Home Left

ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟିର ଗହଣା ଜବତ

ନୂଆଦିଲ୍ଲୀ,୧୧।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟି ଟଙ୍କାର ଗହଣାକୁ ଜବତ କରିଥିବା ଜଣାପଡ଼ିଛି। ୨୩୦୦ କିଲୋ ଗ୍ରାମର ପଲିସ ହୋଇଥିବା ହୀରା ଏବଂ ପର୍ଲସକୁ ହଂକଂରୁ ଅଣାଯାଇଥିବା ଜଣାପଡ଼ିଛି। ଏହାର ଦାମ୍‌ ପ୍ରାୟ ୧୩୫୦…

ଶିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ: ମିଳିତମଞ୍ଚ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପ୍ରତିବାଦ କରିଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ମିଳିତ ମଞ୍ଚର ଆବାହକ ଗୋଲକ ନାୟକ, ପବିତ୍ର…

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିଛନ୍ତି। ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ବୁଧବାର ଫୁଲୁରି ତେଲ ଲାଗି…

କେଟିଲ୍‌ରେ ଜଗନ୍ନାଥଙ୍କ ଚିତ୍ର

ଭୁବନେଶ୍ୱର,୧୧।୬ (ବ୍ୟୁରୋ): ଜଗନ୍ନାଥଙ୍କ ଚିତ୍ରଥିବା ଏକ କେଟିଲ୍‌ ବିକ୍ରିକୁ ନେଇ ଅଡ଼ୁଆରେ ପଡ଼ିଛି ଦେଶର ଆଗଧାଡ଼ିରେ ଥିବା ଅନ୍ୟତମ ଇ-କମର୍ସ ସଂସ୍ଥା ‘ଫ୍ଲିପ୍‌କାର୍ଟ’। ଫ୍ଲିପ୍‌କାର୍ଟର ହୋମ୍‌ ଡେକର୍‌ ସେକ୍ସନରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ର ଥିବା ଏକ ଚା’…

୬ରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଟର୍ମିନାଲ୍‌ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୧୧।୬ (ବ୍ୟୁରୋ): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଟର୍ମିନାଲ୍‌ ସେମିଷ୍ଟର ପରୀକ୍ଷା ଜୁଲାଇ ୬ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ। ଛାତ୍ରୀଛାତ୍ରମାନେ ଘରେ ରହି ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ଦେବେ ଅର୍ଥାତ୍‌ ହୋମ୍‌ ବେସ୍‌ଡ ଓପନ୍‌ ବୁକ୍‌ ଏକ୍‌ଜାମ (ହୋବ୍‌)…

ସଡ଼କ ଦୁର୍ଘଟଣା ବୃଦ୍ଧି ନେଇ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ

କଟକ ଅଫିସ,୧୧।୬: ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ନେଇ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଚିନ୍ତା ପ୍ରକାଶ କରିଛି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ଦୁର୍ଘଟଣାଜନିତ ମୃତ୍ୟୁକୁ କମାଇବା ପାଇଁ…

ରଥଯାତ୍ରା ହେବ କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ଭାଜପା

ଭୁବନେଶ୍ୱର,୧୧।୬ (ବ୍ୟୁରୋ): ଜଗନ୍ନାଥଙ୍କ ରଥଯାତ୍ରା ଶତାଦ୍ଦୀ ଶତାଦ୍ଦୀର ପରମ୍ପରା। ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ରଥଯାତ୍ରା ଅନାଦି କାଳରୁ ରହି ଆସିଛି। ଚଳିତ ବର୍ଷ ରଥଯାତ୍ରାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏହା ପଛରେ ରାଜ୍ୟ…

୭ ବିଚାର ବିଭାଗ ଅଧିକାରୀଙ୍କ ବଦଳି

କଟକ ଅଫିସ,୧୧।୬ : ରାଜ୍ୟରେ ବୁଧବାର ୭ଜଣ ବିଚାର ବିଭାଗ ଅଧିକାରୀଙ୍କର ବଦଳି ହୋଇଛି। ମନୀନ୍ଦ୍ର ଭୂଷଣ ସାହୁଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି ଏବଂ ପୃଥ୍ବୀରାଜ ପ୍ରଧାନଙ୍କୁ ଜେଏମ୍‌ଏଫ୍‌ସି (ଏଲ୍‌ଆର୍‌) ଭାବେ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମାମି ବେହେରାଙ୍କୁ ବଣାଇ ଏସ୍‌ଡିଜେଏମ୍‌,…

ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ବିଧାନସଭା ଘେରାଉ: ପ୍ରଦୀପ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଚିନରେ କାମ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ସହ ହତ୍ୟା କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ପୋଲିସ ଚପାଇଦେବାକୁ ଚକ୍ରାନ୍ତ କରୁଥିବା…

ସୁଇସ୍‌ ଓପନ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୧୧।୬(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ୟାଲେଣ୍ଡର ପ୍ରଭାବିତ ହେବାରେ ଲାଗିଛି। ବିକଳ୍ପ ସମୟ ନ ପାଇବା କାରଣରୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ) ଚଳିତ ବର୍ଷର ସୁଇସ୍‌ ଓପନ ଏବଂ ୟୁରୋପିଆନ ଚାମ୍ପିୟନଶିପ୍‌କୁ ବାତିଲ କରିଛି। ପୂର୍ବରୁ…

ବଦଳିଗଲାଣି କିଣାକିଣି ତରିକା

ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍‌ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା ଲାଗି ଆସୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଖାଉଟିଙ୍କ କିଣାକିଣି କରିବା ଢାଞ୍ଚାରେ ପରିବର୍ତ୍ତନ ଦେଖାଯାଇଛି। ଗ୍ରାହକ…

ଆଇଟି କ୍ଷେତ୍ରରେ ଛଟେଇ ବଢ଼ିଛି

ନୂଆଦିଲ୍ଲୀ,୧୧।୬: କରୋନା ଯୋଗୁ ଲୋକଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଛି। କରୋନା ଦ୍ୱାରା କେବଳ ସଙ୍ଗଠିତ କ୍ଷେତ୍ର ନିଯୁକ୍ତି ପ୍ରଭାବିତ ହୋଇନାହିଁ ବରଂ ସଙ୍ଗଠିତ କ୍ଷେତ୍ରରେ ବୃହତ୍‌ ପରିମାଣର ଲୋକଙ୍କ ଚାକିରି ଚାଲିଯାଇଛି। କୋଭିଡ୍‌-୧୯ ଦ୍ୱାରା ସାରା ବିଶ୍ୱର ଆଇଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri