Home Left

୧୦ ଜିଲାର ୯୯୭ ଗ୍ରାମ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଲଗାଣ ବର୍ଷା ଫଳରେ ରାଜ୍ୟରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ସୁଧାର ଆସିବାରେ ଲାଗିଛି। ସୁବର୍ଣ୍ଣରେଖା ନଦୀରେ ରାଜଘାଟଠାରେ ବିପଦ ସଙ୍କେତ ୧୦.୩୫ମିଟର ଥିବାବେଳେ ଶୁକ୍ରବାର ଜଳସ୍ତର ୧୦.୯୫ ମିଟରକୁ ଉଠିଥିଲା। ଦ୍ୱିପ୍ରହର ୨ଟା ସୁଦ୍ଧା ଏହା…

ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ

ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍‌ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ ସଂକ୍ରମିତ ହୋଇଥିଲେ। ତେବେ ତିନି ମାସ ମଧ୍ୟରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୨୧୫ରେ ପହଞ୍ଚିଛି।…

ଭସାଣ ଉତ୍ସବ ମନା, କେବଳ ବିସର୍ଜନ

କଟକ ଅଫିସ,୨୯ା୮: କରୋନା କଟକଣା ଭିତରେ ଛନ୍ଦି ହୋଇପଡ଼ିଛି ପାର୍ବଣର ସହର କଟକ ଦଶହରା। ପ୍ରଥମଥର ପାଇଁ ରୌପ୍ୟନଗରୀର ପୂଜା ମଣ୍ଡପରେ ଚାନ୍ଦିମେଢ଼ ଦେଖିବାକୁ ମିଳିବ ନାହିଁ କି ମା’ଙ୍କ ମଥାରେ ସୁନା ମୁକୁଟ ଝଲସିବ ନାହିଁ। ବିନା ଆଡ଼ମ୍ବରରେ ମା’ଙ୍କ…

ପ୍ରିନ୍ସିପାଲ, ଶିକ୍ଷକଙ୍କ ଆକାଉଣ୍ଟରୁ ୬.୫ଲକ୍ଷ ଲୁଟ

ଭୁବନେଶ୍ୱର,୨୯ା୮ବ୍ୟୁରୋ): ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଦୁଇଜଣ ବ୍ୟକ୍ତି। ସାଇବର ଠକମାନେ ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର ପ୍ରିନ୍ସିପାଲ ସୁଧୀର କୁମାର ଦାଶଙ୍କ ଆକାଉଣ୍ଟରୁ ୬ଲକ୍ଷ ଟଙ୍କା ନେଇଯାଇଥିବାବେଳେ ଏୟାରଫିଲ୍ଡ ଥାନା ଅଞ୍ଚଳରେ…

୫ କୋଟିର ବ୍ୟାଙ୍କ ଠକେଇ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜଧାନୀରେ ବଡ଼ ଧରଣର ବ୍ୟାଙ୍କ୍‌ ଠକେଇ ହୋଇଛି। ସୁଧମୂଳ ମିଶି ୫ କୋଟି ଟଙ୍କାକୁ ଆଦାୟ କରିବାକୁ ଯାଇ ବ୍ୟାଙ୍କ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡିଛନ୍ତି। ଅଭିଯୁକ୍ତ ବନ୍ଧକ ରଖିଥିବା ପ୍ଲଟ୍‌ଗୁଡ଼ିକୁ ଜବତ ପାଇଁ ଯିବାବେଳେ ଅଧିକାରୀମାନେ ଖୋଜିଖୋଜି ନୟାନ୍ତ ହୋଇଛନ୍ତି।…

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ ଅଞ୍ଚଳରେ ଚାଇନା ଫାଇବର ଅପ୍ଟିକ୍ସ କେବୁଲ ବିଛାଇବା ସହ ଅନ୍ୟ ଉପକରଣ ଇନ୍‌ଷ୍ଟଲ କରିଛି।…

ହାଇକୋର୍ଟରେ ଜମି ଦସ୍ତାବିଜ ଦାଖଲ

କଟକ ଅଫିସ,୨୯ା୮: ହାଇକୋର୍ଟରେ ଶୁକ୍ରବାର ପୁରୀ ବଗଲା ଧର୍ମଶାଳା ଜମିର ଦସ୍ତାବିଜ ଦାଖଲ କରାଯାଇଛି। ପୁରୀ ତହସିଲ କାର୍ଯ୍ୟାଳୟର ଏକ କେସ୍‌ ରେକର୍ଡରେ ବଗଲା ଧର୍ମଶାଳା ଦାନରେ ମିଳିଥିବା ନେଇ ଏଥିରେ ଉଲ୍ଲେଖ ରହିଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆ ଇ-ଫାଇଲିଂ ମାଧ୍ୟମରେ…

ନନ୍ଦନକାନନରେ ଆନାକୋଣ୍ଡା ମୃତ

ବାରଙ୍ଗ,୨୯ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଗତ ଏକମାସ ହେବ ଏହି ଆନାକୋଣ୍ଡାର ତରଳଝାଡ଼ା ହେଉଥିଲା। ୨ଦିନ ହେବ ରକ୍ତଝାଡ଼ାରେ ଆକ୍ରାନ୍ତ ହୋଇ ଆନାକୋଣ୍ଡାଟି ଚିକିତ୍ସିତ…

‘ଜଳବାୟୁ ପରିବର୍ତ୍ତନରେ ଭାରତ ସୁପରପାଓ୍ବାର ହୋଇପାରିବ’

ନୂଆଦିଲ୍ଲୀ/ନୁୟର୍କ, ୨୯ା୮: ଆଗାମୀ ଦିନରେ ଭାରତ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୁପର ପାଓ୍ବାର ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଶୁକ୍ରବାର କହିଛନ୍ତି। ଏଥିଲାଗି ଜୀବାଶ୍ମ ଇନ୍ଧନକୁ ଛାଡ଼ି ସ୍ବଚ୍ଛତା, ସୌରଶକ୍ତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛିି। ନ୍ୟୁୟର୍କରେ…

ମାଲିକ ପାଇଁ ଜୀବନ ଦେଲେ ଦୁଇ କୁକୁର

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ବିଶ୍ୱାସ ଓ ପ୍ରଭୁଭକ୍ତିର ନିଦର୍ଶନ ପାଲଟିଲେ ଦୁଇ କୁକୁର। ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ। ଘଟଣାର ୧୨ ଦିନ ପରେ ଘଟଣାର ପର୍ଦ୍ଦାଫାଶ କରିଛି ସିସିଟିଭି। ଦୁଇ କୁକୁର ସାପ ସହ…

ଏମ୍‌ପିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍‌ପିମାନେ ନିଜର କୋଭିଡ୍‌ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ମୌସୁମୀ ଅଧିବେଶନ ସେପ୍ଟେମ୍ବର…

ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ୍‌-୧୯ କାରଣ ହୋଇ ନ ପାରେ ବୋଲି ଖଣ୍ଡପୀଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri