Posted inଜାତୀୟ

ସ୍ଥିତାବସ୍ଥାରେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୧୫ା୭: ଚାଇନା ଦ୍ୱାରା ସୀମାନ୍ତ ସ୍ଥିତାବସ୍ଥାରେ କୌଣସି ପ୍ରକାର ଏକପାଖିଆ ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ। ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ପୂର୍ବାବସ୍ଥା ଫେରାଇ ଆଣିବା ସହ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ବହିର୍ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ବୁଧବାର ଜୟଶଙ୍କର ତାଙ୍କ ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ ଓ୍ବିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଥିରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ପ୍ରସଙ୍ଗ ସ୍ଥାନ ପାଇଥିଲା ବୋଲି ଜୟଶଙ୍କର ଟୁଇଟ୍‌ କରିଛନ୍ତି।
ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ବୈଠକରେ ଉଭୟ ଜୟଶଙ୍କର ଏବଂ ଓ୍ବାଙ୍ଗ ତୁରନ୍ତ ଦୁଇ ଦେଶର ବରିଷ୍ଠ ସେନା କମାଣ୍ଡରସ୍ତରୀୟ ବୈଠକ ଆୟୋଜନ ପାଇଁ ରାଜି ହୋଇଥିଲେ। ସୂଚନାଯୋଗ୍ୟ ଗତବର୍ଷ ମେ’ରୁ ପୂର୍ବ ଲଦାଖର ଏକାଧିକ ସ୍ଥାନରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ସହ ରକ୍ତାକ୍ତ ସଂଘର୍ଷ ମଧ୍ୟ ଘଟିଥିଲା। ଅନେକ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନା ପରେ ଗତ ଫେବୃୟାରୀରେ ପୋଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର କରିଥିଲେ।
ତାଜିକିସ୍ତାନ ରାଜଧାନୀ ଦୁଶାନ୍‌ବେରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ରୁଷିଆ ଓ ଚାଇନାର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ଜୟଶଙ୍କର ଆତଙ୍କବାଦ ଉପରେ ଲଗାମ ଲଗାଇବା ଜରୁରୀ ବୋଲି କହିଛନ୍ତି। ଆଫଗାନିସ୍ତାନର ଅତୀତ ଯେମିତି ଥିଲା ଭବିଷ୍ୟତ ସେମିତି ହୋଇପାରିବ ନାହିଁ। ହିଂସା ଓ ବଳ ପ୍ରୟୋଗ ଦ୍ୱାରା କ୍ଷମତା ଅପହରଣକୁ ବିଶ୍ୱ ବିରୋଧ କରେ। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଫେରିବାରେ ଲାଗିଛନ୍ତି। ତାଲିବାନର ବଳ ବଢ଼ୁଥିବାବେଳେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ଲକ୍ଷ୍ନୌ,୧୨।୧୨-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ଉତ୍ତରପ୍ରଦେଶ ପୋଲିସ ସର୍ଭିସ ଡାଏଲ ୧୧୨ର ହୱାଟ୍ସଆପକୁ ମେସେଜ କରି କେହେ ଦୁର୍ବୃତ୍ତ...

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ...

ପ୍ରଣବ ମୁଖାର୍ଜୀ ସଙ୍କଟାପନ୍ନ

ନୂଆଦିଲ୍ଲୀ, ୧୩ା୮ : ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ସେ ଏବେ ବି ସେନା...

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ଜଳିଉଠିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ଜଳିଉଠିଲା ବିଏମ୍‌ଡବ୍ଲ୍ୟୁ। ଆଉ ଏଥିରେ ବସିଥିବା ଦମ୍ପତି ଅଳ୍ପକେ...

କଂଗ୍ରେସ ଉପରେ ବର୍ଷିଲେ ଇରାନି

ଭଦୋଦରା,୨୪ ।୧୦: କେନ୍ଦମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସ୍ୱୃତି ଇରାନି ଭଦୋଦରାରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯାହାର...

୨୬ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ କରିପାରିବନି ଇଡି

ନୂଆଦିଲ୍ଲୀ,୨୪।୮(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫରୁ ସୁରକ୍ଷା ଦେଇଛନ୍ତି। ୨୬ ତାରିଖରେ ମାମଲାର ଶୁଣାଣି ଥିବାରୁ...

ବିପିନ ରାଓ୍ବତଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି, ସମସ୍ତଙ୍କ ହୃଦୟ ଜିତିଲା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ.୧୦।୧୨: ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ପୂରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କେବଳ ଭାରତରେ ନୁହେଁ, ଅନେକ ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

Advertisement
Archives

Model This Week