ସଜେଇ ହେଉଛି ଦାରିଙ୍ଗବାଡ଼ି: ଖୋଲିବ ଇକୋ ରିଟ୍ରିଟ୍, ଭିଡ଼ ଜମାଇବେ ପର୍ଯ୍ୟଟକ
ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବା ଆରମ୍ଭ କଲେଣି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ଚଳିତଥର ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ଶୀତ ନ ଥିବା…
ନୂଆପଡ଼ା ଉପନିର୍ବାଚନ: ଆଦିବାସୀଙ୍କ ଭୋଟ୍କୁ ସମସ୍ତଙ୍କ ନଜର
ନୂଆପଡ଼ା,୨୫ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଏବେ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। ଏହି ନିର୍ବାଚନମଣ୍ଡଳୀରେ ୧ଲକ୍ଷରୁ ଅଧିକ ଆଦିବାସୀ ଭୋଟର ରହିଥିବାରୁ ଏମାନଙ୍କ ଉପରେ ସବୁ ଦଳର ନଜର ରହିଛି। ସର୍ବପ୍ରଥମେ…
ବାତ୍ୟା ସମୀକ୍ଷା ବୈଠକ ପରେ ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ୧୫ ଜିଲା ହୋଇପାରେ ପ୍ରଭାବିତ
ଭୁବନେଶ୍ୱର,୨୫।୧୦: ଶନିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରାୟ ୧୫ ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ।ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ…
ବର୍ଷେ ହେଲା ନେଟ୍ଓ୍ବର୍କ ଅଚଳ: ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ
ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଦିନେ କି ୨ ଦିନ ନୁହଁ। ଗତ ୧ ବର୍ଷ ଧରି ବିଏସ୍ଏନ୍ଏଲ୍ ମୋବାଇଲ ନେଟଓ୍ବର୍କ ଅଚଳକୁ ନେଇ ଦେଖାଦେଇଛି ଅସନ୍ତୋଷ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ପର୍ତ୍ତମାହା ପଞ୍ଚାୟତରେ ରହିଥିବା ବିଏସ୍ଏନ୍ଏଲ୍ର ମୋବାଇଲ ନେଟ୍ଓ୍ବର୍କରେ।…
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବୈଠକ କଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର,୨୫ା୧୦: ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଇତିମଧ୍ୟରେ ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ୩ କି.ମି. ବେଗରେ ଗତି କରୁଛି। ଶନିବାର ସୁଦ୍ଧା ଏହା…
ପ୍ରେମିକାଙ୍କୁ ଭେଟିବାକୁ ଯାଇ ବାର୍ହା ଫାଶରେ ପଡ଼ିଗଲେ ନାବାଳକ ପ୍ରେମିକ: ଆଉ ତା’ପରେ ଘଟିଲା…
କୋରାପୁଟ,୨୫।୧୦(ଅମିତାଭ ବେହେରା): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦେଖା କରିବାକୁ ଯାଇଥିବାବେଳେ ବାରହା ଫାଶରେ ପଡ଼ି ପ୍ରେମିକାଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ, ଅଲିଗାଁ ସ୍କୁଲ ଜଙ୍ଗଲରେ ଥିବା ଏକ ଜମିରେ…
ଯାତ୍ରା ଦେଖି ଘରକୁ ଫେରୁଥିଲେ ୨ ନାବାଳିକା: କେନାଲକୁ ଟାଣିନେଇ ଗଣବଳାତ୍କାର
ମୋରଡା,୨୫/୧୦(ସ୍ମାରକ ମାଜୀ )- ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବାର ଅଭିଯୋଗ ହୋଇଛି l ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ l ସୂଚନା ଅନୁଯାୟୀ, ଉକ୍ତ…
ଆସୁଛି ବାତ୍ୟା ମୋନ୍ଥା! ପାରାଦୀପରେ ସତର୍କ ସୂଚନା, ୨୯ ତାରିଖ ଯାଏ…
ଭୁବନେଶ୍ୱର,୨୫।୧୦: ଭୀଷଣ ବାତ୍ୟା ‘ମୋନ୍ଥା’ ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମାଇକ ଦାରା ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦରେ ପ୍ରଚାର ଯୋଗେ ସତର୍କ କରାଯାଇଛି। ନୂଆବଜାର, ଚୌମୁହାଣି…
ସୋମବାର ସକାଳେ ବାତ୍ୟା! ପ୍ରବଳ ବର୍ଷା ସହ ବହିବ ପବନ, ଛାନିଆ ହେଲେଣି ଚାଷୀ
ଗଞ୍ଜାମ, ୨୫।୧୦(ବିଦ୍ୟାଧର ସାହୁ ): ପ୍ରତି ବର୍ଷ ଅକ୍ଟୋବର ମାସରେ କିଛି ନା କିଛି ବାତ୍ୟା ହେଉଛି । ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ବ୍ଲକ ଅଞ୍ଚଳର ଚାଷୀ ଏକ ପ୍ରକାର ଛାନିଆ ହୋଇ ପଡିଛନ୍ତି । ବଙ୍ଗୋପସାଗରେ ବର୍ତ୍ତମାନ…
ଗୋଟିଏ ଦିନରେ ୧୭ହଜାର କମିଗଲା ରୂପା, ସୁନା ହେଲା ଆହୁରି ଶସ୍ତା!
ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପରେ ପ୍ରଥମ ଥର ପାଇଁ ରାଜଧାନୀରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୁନା ମୂଲ୍ୟ 6,800 ହ୍ରାସ ପାଇଛି। ଅନ୍ୟପକ୍ଷରେ ରୂପା ମୂଲ୍ୟ 17,000 ରୁ ଅଧିକ ହ୍ରାସ ପାଇଛି।…
ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ଯୁବକଙ୍କ ଚାଲିଗଲା ଜୀବନ
ମୁନିଗୁଡା,୨୫।୧୦ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ମୁନିଗୁଡା ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବାବେଳେ…
ମ୍ୟାଚ୍ ଆରମ୍ଭ ହେବାପୂର୍ବରୁ ଚମତ୍କାର ବିଶ୍ୱରେକର୍ଡ କଲା ଭାରତ: ଲଗାତାର ଭାବେ….
ସିଡନୀ,୨୫।୧୦: ଆଜି ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଖେଳାଯାଉଛି। ଭାରତୀୟ କ୍ରିକେଟ ଦଳ ଏହି ମ୍ୟାଚ୍ରେ ପୁଣି ଥରେ ଟସ ହାରିଛି। ଲଗାତାର ୧୮ତମ ଥର ପାଇଁ ଟିମ ଇଣ୍ଡିଆ ଟସ ଜିତିନାହିଁ। ଭାରତୀୟ ଅଧିନାୟକ…
Archives


