ ତା’ପରଦିନ ଦିନ ୧୧ଟାରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri