ମୋଦିଙ୍କ ପାଇଁ ଚିନ୍ତିତ ଏହି ବରିଷ୍ଠ ନେତ୍ରୀ, ନେଲେ ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ,୩।୮:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଉମା ଭାରତୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟା ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ…
ରାମଲଲାଙ୍କ ମୁଖ୍ୟ ପୂଜାରୀ ଆଇସୋଲେଶନରେ
ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ରାମମନ୍ଦିରର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହାପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହାୟକ ପୂଜାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ…
ମୁଖ୍ୟମନ୍ତ୍ରୀଙ୍କୁ କରୋନା
ବେଙ୍ଗାଲୁରୁ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆରଯାଇଛି। ୟେଦୁରପ୍ପାଙ୍କ ସହ ତାଙ୍କ ଝିଅ ମଧ୍ୟ କରୋନା…
ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ହ୍ୟାକ୍: ଟିଭି ସ୍କ୍ରିନ୍ରେ ତ୍ରିରଙ୍ଗା
ଇସଲାମାବାଦ, ୩।୮: ରବିବାର ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଡ୍ରୋନ୍ ନ୍ୟୁଜ୍ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି। ହଠାତ୍ ଟିଭି ସ୍କ୍ରିନ୍ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। ଏହା ସହିତ ସ୍କ୍ରିନ୍ରେ ହ୍ୟାପି ଇଣ୍ଡିପେଡେନ୍ସ୍ ଡେ ମଧ୍ୟ ଲେଖା ଥିବା…
ରାଜଧାନୀରେ ଖୋଲିଲା ଶପିଂ ମଲ୍: ସର୍ତ୍ତାବଳୀ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜଧାନୀରେ ଖୋଲିଲା ଶପିଂ ମଲ୍। ରବିବାର ଲକ୍ଡାଉନ୍ ସତ୍ତ୍ୱେ ପୂର୍ବାହ୍ନରୁ ଅପରାହ୍ନ ୧ଟା ଯାଏ ମଲ୍ ଖୋଲିଛି। ପ୍ରଥମ ଦିନରେ ମଲ୍ରେ ପୂର୍ବପେକ୍ଷା ଭିଡ଼ କମ୍ ରହିଥିଲା। ପ୍ରାୟ ୫ ମାସ ପରେ ମଲ୍ଟି ବ୍ରାଣ୍ଡ ମଲ୍ ଖୋଲିବା ପରେ…
ସୁସ୍ଥ ହାର ୬୫.୪୪%
ନୂଆଦିଲ୍ଲୀ, ୩ା୮(ପି.ଟି.): ଭାରତରେ କୋଭିଡ୍-୧୯ ସୁସ୍ଥ ହାର ୬୫.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୧ ହଜାର ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୪୫ ହଜାର ୬୨୯ କରୋନା ଆକ୍ରାନ୍ତ ସୁସ୍ଥ…
ନେପାଳ ପାଣି ଛାଡ଼ିବାରୁ ୬୧ ଗାଁ ବୁଡ଼ିଗଲା
ବାହରିଚ୍ ୩ା୮(ପି.ଟି.): ନେପାଳ ଏହାର ତିନୋଟି ବ୍ୟାରେଜରୁ ନଦୀକୁ ଜଳ ଛାଡ଼ିଦେବାରୁ ରବିବାର ଉତ୍ତରପ୍ରଦେଶ ବାହରିଚ୍ ଜିଲାସ୍ଥିତ ୬୧ଟି ଗାଁ ଜଳମଗ୍ନ ହୋଇଯାଇଛି। ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୧୭୧ ଘର କ୍ଷତିଗ୍ରସ୍ତ ହୋଇଛି। ଘାଘରା ନଦୀରେ…
ପୋଲିସ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଉଛି ଜରିମାନା ଟଙ୍କା
ଭୁବନେଶ୍ୱର,୩ା୮(ବ୍ୟୁରୋ): କରୋନା ସଂକଟବେଳେ ରାଜଧାନୀରେ ଲୁଟେରାଙ୍କ ସହ ଖାକି ଉତ୍ପାତ ବଢ଼ି ଚାଲିଛି। ପୋଲିସ କଡ଼ାକଡ଼ି ଯାଞ୍ଚ ଆଳରେ ଉଲ୍ଲଂଘନକାରୀଙ୍କଠାରୁ ଟଙ୍କା ଲୁଟୁଛି। ଜରିମାନା ଟଙ୍କା ରାଜକୋଷକୁ ନ ଯାଇ କିଛି କିଛି ପୋଲିସ କର୍ମଚାରୀଙ୍କ ପକେଟ ଓ ବ୍ୟକ୍ତିଗତ ବ୍ୟାଙ୍କ୍…
ଟାଇମ୍ସ ସ୍କୋୟାର ଡିସ୍ପ୍ଲେକୁ ଆମେରିକାରେ ବିରୋଧ
ନ୍ୟୁୟର୍କ,୩ା୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଗ୍ରାଉଣ୍ଡବ୍ରେକିଂ ସେରେମନି ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଯୋଗଦେବେ। ଏହି ଦିନ ଆମେରିକାର ନ୍ୟୁୟର୍କ ସହରସ୍ଥିତ ଟାଇମ୍ସ ସ୍କୋୟାରରେ ରାମଙ୍କ ଛବି ସହ ଅଯୋଧ୍ୟାରେ…
ଅଯୋଧ୍ୟାକୁ ଜଗିଛି ଡ୍ରୋନ୍
ଅଯୋଧ୍ୟା,୩ା୮: ବୁଧବାର ହେବାକୁ ଥିବା ରାମମନ୍ଦିର ଭୂମି ପୂଜନ ଉତ୍ସବକୁ ଦୃଷ୍ଟିରେ ରଖି ଅଯୋଧ୍ୟା ନଗରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଭିଆଇପି ରୁଟ୍ଗୁଡ଼ିକୁ ଡ୍ରୋନ୍ ଜରିଆରେ ନଜର ରଖାଯାଇଛି। ଅଯୋଧ୍ୟାରେ ରହୁଥିବା ଲୋକଙ୍କ…
‘ମୋଦିଙ୍କ କିଛି ଅବଦାନ ନାହିଁ’
ନୂଆଦିଲ୍ଲୀ,୩ା୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଅବଦାନ ନାହିଁ। ଏପରି କି ରାମମନ୍ଦିର ପ୍ରତିଷ୍ଠା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେବାବେଳେ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ଅନୁଗ୍ରହ ପାଇବା ପାଇଁ ମୋଦି ସରକାର କୌଣସି ପ୍ରକାର ଉଦ୍ୟମ…
କଟକରେ ଦୈନିକ ୩ ଘଣ୍ଟା ଖୋଲିବ କୋର୍ଟ
କଟକ ଅଫିସ,୩ା୮: କଟକ ଜିଲାରେ ଲକ୍ଡାଉନ ଜାରି ରହିଥିବା ବେଳେ ପୂର୍ବ ଅପେକ୍ଷା କେତେକ କଟକଣା କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାରେ କୋର୍ଟଗୁଡ଼ିକ କାର୍ଯ୍ୟ କରିବା ନେଇ ଜିଲା ଜଜ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାର ସମସ୍ତ କୋର୍ଟ ପୂର୍ବାହ୍ନ…
Archives


