ସୁରକ୍ଷା ପ୍ରତି ଧ୍ୟାନ ନାହିଁ

ଭୁବନେଶ୍ୱର,୧୦। ୧୦(ବ୍ୟୁରୋ): ରାଜ୍ୟରେ ଥିବା ପେଟ୍ରୋଲ ପମ୍ପ ତଥା ଗ୍ୟାସ ଫିଲିଂ ଷ୍ଟେଶନଗୁଡ଼ିକର ସୁରକ୍ଷା ପ୍ରତି ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ଗୁରୁତ୍ୱ ଦେଉନାହିଁ। ଫଳରେ ନିୟମିତ ବ୍ୟବଧାନରେ ପମ୍ପଗୁଡ଼ିକର ଯାଞ୍ଚ ହୋଇପାରୁ ନାହିଁ। ପେଟ୍ରୋଲ ପମ୍ପ୍‌ ପ୍ରତିଷ୍ଠା ପାଇଁ କେବଳ ଏକ୍ସପ୍ଲୋସିଭ୍‌ ଲାଇସେନ୍ସ ଦେଇ ତାହାକୁ ତୈଳ କମ୍ପାନୀ ହାତରେ ପେସୋ ଟେକିଦେଉଛି। ଏହାପରେ ତୈଳକମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ମୁତାବକ ଯାଞ୍ଚ କରୁଛନ୍ତି। ଆଇଓସିଏଲ୍‌, ଭାରତ ପେଟ୍ରୋଲିୟମ୍‌, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ ଭଳି ପ୍ରମୁଖ ତୈଳ କମ୍ପାନୀର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ନାମକୁ ମାତ୍ର ତ୍ରୈମାସିକ ଯାଞ୍ଚ କରୁଥିବାବେଳେ ପେସୋ ପକ୍ଷରୁ ୨/୪ବର୍ଷରେ ଥରେ ଯାଞ୍ଚ କରାଯାଉଛି।
ନିୟମ ଅନୁସାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଥିବା ପେସୋର ଅଧିକାରୀମାନେ ପେଟ୍ରୋଲ ପମ୍ପର ତୈଳ ଓ ଗ୍ୟାସ ଗଚ୍ଛିତ ପରିମାଣକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ। ଏଥିସହ ସେଠାରେ ଥିବା ବିସ୍ଫୋରକ ସାମଗ୍ରୀ, ଦହନଶୀଳ ପଦାର୍ଥ, ଚାପ ପାତ୍ର ଆଦିର ଅନୁଧ୍ୟାନ କରି ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେବା କଥା। ହେଲେ ଏହା କରାଯାଉ ନ ଥିବାରୁ ବିଭିନ୍ନ ସମୟରେ ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଭଳି ଘଟଣା ଘଟୁଛି। ଗତ ୨ଦିନ ତଳେ ରାଜଭବନ ନିକଟସ୍ଥ ପେଟ୍ରୋଲ୍‌ ପମ୍ପରେ ଥିବା ଏଲ୍‌ପିଜି ଟାଙ୍କି ବିସ୍ଫୋରଣ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଆବଶ୍ୟକ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନ ଥିବାରୁ ଉକ୍ତ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଏବଂ ଏକାଧିକ ବ୍ୟକ୍ତି ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ବିସ୍ଫୋରଣ ପରେ ପେସୋ ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରହିଛି ବୋଲି କହୁଛନ୍ତି।
ଜନବସତି ଅଞ୍ଚଳ, ସ୍କୁଲ୍‌ ଓ ହସ୍ପିଟାଲଠାରୁ ଫୁଏଲ୍‌ ଷ୍ଟେଶନଗୁଡ଼ିକ ଅତିକମ୍‌ରେ ୫୦ମିଟର ଦୂରରେ ରହିବାକୁ ଗତ ଜାନୁୟାରୀରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ସିପିସିବି) ସମସ୍ତ ତୈଳ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଏହି ନିର୍ଦ୍ଦେଶନାମା ପାଳନ ହୋଇପାରୁ ନାହିଁ। ଭୁବନେଶ୍ୱରରେ ଅଧିକାଂଶ ପେଟ୍ରୋଲ ପମ୍ପକୁ ଲାଗି ଅନେକ ଲୋକଙ୍କ ଘର, ବାଣିଜି୍ୟକ ପ୍ରତିଷ୍ଠାନ  ଏବଂ ଦୋକାନ ଗୃହ ରହିଛି। ପେଟ୍ରୋଲ୍‌ ପମ୍ପ ନିକଟରେ ଜନବସତି ରହିଥିଲେ ପେସୋର ଅତିରିକ୍ତ ସୁରକ୍ଷା ମାନଦଣ୍ଡ ପୂରଣ କରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଅନୁସାରେ ଗୋଟେ ଟାଙ୍କି ଉପରେ ଅନ୍ୟ ଏକ ଟାଙ୍କି ରହିବ ନାହିଁ। ଟାଙ୍କିଠାରୁ ଜଳସ୍ତରର ନିର୍ଦ୍ଧାରିତ ଦୂରତା ରହିବା ଆବଶ୍ୟକ। ତୈଳ ବା ଗ୍ୟାସ୍‌ ଗଚ୍ଛିତ ଟ୍ୟାଙ୍କି ଉପରେ କୌଣସି ବିଦ୍ୟୁତ୍‌ ତାର ଯିବ ନାହିଁ। ଏହା ଧୂମପାନ ନିଷେଧ ଅଞ୍ଚଳ ହୋଇଥିବ। ଏପରି କି ଉପଯୁକ୍ତ ଅଗ୍ନି ସୁରକ୍ଷା ବ୍ୟବସ୍ଥା ସହ ଆର୍ଥିଙ୍ଗ ବ୍ୟବସ୍ଥା ରହିବା ଆବଶ୍ୟକ। ହେଲେ ଏହାକୁ ତୈଳ କମ୍ପାନୀଗୁଡ଼ିକ ଅଣଦେଖା କରୁଛନ୍ତି। ଫଳରେ ପେଟ୍ରୋଲ ଓ ଡିଜେଲ୍‌ ଲିକ୍‌ ହୋଇ ସ୍ଥାନୀୟ ଅଞ୍ଚଳର ଭୂତଳ ଜଳ ଏବଂ ମାଟିକୁ ପ୍ରଦୂଷଣ କରୁଛି। ଗତ ଫେବୃୟାରୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏଭଳି ଏକ ଘଟଣା ଘଟିଥିଲା। ସେହିପରି ରାଜ୍ୟରେ ପେଟ୍ରୋଲିୟମ୍‌ ରୁଲ୍‌-୨୦୦୨ର ଖୋଲାଖୋଲି ଉଲ୍ଲଂଘନ ହେଉଛି। ପେଟ୍ରୋଲ୍‌ ପମ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଦେଇ ଜିଲା ପ୍ରଶାସନ ପକ୍ଷରୁ ଆପତ୍ତି ବିହୀନ ପ୍ରମାଣପତ୍ର(ଏନ୍‌ଓସି) ଦିଆଯାଉଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ଲୋକସେବା ଭବନ ପଛରେ ଏକ ପେଟ୍ରୋଲ ପମ୍ପ ଥିବାବେଳେ ଜନପଥରେ ୪ଟି, କଟକ ରୋଡ୍‌ରେ ୩ଟି, ୟୁନିଟ-୨ରେ ଗୋଟିଏ, ୟୁନିଟ-୧ରେ ଗୋଟିଏ ପେଟ୍ରୋଲ ପମ୍ପ ରହିଛି। ଏହି ସବୁ ପେଟ୍ରୋଲ୍‌ ପମ୍ପ ନିକଟରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର କାର୍ଯ୍ୟାଳୟ, ହାଟ, ମାର୍କେଟ୍‌ ବିଲ୍ଡିଂ ଓ ବଡ଼ ବଡ଼ ଶପିଂ ମଲ୍‌ ରହିଛି। ପେଟ୍ରୋଲ୍‌ ପମ୍ପ ନିକଟରେ ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ମଧ୍ୟ ଯାଇଛି। କେବଳ ପେଟ୍ରୋଲ ପମ୍ପ୍‌ ନୁହେଁ, ଜିଲାପାଳଙ୍କ ବିନା ଅନୁମତିରେ ବିପଦଜନକ ଗ୍ୟାସ୍‌ ଏବଂ କେମିକାଲ୍‌ ଗାଡ଼ି ଟ୍ୟାଙ୍କର ଜିଲା ସୀମା ମଧ୍ୟରେ ପ୍ରବେଶ କରୁଛି। ଅଧିକାଂଶ ସମୟରେ ଏହି ଟ୍ୟାଙ୍କର୍‌ଗୁଡ଼ିକ ଫାଟି ବଡ଼ ଧରଣର ଦୁର୍ଘଟଣା ହେଉଛି। ରାଜ୍ୟରେ ଏମର୍ଜେନ୍ସି ରେସ୍କ୍ୟୁ ଗାଡ଼ି ବା ଡି-କଣ୍ଟେନର ନ ଥିବାରୁ ଏଭଳି ଦୁର୍ଘଟଣାର ମୁକାବିଲା ଠିକ୍‌ଭାବେ କରିହେଉନି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଏନେଇ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉନାହିଁ। ସେହିଭଳି ଅଧିକ ସଂଖ୍ୟାରେ ଏଲ୍‌ପିଜି ଟ୍ୟାଙ୍କରଗୁଡ଼ିକୁ ସହର ବାହାରେ ରଖିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଗ୍ୟାସ୍‌ ଡିଲରମାନେ ଖୋଲାଖୋଲିଭାବେ ତାହାର ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏନେଇ ସୂଚନା ଦେଇ ପେସୋର ଡେପୁଟି ଚିଫ୍‌ କଣ୍ଟ୍ରୋଲର ରୁଆବି ଅଲ୍ଲୀ କହିଛନ୍ତି, ପେଟ୍ରୋଲ ପମ୍ପ୍‌ ଯାଞ୍ଚ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଆମେ ଅଚାନକ ଯାଞ୍ଚ କରିଥାଉ। ଶେଷଥର ପାଇଁ ଗତ ୨ବର୍ଷ ତଳେ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପଗୁଡ଼ିକ ଯାଞ୍ଚ ହୋଇଥିଲା। ସେଫ୍ଟି ଷ୍ଟାଣ୍ଡାର୍ଡ ମାନୁଥିବାରୁ ସେମାନଙ୍କୁ ଏକ୍ସପ୍ଲୋସିଭ୍‌ ଲାଇସେନ୍ସ ଦିଆଯାଇଛି। ଭୁବନେଶ୍ୱରୁ ଏବେ ପ୍ରାୟ ୭ଟି ସିଏନ୍‌ଜି ଷ୍ଟେଶନ ରହିଛି। ସେଗୁଡ଼ିକୁ ଲାଇସେନ୍ସ ଦେବା ସମୟରେ ଯାଞ୍ଚ କରାଯାଇଥିଲା ବୋଲି ଅଲ୍ଲୀ କହିଛନ୍ତି। ଉତ୍କଳ ପେଟ୍ରୋଲିୟମ୍‌ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ପ୍ରତି ୩ମାସରେ ଥରେ ତୈଳ କମ୍ପାନୀ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ପମ୍ପ୍‌ ଯାଞ୍ଚ କରାଯାଇଥାଏ। ପ୍ରତିଥର ନବୀକରଣ ସମୟରେ ପେସୋ ମଧ୍ୟ ଯାଞ୍ଚ କରିଥାଏ। ସବୁପ୍ରକାର ସୁରକ୍ଷା ଦୃଷ୍ଟିକୋଣକୁ ଧ୍ୟାନ ଦିଆଯାଉଥିବାରୁ ଓଡ଼ିଶାରେ ସେଭଳି ବଡ଼ଧରଣର ଦୁର୍ଘଟଣା ଘଟି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri