ହେଡ୍‌କ୍ୱାର୍ଟର୍ସରେ ରହିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ପାଇଁ ସାରା ରାଜ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେବ ସ୍କୁଲ ବନ୍ଦ ରହିଛି। ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିଲେ ମଧ୍ୟ ସବୁ ଛାତ୍ରୀଛାତ୍ର ଉପକୃତ ହୋଇପାରୁନାହାନ୍ତି। ତେଣୁ ସ୍କୁଲ୍‌ ଖୋଲିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ଅନେକ ଶିକ୍ଷକ ସ୍କୁଲ ବନ୍ଦ ହେବା ପରେ ସେମାନଙ୍କ ହେଡ୍‌କ୍ୱାର୍ଟରରେ ନ ରହି ନିଜ ଜିଲା କିମ୍ବା ଅନ୍ୟତ୍ର ରହୁଛନ୍ତି। ସରକାର ବର୍ତ୍ତମାନ ଶଟ୍‌ଡାଉନ ଓ ଲକ୍‌ଡାଉନ କଟକଣାକୁ କୋହଳ କରି ସାରିଛନ୍ତି। ତେଣୁ ଶିକ୍ଷକମାନେ ନିଜ ହେଡ୍‌କ୍ୱାର୍ଟରରେ ରହିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଶୁକ୍ରବାର ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ସ୍କୁଲ ପରିସର ସଫା କରିବା ସହିତ ଭିତ୍ତିଭୂମି ଯେପରିକି ପିଇବା ପାଣି, ଶୌଚାଳୟ ଓ ରୋଷେଇ ଗୃହ ଆଦି ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ସେହିଭଳି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା କୋଭିଡ୍‌-୧୯ କ୍ୟାମ୍ପେନର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତ ଶିକ୍ଷକଙ୍କୁ ସାମିଲ୍‌ କରାଯିବାର ଆବଶ୍ୟକତା ରହିଛି। ତେଣୁ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିକୁ ନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ଉପରେ ଗୁରୁତ୍ୱ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri