ପୂଜାଛୁଟି ପରେ କଲେଜ ଖୋଲିିପାରେ
ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ଦୁର୍ଗାପୁଜା ଛୁଟି ପରେ କଲେଜ ଖୋଲିପାରେ। ଏଥିପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାର ଅନୁଧ୍ୟାନ ପାଇଁ ୧୦ଦିନ ତଳେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି।…
ହେଡ୍କ୍ୱାର୍ଟର୍ସରେ ରହିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ପାଇଁ ସାରା ରାଜ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେବ ସ୍କୁଲ ବନ୍ଦ ରହିଛି। ଏବେ ଅନ୍ଲାଇନ୍ରେ ପାଠପଢ଼ା ଚାଲିଥିଲେ ମଧ୍ୟ ସବୁ ଛାତ୍ରୀଛାତ୍ର ଉପକୃତ ହୋଇପାରୁନାହାନ୍ତି। ତେଣୁ ସ୍କୁଲ୍ ଖୋଲିବାକୁ ରାଜ୍ୟ ସରକାର ଚିନ୍ତା…
ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର
କଟକ ଅଫିସ,୧୦ । ୧୦: କଟକ ଦଶହରା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ଶୁକ୍ରବାର ଶୁଣାଣି ହୋଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ସପକ୍ଷରେ ରାଜ୍ୟ…
୧୮ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର,୧୦ । ୧୦(ବ୍ୟୁରୋ): ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ। ସ୍ବାଭାବିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାରୁ ଅପସରି ଯାଇଥାଏ। ଲଗାତର ଲଘୁଚାପ ସୃଷ୍ଟି ହେଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି। ତେଣୁ ଚଳିତ…
ସୁରକ୍ଷା ପ୍ରତି ଧ୍ୟାନ ନାହିଁ
ଭୁବନେଶ୍ୱର,୧୦। ୧୦(ବ୍ୟୁରୋ): ରାଜ୍ୟରେ ଥିବା ପେଟ୍ରୋଲ ପମ୍ପ ତଥା ଗ୍ୟାସ ଫିଲିଂ ଷ୍ଟେଶନଗୁଡ଼ିକର ସୁରକ୍ଷା ପ୍ରତି ପେଟ୍ରୋଲିୟମ ଆଣ୍ଡ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ଗୁରୁତ୍ୱ ଦେଉନାହିଁ। ଫଳରେ ନିୟମିତ ବ୍ୟବଧାନରେ ପମ୍ପଗୁଡ଼ିକର ଯାଞ୍ଚ ହୋଇପାରୁ ନାହିଁ। ପେଟ୍ରୋଲ ପମ୍ପ୍ ପ୍ରତିଷ୍ଠା ପାଇଁ…
କୋଭିଡ ଆଇନ ଉଲ୍ଲଂଘନ ପ୍ରସଙ୍ଗ: କ୍ଷମା ମାଗିଲେ ବିଧାୟକ ଉମା
ପୁରୀ ଅଫିସ,୧୦ା୧୦: କୋଭିଡ୍ ଆଇନ ଉଲ୍ଲଂଘନ କରିଥିବାରୁ ଶେଷରେ କ୍ଷମା ମାଗିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ଶନିବାର ବିଧାୟକ ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ ଥାଇ ସ୍ବର୍ଗଦ୍ୱାରରେ ପହଞ୍ଚତ୍ବା ମୋର ଭୁଲ୍ ଥିଲା। ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ…
ମୂଷା କାଟି ଦେଲେ ଜମିଜମା କାଗଜପତ୍ର: ପ୍ରଶାସନର ଅକଲ ଗୁଡୁମ୍
ଆଗ୍ରା, ୧୦।୧୦: ଆଗ୍ରା ନଗର ନିଗମ କାର୍ଯ୍ୟାଳୟର ଅବହେଳା ସମ୍ପର୍କରେ ଏକ ଖବର ପଦାକୁ ଆସିଛି। ଏଠାରେ ମୂଷାମାନେ ଲୋକଙ୍କ ଜମିଜମା କାଗଜ ପତ୍ରର ରେକର୍ଡ କାଟିକୁଟି ନଷ୍ଟ କରିଦେଇଛନ୍ତି। ଏଠାରେ ୧୯୮୭ରୁ ୧୯୯୨ ପର୍ଯ୍ୟନ୍ତ ଜମିଜମା ରେକର୍ଡ ରହିଥିଲା। ଏହି…
ହାଥରସ ମାମଲା: ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ଭେଟିଲେ ନିର୍ଭୟା ମାମଲାର ଓକିଲ ଏପି ସିଂ
ହାଥରସ,୧୦ ।୧୦: ଉତ୍ତର ପ୍ରଦେଶ ହାଥରସ ଜିଲା ଚମ୍ପଦା କୋତବାଲି ଅଞ୍ଚରେ ହୋଇଥିବା ଗଣ ବଳାତ୍କାର ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମନାକୁ ଆସୁଛି । ପୋଲିସ ପୀଡ଼ିତାଙ୍କ ଘରେ ସିସିଟିଭି ଲାଗାଇଥିଲା । ପୀଡ଼ିତାଙ୍କ ଘରେ ସିସିଟିଭି ଓ…
ବରଗଡ଼ରୁ ୯୫ ନୂଆ କରୋନା ପଜିଟିଭ୍: ରହିଛନ୍ତି ୩ ଶିଶୁ
ବରଗଡ଼ ଅଫିସ,୧୦।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲାରେ ପୁଣି ୯୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୧ଜଣ ମହିଳା ଓ ୭୪ ଜଣ ପୁରୁଷ ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତ…
ନନ୍ଭେଜ୍ ଖାଇବା, କଫି ପିଇବା ଛାଡିଦେଲେ ରିତେଶ: କାରଣ ଜାଣିଲେ ପ୍ରଶଂସାରେ ପୋତି ପକାଇବେ
ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ନନ୍ଭେଜ ଖାଇବା ଏବଂ କଫି ପିଇବା ସମ୍ପୂର୍ଣ୍ଣ ଛାଡି ଦେଇଛନ୍ତି। କାରଣ ସେ ଫିଟ୍ ରହିବାକୁ ଚାହୁଁଛନ୍ତି। ‘କୌନ୍ ବନେଗା କରୋଡପତି’ ରେ ଆସିଥିବା ବେଳେ ରିତେଶ ଏହା କହିଛନ୍ତି। ତେବେ ସେ କାହିଁକି ଫିଟ୍୍…
ଆକାଶରୁ ହେଲା ଚଢ଼େଇ ବର୍ଷା
ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ୭୨ ବର୍ଷ ପରେ ଆମେରିକାର ଫିଲାଡେଲଫିଆ ସହରରେ ଦେଖିବାକୁ ମିଳିଛି। ଅକ୍ଟୋବର ୨ ଭୋର…
ଭାଜପା ଏମ୍ପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଭାଜପା ଏମ୍ପି ଅପରାଜିତା ଷଡଙ୍ଗୀଙ୍କ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଶନିବାର ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି। ଏହାକୁ ୧୫ ଦିନ ବନ୍ଦ କରିବାକୁ ବିଏମ୍ସି ନୋଟିସ ଦେଇଛି। କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ…

