ରିଲିଫ ଚାଉଳ ବଣ୍ଟନରେ ଦୁର୍ନୀତି

ଯାଜପୁର ଅଫିସ୍‌,୨୫।୯: ରିଲିଫ୍‌ ଚାଉଳ ହଡ଼ପ କରାଯାଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ ହେବାର ଗୋଟିଏ ଦିନ ପରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ଯାଜପୁର ବ୍ଲକ ଏରାବାଙ୍କ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ବିପନ୍ନ ପରିବାରକୁ ନୋଟିସ୍‌ ଜାରି କରିଛନ୍ତି। ନୋଟିସରେ ଦର୍ଶାଯାଇଛି ଯେ, ୩ ଜଣ ଗୃହକର୍ତ୍ତାଙ୍କ ନାମରେ ଆସିଥିବା ରିଲିଫ୍‌ ଚାଉଳ ଓ ସହାୟତା ଅର୍ଥରାଶି ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଗଚ୍ଛିତ ରହିବ। ଏହି ସମୟ ମଧ୍ୟରେ ରିଲିଫ୍‌ ସାମଗ୍ରୀ ନ ନଲେ ଏହା ବ୍ଲକ କାର୍ଯ୍ୟାଳୟକୁ ଫେରସ୍ତ କରାଯିବ ବୋଲି ନୋଟିସ୍‌ରେ ଦର୍ଶାଯାଇଥିବା ଗୁରୁଚରଣ ଜେନା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର ଇନ୍ଦାରୋଇ ଗ୍ରାମରେ ରିଲିଫ ଚାଉଳ ବଣ୍ଟନ କରାଯାଉଥିଲା। ୨ଜଣ ସ୍କୁଲ ଶିକ୍ଷକଙ୍କ ଉପସ୍ଥିତିରେ ଚାଉଳ ବଣ୍ଟନ କରାଯାଉଥିବା ବେଳେ ମୁଣ୍ଡପିଛା ୩ କିଲୋଗ୍ରାମ ଲେଖାଏଁ ଚାଉଳ ଏବଂ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା। ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ହେଲେ ପ୍ରତିବାଦକାରୀଙ୍କୁ ଧମକ ଦିଆଯାଇ ଚାଉଳ ନିଅ ନ ହେଲେ ଫେରାଇ ଦିଆଯିବ ବୋଲି କୁହାଯାଇଥିଲା। ଏହାସହ ରିଲିଫ ଚାଉଳ ହାତେଇବାକୁ ଏକାଠି ରହୁଥିବା ପରିବାରଙ୍କୁ ବାପ ଓ ପୁଅ ନାମରେ ୨ ଭାଗ କରାଯାଇ ହିତାଧିକାରୀ ପ୍ରସ୍ତୁତ କରାଯାଇଛି। ଏଥିଯୋଗୁ ବାସ୍ତବ ବନ୍ୟା ବିପନ୍ନମାନଙ୍କ ନାମ ତାଲିକାରେ ନ ଥିବା ଅଭିଯୋଗ ହୋଇଥିଲା। ଯାଜପୁର ଜିଲାପାଳ ଆଇଏଏସ୍‌ ପ୍ରବେସନର ସଚିନ ପାୱାରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ। ସେ ଗତ ୨୩ ତାରିଖରେ ଇନ୍ଦାରୋଇ ଗ୍ରାମକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏ ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାବେଳେ ଗୁରୁବାର ସେହି ପଞ୍ଚାୟତର ପିଇଓ ଇନ୍ଦାରୋଇ ଗ୍ରାମକୁ ଯାଇ ଏକ କାଗଜରେ ଦସ୍ତଖତ କରିବାକୁ ଅଭିଯୋଗକାରୀମାନଙ୍କୁ କହିଥିଲେ। ସେମାନେ ମନା କରିବାରୁ ସେହି ଗ୍ରାମର ଅନ୍ୟ ୨ ଜଣଙ୍କୁ ସାକ୍ଷୀ ରଖି ଅଭିଯୋଗକାରୀମାନେ ଦସ୍ତଖତ କଲେନାହିଁ ବୋଲି ଦସ୍ତଖତ ନେଇ ଫେରିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ବିଭାଗ ଏସିଏସ୍‌ଓ ପ୍ରହ୍ଲାଦ ସେଠୀଙ୍କୁ ପଚାରିବାରେ ପଞ୍ଚାୟତଗୁଡ଼ିକୁ ରିଲିଫ ଚାଉଳ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ଇନ୍ଦାରୋଇ ଦୁର୍ନୀତି ଅଭିଯୋଗ ଉପରେ ଜିଲାପାଳ ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri