ଫିଲ୍ମରେ ପ୍ରବେଶ ସମୟରେ ଦୀପିକା ପାଦୁକୋନ ଥିଲେ ଏପରି, କହିଲେ ପ୍ରଥମ ନିର୍ଦ୍ଦେଶକ

ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ରେ ଅନେକ କଳାକାର ଛନ୍ଦିହୋଇ ଯାଇଛନ୍ତି। ଏ ନେଇ ଦୀପିକା ପାଦୁକୋନ ଚର୍ଚ୍ଚାରେ ରହିଛନ୍ତି। ଏନସିବି ପଚରାଉଚରା ପାଇଁ ତାଙ୍କୁ ମୁମ୍ବାଇକୁ ଡକାଇଛି। ଏହି ସମୟରେ ଦୀପିକାଙ୍କ ବିଷୟରେ ଅନେକ ଆଲୋଚନା ହେଉଛି। ତାଙ୍କ ସହ କାମ କରିଥିବା ଲୋକମାନେ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି।

ଦୀପିକା ପାଦୁକୋନ ପ୍ରଥମେ ୨୦୦୬ରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ‘ଐଶ୍ୱର୍ଯ୍ୟା’ ନାମକ ଏକ କନ୍ନଡ ଫିଲ୍ମ କରିଥିଲେ।

ଏହି ଫିଲ୍ମ୍‌ର ନିର୍ଦ୍ଦେଶକ ଇନ୍ଦ୍ରଜିତ ଲଙ୍କେଶ କହିଛନ୍ତି ମୁଁ, ବହୁତ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ଯେତେବେଳେ ଦୀପିକା ମୋ ସହ କାମ କରୁଥିଲେ, ମୁଁ ତାଙ୍କୁ ଭିନ୍ନ ଭାବରେ ଜାଣିଥିଲି।

ସେ କହିଥିଲେ, ‘ସେହି ସମୟରେ ସେ ଛୋଟ ମଡେଲିଂ ଆସାଇନମେଣ୍ଟ କରୁଥିଲେ। ମଁୁ ତାଙ୍କୁ ପ୍ରକାଶ ପାଦୁକୋନଙ୍କ ଝିଅ ଭାବରେ ଜାଣିଥିଲି। କାରଣ ମୋ ବାପା ପ୍ରକାଶ ପାଦୁକୋନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ।

ଇନ୍ଦ୍ରଜିତ କହିଛନ୍ତି, ‘ପ୍ରକାଶ ପାଦୁକୋନ ଜଣେ ଅତି ଶୃଙ୍ଖଳିତ ବ୍ୟକ୍ତି ଏବଂ ସେ ଏକ ସାଂସ୍କୃତିକ ପୃଷ୍ଠଭୂମିରୁ ଆସିଛନ୍ତି।

ମୁଁ ଯେତେବେଳେ ଦୀପିକାଙ୍କୁ ପ୍ରଥମ ଥର ଦେଖିଲି, ସେତେବେଳେ ସେ ମଧ୍ୟ ତାଙ୍କ ବାପାଙ୍କ ପରି ତାଙ୍କ ଆଖିରେ କିଛି ଇଚ୍ଛା ଦେଖିଲି। ତାଙ୍କବାପା ସର୍ବଦା ଚାହୁଁଥିଲେ ଯେ ସେ ବ୍ୟାଡମିଣ୍ଟନ ଖେଳାଳି ହୁଅନ୍ତୁ। ଅବଶ୍ୟ, ପରେ ଦୀପିକାଙ୍କ ଧ୍ୟାନ ବଦଳିଗଲା ଏବଂ ସେ ଜଣେ ଅଭିନେତ୍ରୀ ହେବାକୁ ସ୍ଥିର କଲେ। ଏହି କାମରେ ତାଙ୍କ ବାପା ପ୍ରକାଶ ତାଙ୍କୁ ସମର୍ଥନ କରିଥିଲେ, ଯେଉଁଥିପାଇଁ ସେ ଜଣେ ବଡ ଅଭିନେତ୍ରୀ ହୋଇଥିଲେ।

ଯେତେବେଳେ ସେ ମୋର ପ୍ରଥମ ଫିଲ୍ମ ଐଶ୍ୱର୍ଯ୍ୟାରେ କାମ କଲେ, ମୁଁ ତାଙ୍କ ଭିତରେ ଅନୁଶାସନ ଦେଖିଲି, ଫୋକସ ଦେଖିଲି, କିଛି ପାଇବା ପାଇଁ ଇଚ୍ଛା ଦେଖିଲି ଏବଂ ପରିବାରର ନାମ ଉଚ୍ଚ କରିବାକୁ ଆଗ୍ରହ ମଧ୍ୟ ଦେଖିଲି।

ଏପରି କଥା ଶୁଣି ମଁ ଆଶ୍ଚର୍ଯ୍ୟ ହୋଇଗଲି। ଯଦି ଏହି ଖବର ସତ ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?