ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କୁ ଡେଟ୍‌ କରୁଛନ୍ତି ଲିଆଣ୍ଡର୍‌ ପେସ୍‌

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗୋଆରେ ଛୁଟି କାଟୁଛନ୍ତି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ମଧ୍ୟ କିମ୍‌ ତାଙ୍କ ପୂର୍ବତନ ପ୍ରେମିକ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ସହ ଚର୍ଚ୍ଚାରେ ଥିଲେ। ନିକଟରେ କିମ-ଲିଆଣ୍ଡରଙ୍କ ଫଟୋ ଦେଖିବା ପରେ ହର୍ଷବର୍ଦ୍ଧନ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି। ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଏ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ। କିନ୍ତୁ ଯଦି ଏହା ସତ ତେବେ ଏହା ଏକ ଭଲ କଥା। ଯଦି ସେ ନିଜେ ନିଶ୍ଚିତ କରିଥାନ୍ତେ ତେବେ ଭଲ ହୋଇଥାନ୍ତା। ଯଦି ଏହା ସତ, ତେବେ ଦୁହେଁ ସବୁଠାରୁ ହଟ ଦମ୍ପତି ଭାବେ ଜଣାଶୁଣା ହେବେ।
୨୦୦୩ ମସିହାରେ କିମ ଏବଂ କ୍ରିକେଟର ଯୁବରାଜ ସିଂଙ୍କ ସମ୍ପର୍କର ଖବର ଚର୍ଚ୍ଚାରେ ଥିଲା। ଉଭୟଙ୍କ ସମ୍ପର୍କ ପ୍ରାୟ ଚାରି ବର୍ଷ ଧରି ଚାଲିଥିଲା, କିନ୍ତୁ ପରେ ୨୦୦୭ରେ ଅଲଗା ହୋଇଥିଲେ। ୨୦୧୦ ମସିହାରେ କିମ୍‌ ବ୍ୟବସାୟୀ ଅଲି ପଞ୍ଜାନୀଙ୍କୁ ବିବାହ କରି ମୁମ୍ବାଇ ଛାଡି କେନିଆରେ ସ୍ଥିର ହୋଇଥିଲେ। କିଛି ସମୟ ପରେ କିମଙ୍କ ସ୍ବାମୀ ମଧ୍ୟ ତାଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ପାଇଁ ଛାଡିଥିଲେ। କିମଙ୍କ ନାମ ‘ରକ ଅନ’ ନିର୍ଦ୍ଦେଶକ ଅଭିଷେକ କପୁର ଏବଂ ଡିଜାଇନର୍‌ ଅର୍ଜୁନ ଖାନ୍ନାଙ୍କ ସହ ମଧ୍ୟ ଯୋଡା ଯାଇଥିଲା। ୨୦୧୮ ମସିହାରେ କିମ ଅଭିନେତ୍ରୀ ହର୍ଷବର୍ଦ୍ଧନ ରାଣେଙ୍କୁ ଡେଟ କରିବା ଆରମ୍ଭ କରିଥିଲେ କିନ୍ତୁ ଏକ ବର୍ଷ ମଧ୍ୟରେ ଦୁହଁିଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଲିଆଣ୍ଡର୍‌ ପେସ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ। ତାଙ୍କର ଆୟାନା ନାମରେ ଏକ ଝିଅ ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୁତିଙ୍କୁ ଜନ୍ମଦିନରେ ମିଳିଲା ଏହି ସ୍ବତନ୍ତ୍ର ଉପହାର

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ଝିଇ ତଥା ଅଭିନେତ୍ରୀ ଶ୍ରୁତି ହାସନଙ୍କର ଆଜି ଅର୍ଥାତ୍‌ ଗୁରୁବାର ହେଉଛି ଜନ୍ମଦିନ। ଇତିମଧ୍ୟରେ ଶ୍ରୁତିି ୩୫...

ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ, ନ୍ୟୁଜିଲାଣ୍ଡକୁ ଯୋଗ୍ୟତା

ନୂଆଦିଲ୍ଲୀ, ୭।୬(ପି.ଟି.)-ଆସନ୍ତାବର୍ଷ ଭାରତରେ ହେବାକୁଥିବା ଫିଫା ମହିଳା ୧୭ ବର୍ଷରୁ କମ୍‌ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ଓସେନିଆ ଅଞ୍ଚଳରୁ ଏକମାତ୍ର...

ୟୁରୋ ହକି ଲିଗ୍‌ରେ ଖେଳିବେ ବାଲ୍ମୀକି, ହରଜିତ୍‌

ନୂଆଦିଲ୍ଲୀ,୨୪।୭(ପିଟି)- ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମୀକି ଓ ହରଜିତ ସିଂଙ୍କ ସହ ଡଚ୍‌ କ୍ଲବ ଏଚ୍‌ଜିସି ୨୦୧୯-୨୦ ସିଜନ ଲାଗି ଚୁକ୍ତି କରିଛି। କ୍ଲବ...

ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଏକମାତ୍ର ଲକ୍ଷ୍ୟ

ଜାପାନର ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରାଲିମ୍ପିକ୍ସ କ୍ରୀଡ଼ା। ଏଥିରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅର୍ଜୁନ ପୁରସ୍କାର...

ବ୍ୟାଟିଂ ବେଳେ ଫିଲ୍ଡ ସେଟ୍‌ କଲେ ଧୋନୀ

କାର୍ଡିଫ,୨୯ା୫- କ୍ରିକେଟରେ ଏମିତି କିଛି ନାହିଁ, ଯାହା ମହେନ୍ଦ୍ର ସିଂ ଧୋନୀ କରିପାରିବେ ନାହିଁ। ଭେଟେରାନ ଭାରତୀୟ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ନିଜର ଫିନିଶିଂ...

ସଚିନଙ୍କ ଟ୍ରାଉଜର୍‌ ପିନ୍ଧି ପଡିଆକୁ ଖେଳିବାକୁ ଓହ୍ଲାଇଥିଲେ ଏହି ମହାନ କ୍ରିକେଟର୍‌: ଆଉ ତା’ପରେ..

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବାଦନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଥିଲେ। ଯେ କହିଥିଲେ ଯେ...

ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ...

ଆଶାନୁଯାୟୀ କଲେକ୍ସନ୍‌ କରିପାରୁନି ଆମିରଙ୍କ ଫିଲ୍ମ

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ କରୀନା କପୁର ଏବଂ ଆମିର ଖାଁଙ୍କ କେମେଷ୍ଟ୍ରି ଦେଖିବାକୁ...

Advertisement
Archives

Model This Week