Home Left

ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…

ମେକ୍ସିକୋ ସିଟି,୧୫।୭: ସୋସିଆଲ୍‌ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ ୧୫ ଫୁଟ ଲମ୍ବ ବିରାଟକାୟ କୁମ୍ଭୀର ଗଲ୍ଫ କୋର୍ସରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହି…

ଭାରତୀୟ ଦଳକୁ ଜୋରଦାର ଝଟ୍‌କା: ୨ ଖେଳାଳି କରୋନା ପଜିଟିଭ୍‌, ବାକି ଖେଳାଳିଙ୍କୁ ନେଇ ଆସିଲା ଅପଡେଟ୍‌

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳର ଜଣେ ନୁହେଁ, ବରଂ ଦୁଇ ଖେଳାଳିଙ୍କ କରୋନା ପଜିଟିଭ ଥିବା ସୂଚନା ମିଳିଛି। ଏହା ବ୍ୟତୀତ ଟିମ ଇଣ୍ଡିଆର ବାକି ଖେଳାଳିମାନେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଉଭୟ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ…

ତୈଳ ଦରବୃଦ୍ଧି ପ୍ରତିବାଦ: ୧୬ନଂ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା ଅଫିସ,୧୫।୭: ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ଓଡିଶାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିରେ ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ…

କ୍ରିମିୟାରେ ପାଦ ଦେଲେ ହେବ ବୋମାବର୍ଷା, ବ୍ରିଟେନ୍‌କୁ ରୁଷିଆର ନାଲି ଆଖି…

ମସ୍କୋ,୧୫।୭: ରୁଷିଆ ବ୍ରିଟେନ୍‌କୁ କ୍ରିମିୟା ପ୍ରସଙ୍ଗଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। କ୍ରିମିୟାରେ ପାଦ ଦେଲେ ବୋମାବର୍ଷା ହେବ ବୋଲି ନାଲି ଆଖି ଦେଖାଇ ରୁଷିଆ କହିଛି। କ୍ରିମିୟା ପ୍ରସଙ୍ଗରେ ରୁଷିଆର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ୍‌ ପୋପାଭ କହିଛନ୍ତି ଯେ,…

ଛତ୍ରପୁରରେ ସିପିଆଇ ପକ୍ଷରୁ ବନ୍ଦ ପାଳନ

ଛତ୍ରପୁର, ୧୫।୭(ଡି.ଏନ୍‌.ଏ.): ପେଟ୍ରୋଲ, ଡିଜେଲ, ତୈଳ, ରନ୍ଧନ ଗ୍ୟାସ ଦର ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ…

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କୁ ଡେଟ୍‌ କରୁଛନ୍ତି ଲିଆଣ୍ଡର୍‌ ପେସ୍‌

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗୋଆରେ ଛୁଟି କାଟୁଛନ୍ତି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ମଧ୍ୟ କିମ୍‌…

ପରୀକ୍ଷା ଫି’ ଫେରାଇବାକୁ ବିଚାରକର

ନୂଆଦିଲ୍ଲୀ, ୧୫ା୭: କୋଭିଡ୍‌ ମହାମାରୀ ଯୋଗୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରି ଦିଆଯାଇଛି। ତେଣୁ ପିଲାଙ୍କଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ ଫେରାଇବାକୁ ସିବିଏସ୍‌ଇ ୮…

‘ଚିଅର ଫର୍‌ ଇଣ୍ଡିଆ’

ନୂଆଦିଲ୍ଳୀ,୧୫।୭: ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଦଳର ଅଫିସିଆଲ ସଙ୍ଗୀତ ବା ଥିମ ସଙ୍ଗ୍‌ ଉନ୍ମୋଚନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ‘ଚିଅର ଫର୍‌ ଇଣ୍ଡିଆ’ (cheer4India) ନାମରେ ଏହି ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି। ଅଲିମ୍ପିକ୍ସ ଅବସରରେ…

ଆଜିଠୁ ଏମ୍‌ସରେ ଏକ୍‌ମୋ ସେବା

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଗୁରୁବାରଠାରୁ ଏକ୍‌ମୋ ସେବା ଆରମ୍ଭ ହେବ। କାର୍ଡିଓଲୋଜି, ଆନାସ୍ଥେସିଆ, ପଲ୍‌ମୋଲୋଜି, ଶିଶୁରୋଗ ଆଦି ବିଭାଗର ଡାକ୍ତରଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶାରେ ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ଏମ୍‌ସ ଏହି…

ମିଳିଲାଣି ହଜାରେ ଶିଶୁଙ୍କ ମୃତଦେହ

ଅଟାଓ୍ବା, ୧୫ା୭: କାନାଡାର ଦକ୍ଷିଣପଶ୍ଚିମ ବ୍ରିଟିଶ କଲମ୍ବିଆସ୍ଥିତ ଏକ ବୋର୍ଡିଂ ସ୍କୁଲରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆହୁରି ୧୬୦ ଛାତ୍ରୀଛାତ୍ରଙ୍କ କଙ୍କାଳ ମିଳିଛି। ଏହାକୁ ମିଶାଇ ଅଦ୍ୟାବଧି ୧ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମାଧି ଠାବ ହେଲାଣି। ପେନେଲାକୁଟ୍‌ ଦ୍ୱୀପର କୁପର…

ମମତାଙ୍କ ପିଟିଶନ ଗ୍ରହଣ କଲେ ହାଇକୋର୍ଟ

କୋଲକାତା,୧୫ା୭: ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନକୁ ବୁଧବାର କାଲକାଟା ହାଇକୋର୍ଟ ଗ୍ରହଣ କରିଛନ୍ତି। ଜଷ୍ଟିସ୍‌ ଶାମ୍ପା ସର୍କାର ନନ୍ଦିଗ୍ରାମର ପରାଜିତ ଟିଏମ୍‌ସି ପ୍ରାର୍ଥୀ ମମତାଙ୍କ ପିଟିଶନର ଶୁଣାଣି ଅଗଷ୍ଟ…

ସ୍ଥିତାବସ୍ଥାରେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୧୫ା୭: ଚାଇନା ଦ୍ୱାରା ସୀମାନ୍ତ ସ୍ଥିତାବସ୍ଥାରେ କୌଣସି ପ୍ରକାର ଏକପାଖିଆ ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ। ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ପୂର୍ବାବସ୍ଥା ଫେରାଇ ଆଣିବା ସହ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?