ଖଣ୍ଡଗିରି ଅସ୍ଥାୟୀ ବସ୍‌ ଡିପୋକୁ ନେବ ଓଏସ୍‌ଆର୍‌ଟିସି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦୂର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମସ୍ୟା। ଏହାର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଥିବାବେଳେ ଅକ୍ଟୋବରରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଖଣ୍ଡଗିରିରେ ହୋଇଥିବା ଅସ୍ଥାୟୀ ବସ୍‌ ଡିପୋର ଦାୟିତ୍ୱ ହସ୍ତାନ୍ତର କରିବ। ଏହାସହ ବରମୁଣ୍ଡାରେ ବସ୍‌ଷ୍ଟାଣ୍ଡର ବିକାଶ କାର୍ଯ୍ୟ ଆରମ୍ଭ କରିବ। କରୋନା ପାଇଁ ଖଣ୍ଡଗିରି ଅସ୍ଥାୟୀ ବସ୍‌ ଡିପୋ କାର୍ଯ୍ୟ ଶେଷ ହେବାରେ ସାମାନ୍ୟ ବିଳମ୍ବ ହେଉଥିଲେ ହେଁ ଅକ୍ଟୋବର ସୁଦ୍ଧା ଏହାର ବାକି କାର୍ଯ୍ୟ ଶେଷ କରି ଆନ୍ତଃ ରାଜ୍ୟ ବସ୍‌ ପରିଚାଳନା କରିବାକୁ ବିଡିଏ ଓଏସ୍‌ଆରଟିସିକୁ ଏହାକୁ ହସ୍ତାନ୍ତର କରିବ ବୋଲି ଗୁରୁବାର ଜଣାପଡ଼ିଛି।
ଖଣ୍ଡଗିରିରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ଜାରି ରହିଥିବାବେଳେ ଏହା ୨.୫ ଏକର ଜମିରେ ପରିବ୍ୟାପ୍ତ ଅଛି। ଏହି ଅସ୍ଥାୟୀ ବସ୍‌ ଡିପୋରେ ମୁଖ୍ୟ କାର୍ଯ୍ୟାଳୟ, ଷ୍ଟୋର ରୁମ୍‌, ରେଷ୍ଟ ରୁମ୍‌, ଗ୍ୟାରେଜ୍‌, ଗାଡ଼ି ଧୁଆ ସ୍ଥାନ ସହ ସୁରକ୍ଷାକର୍ମୀଙ୍କ ପାଇଁ ଗୃହ ରହିବ। ଏହାସହ ଏକ ସବ୍‌ ବିଦ୍ୟୁତ୍‌ କାର୍ଯ୍ୟାଳୟ, ଆଲୋକୀକରଣ ସହ ୨ଟି ହାଇମାଷ୍ଟ ଲାଇଟ୍‌ ଓ ୧୩ଟି ୟାର୍ଡ ଲାଇଟ୍‌ ପାର୍କିଂସ୍ଥଳରେ ଲାଗିବ ଏବଂ ଅନ୍ୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ। ଘରେଇ କମ୍ପାନୀ ବ୍ରିଜ୍‌ ଓ ରୁଫ୍‌ ଦ୍ୱାରା ଏହାର କାର୍ଯ୍ୟକୁ ବିକଶିତ କରାଯାଇ ଓଏସ୍‌ଆରଟିସିକୁ ହସ୍ତାନ୍ତର କରାଯିବ। ପରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ବିକାଶ କାର୍ଯ୍ୟ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ଏ ସମ୍ପର୍କରେ ଓଏସ୍‌ଆର୍‌ଟିସି ପକ୍ଷରୁ ଓଏଏସ୍‌ ଦୀପ୍ତି ମହାପାତ୍ର କହିଛନ୍ତି, ବିଡିଏ ପକ୍ଷରୁ ଏ ନେଇ ଆଲୋଚନା କରାଯାଇଛି। ଯଦି ଅକ୍ଟୋବର ସୁଦ୍ଧା ନିର୍ମାଣ କାମ ସାରନ୍ତି, ତା’ହେଲେ ଓଏସ୍‌ଆରଟିସିକୁ ହସ୍ତାନ୍ତର କରିବେ। ନଚେତ୍‌ ସାମାନ୍ୟ ବିଳମ୍ବ ହେବ। ତେବେ ବିଡିଏ ମୁଖ୍ୟ ଇଞ୍ଜିନିୟର-କମ୍‌ ଇଞ୍ଜିନିୟରିଂ ସଦସ୍ୟ ରାଜେନ୍ଦ୍ର ନାୟକ କହିଛନ୍ତି, ଅକ୍ଟୋବରରେ କାମ ସାରି ୧୫ତାରିଖ ସୁଦ୍ଧା ଓଏସ୍‌ଆରଟିସିକୁ ହସ୍ତାନ୍ତର ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏହାର ରକ୍ଷଣାବେକ୍ଷଣ ଅବଧି ୫ବର୍ଷ ରହିବ। ବସ୍‌ ଡିପୋରେ ୭୯୯.୨୮ ବର୍ଗ ମିଟର ବିଲ୍ଟ-ଅପ୍‌ କ୍ଷେତ୍ର, ୫,୪୩୦ ବର୍ଗ ମିଟର ପକ୍କା ଘର, ଅଫିସ୍‌ (୫୭.୧ ବର୍ଗ ମିଟର), ଷ୍ଟୋର-କମ-ବିଶ୍ରାମ କକ୍ଷ (୧୮୮.୬୧୦ ବର୍ଗ ମିଟର), କର୍ମଶାଳା (୫୪୨.୫ ବର୍ଗ ମିଟର) ଏବଂ ସୁରକ୍ଷା କକ୍ଷ (୧୧.୦୭ ବର୍ଗ) ରହିବ। ଡିପୋରେ ଏକ ସମୟରେ ପ୍ରାୟ ୪୦ଟି ବସ୍‌ ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri