ହେଡ୍‌କ୍ୱାର୍ଟର୍ସରେ ରହିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ପାଇଁ ସାରା ରାଜ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେବ ସ୍କୁଲ ବନ୍ଦ ରହିଛି। ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିଲେ ମଧ୍ୟ ସବୁ ଛାତ୍ରୀଛାତ୍ର ଉପକୃତ ହୋଇପାରୁନାହାନ୍ତି। ତେଣୁ ସ୍କୁଲ୍‌ ଖୋଲିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ଅନେକ ଶିକ୍ଷକ ସ୍କୁଲ ବନ୍ଦ ହେବା ପରେ ସେମାନଙ୍କ ହେଡ୍‌କ୍ୱାର୍ଟରରେ ନ ରହି ନିଜ ଜିଲା କିମ୍ବା ଅନ୍ୟତ୍ର ରହୁଛନ୍ତି। ସରକାର ବର୍ତ୍ତମାନ ଶଟ୍‌ଡାଉନ ଓ ଲକ୍‌ଡାଉନ କଟକଣାକୁ କୋହଳ କରି ସାରିଛନ୍ତି। ତେଣୁ ଶିକ୍ଷକମାନେ ନିଜ ହେଡ୍‌କ୍ୱାର୍ଟରରେ ରହିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଶୁକ୍ରବାର ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ସ୍କୁଲ ପରିସର ସଫା କରିବା ସହିତ ଭିତ୍ତିଭୂମି ଯେପରିକି ପିଇବା ପାଣି, ଶୌଚାଳୟ ଓ ରୋଷେଇ ଗୃହ ଆଦି ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ସେହିଭଳି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା କୋଭିଡ୍‌-୧୯ କ୍ୟାମ୍ପେନର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତ ଶିକ୍ଷକଙ୍କୁ ସାମିଲ୍‌ କରାଯିବାର ଆବଶ୍ୟକତା ରହିଛି। ତେଣୁ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିକୁ ନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ଉପରେ ଗୁରୁତ୍ୱ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ପ୍ରଦୀପଙ୍କ ଘରବାହୁଡ଼ା

ଭୁବନେଶ୍ୱର,୧୪।୧: ବାଲେଶ୍ୱରର ପୂର୍ବ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଥିବା...

କଣ୍ଟାକ୍ଟ ଟ୍ରେସିଂ ପରେ ସିଲ୍‌ ହୋଇପାରେ ଝାରପଡ଼ା, ମଧୁସୂଦନ ନଗର

ଭୁବନେଶ୍ୱର, ୮ା୪(ବ୍ୟୁରୋ): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ମୋଟ ୪୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କେବଳ ଭୁବନେଶ୍ୱରରେ...

ଏପ୍ରିଲ ୫ରେ ଧାମନଗରରେ ସାନି ମତଦାନ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଏପ୍ରିଲ ୫ ତାରିଖରେ ଧାମନଗର ଏନ୍‌ଏସିରେ ସାନି ମତଦାନ ହେବ। ୬ ବୁଥ୍‌ରେ ୫ ତାରିଖରେ ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ...

ବରଗଡ଼ରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ: ପଦ୍ମପୁର ପୌରାଞ୍ଚଳକୁ ବୁଧବାର ଯାଏ ସଟ୍‌ଡାଉନ୍‌ ଘୋଷଣା

ବରଗଡ଼ ଅଫିସ,୨୧।୬- ବରଗଡ଼ ଜିଲାରେ ଘାତକ କରୋନା (କୋଭିଡ-୧୯) ସଂକ୍ରମଣ ବଢିବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲାର ପଦ୍ମପୁର...

ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ

ଭୁବନେଶ୍ୱର,୧।୯(ବ୍ୟୁରୋ): ପୁଣି ଅଶାନ୍ତ ହୋଇ ଉଠିଛି ଉତ୍କଳ ବିଶ୍ୱ ବିଦ୍ୟାଳୟ। ବୁଧବାର ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଗାନ୍ଧୀ ପାର୍କ ନିକଟରେ ଜଣେ ଆଇନ ଛାତ୍ରଙ୍କୁ...

ରାସ୍ତା ମଝିରେ ଜଳିଗଲା ବୋଲେରୋ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଇନ୍‌ଫୋସିଟି ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲୋରୋ  (ଓଡି-୦୨ଏନ୍‌-୦୧୪୩)ରେ ନିଅଁ। ଲାଗିଯାଇଥିଲା। ଫଳରେ ବୋଲେରୋରେ ଥିବା ଡ୍ରାଇଭର ଏବଂ ଜଣେ...

୩,୪୬୫ ବିଦ୍ୟାଳୟରେ ନୂଆ ପ୍ରକଳ୍ପ

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ‘ମୋ ସ୍କୁଲ୍‌ ଅଭିଯାନ’ ଆସନ୍ତା ନଭେମ୍ବର ୧୪ ତାରିଖରେ ୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଏହି ଅବସରରେ ରାଜ୍ୟ ଓ ଜିଲାସ୍ତରରେ...

ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ଗୋରୁ: ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

ଭଦ୍ରକ ଅଫିସ, ୨୪।୨: ବେଆଇନ୍‌ ଭାବେ ବାହର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍‌କୁ ଜବତ କରାଯାଇଛି। ୨୦ରୁ ଊର୍ଦ୍ଧ୍ୱ...

Advertisement
Archives

Model This Week