କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୫।୧(ବ୍ୟୁରୋ): କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ସେ କହିଛନ୍ତି, ଟିକା ଦେବାକୁ ଆମେ ପ୍ରସ୍ତୁତ । ଟିକାକରଣ ପାଇଁ ରାଜ୍ୟରେ ୨୯ ହଜାର କେନ୍ଦ୍ର ରହିଛି । ପ୍ରଥମେ ଟିକାକରଣ କେନ୍ଦ୍ରରେ ସବୁ ବ୍ୟବସ୍ଥା ତଦାରଖ କରାଯିବ । ପ୍ରତୀକ୍ଷାଳୟ, ଟିକାକରଣ ଓ ନୀରିକ୍ଷଣ ରୁମ୍‌ ଅଛି ନା ନାହିଁ ତଦାରଖ ହେବ।
ଟିକାକରଣ ସମୟରେ ପ୍ରଥମେ ପ୍ରତୀକ୍ଷାଳୟରେ ଟିକା ନେବାକୁ ଆସିଥିବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ସେମାନଙ୍କ ନାଁ ଡାଟାବେସ୍‌ରେ ଅଛି ନା ନାହିଁ ଯାଞ୍ଚ ହେବ । ଏହା ପରେ ଟିକାକରଣ ରୁମ୍‌ରେ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ । ଟିକା ନେବା ପରେ ଅବଜରଭେସନ ରୁମ୍‌ରେ ୩୦ ମିନିଟ ରଖାଯିବ । ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନ ଗଲେ ସେମାନଙ୍କୁ ଛଡ଼ାଯିବ ବୋଲି ପାଣିଗ୍ରାହୀ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା କରୋନା ଟିକା ଓଡ଼ିଶାକୁ ପହଞ୍ଚିପାରେ ବୋଲି ଆଶାବ୍ୟକ୍ତ କରିଛନ୍ତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ।
ଜାନୁଆରୀ ୩୦ ସୁଦ୍ଧା ଟିକା ଆସିଯିବ ବୋଲି କିଛି ଦିନ ପୂର୍ବେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ। ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କଙ୍କୁ ଦେବା ପାଇଁ ଆଲୋଚନା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଲେ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ମହାମାରୀ ପରିଚାଳନାରେ ରାଜ୍ୟ ସରକାର ଉତ୍କୃଷ୍ଟ ପଦକ୍ଷେପ ନେଇଥିବାରୁ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି। ବୁଧବାର ବିଧାନସଭାରେ ବିରୋଧୀଙ୍କ...

ଗହୀରମଥାରେ ୩୦୦ ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ରାଜନଗର,୧୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ୩୦୦ ଡଲ୍‌ଫିନ  ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ଏକଦା ଡଲ୍‌ଫିନଙ୍କ ଜଳକ୍ରୀଡ଼ା ସ୍ଥାନ ଭାବେ ଓଡ଼ିଶାର...

ସାନିଟାଇଜର-କୀଟାଣୁନାଶକ ସ୍ପ୍ରେ ବି ନୁହେଁ ସୁରକ୍ଷିତ; ତ୍ୱଚାକୁ ପହଞ୍ଚାଏ କ୍ଷତି: ଏଏମ୍‌ଏଆଇ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ସାବୁନରେ ହାତ ଧୋଇବା ଅବା ପାଣିର...

ମୋଦିଙ୍କ ଆତ୍ମନିର୍ଭର ଅଭିଯାନ: ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ଜୁନ୍‌ ୧ରୁ ବିକ୍ରି ହେବ ସ୍ବଦେଶୀ ଉତ୍ପାଦ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଗ୍ରୀନ୍‌ ଜୋନ୍‌ରେ ଦୋକାନ ଖୋଲିଲେ ବଢ଼ିବ ଚାହିଦା: ମଦ କାରଖାନା ଖୋଲିବାକୁ ଅନୁମତି ମାଗିଲେ ଅବକାରୀ କମିଶନର

କଟକ ଅଫିସ,୨।୫- ଗ୍ରୀନ ଜୋନରେ ଥିବା ଅଞ୍ଚଳ ଗୁଡିକରେ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ପ୍ରାୟ ଦେଢ଼ ମାସ...

ମ୍ୟାଙ୍ଗୋ ହବ୍‌ ପରିତ୍ୟକ୍ତ

ଢେଙ୍କାନାଳ ଅଫିସ, ୧୬।୪ ଜାତୀୟସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳର ଆମ୍ବ। ବିଦେଶରେ ମଧ୍ୟ ଏହାର ଆଦର କିଛି କମ୍‌ ନୁହେଁ। ଜିଲାର ଆମ୍ବ ଚାଷୀ ଏବଂ...

ଫେବୃଆରୀ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ୧ରୁ ଖୋଲିବ ଅଙ୍ଗନଓ୍ବାଡି

ଭୁବନେଶ୍ୱର, ୩୦।୧(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ମାସରେ ଗାଇଡ୍‌ଲାଇନ ଜାରି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ସରକାର ଫେବୃଆରୀ...

ପରାଜୟ ପରେ ଚେତା ପଶିଲା

ନୂଆଦିଲ୍ଲୀ,୧୪।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଭାଜପା ଓ କଂଗ୍ରେସ ନେତାଙ୍କ ଚେତା ପଶିଛି। ଭାଜପା ନେତାମାନଙ୍କ ବିବାଦୀୟ ମନ୍ତବ୍ୟ ହିଁ ଦଳ ପାଇଁ...

Advertisement

BGU

Archives

Model This Week

Why Dharitri