Home Left

ଏଣିକି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ, ଗାଡ଼ି ଚଢ଼ିଲେ ଗଣିବେ ଅଧିକ ଟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ଆରମ୍ଭରୁ ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡରଠାରୁ ଆରମ୍ଭ କରି ଟ୍ୟାକ୍ସି ସେବା ଆଦି ଶନିବାରଠାରୁ ମହଙ୍ଗା ହୋଇଛି। ସ୍ବିଗି ଓ ଜୋମାଟୋ ଡେଲିଭରି ଆପ୍‌ରେ ଖାଦ୍ୟ ମଗାଇବା ଉପରେ ଅତିରିକ୍ତ ୫ ପ୍ରତିଶତ ଜିଏସ୍‌ଟି…

ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ, ୨୦୧୫ରେ ପାଇଥିଲେ ନିଯୁକ୍ତି

ଭୁବନେଶ୍ବର,୧।୧(ବ୍ୟୁରୋ): ୨୦୧୫ ଜାନୁୟାରୀରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ଶନିବାର ନିୟମିତ କରିଛନ୍ତି । ତେବେ ୬ ବର୍ଷ ୧୧ ମାସ ପରେ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଭିତରେ ୪୦ ହଜାର ୫୨…

ବ୍ରଜରାଜନଗରରେ ୬ ମାସ ମଧ୍ୟରେ ହେବ ଉପ ନିର୍ବାଚନ

ଭୁବନେଶ୍ୱର,୧।୧(ବ୍ୟୁରୋ): ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ନେଇ ଅବଗତ କରାଯାଇଛି । ଏ ନେଇ…

ଛେଳି ଚୋରି ଘଟଣାରେ ଏଏସ୍‌ଆଇ ନିଲମ୍ବିତ

ବଲାଙ୍ଗୀର ଅଫିସ,୧।୧: ଛେଳି ଚୋରି ଘଟଣାରେ ପୋଲିସ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି। ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଏଏସ୍‌ଆଇ ସୁମନ ମଲ୍ଲିକଙ୍କୁ ବଲାଙ୍ଗୀର ଏସ୍‌ପି ନିଲମ୍ବନ କରିଛନ୍ତି। ଖବର ଅନୁଯାୟୀ, ପୋଲିସ ଏଏସ୍‌ଆଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରୀମାନେ ଏକ…

ଘରେ ଶୋଇଥିବା ବେଳେ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦୁବୁଲାବେଡ଼ା ଗ୍ରାମରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କ୍ଷେତ୍ରବାସୀ ମହାନ୍ତ। କ୍ଷେତ୍ରବାସୀ ରାତିରେ ଘରେ ଶୋଇଥିବା ବେଳେ ହାତୀ ଘର ଭାଙ୍ଗି ତାଙ୍କୁ ଟାଣି କଚାଡି…

ଆଡଲ୍ଟ ଚରିତ୍ରରେ ଅଭିନୟ କରି ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ ବିଦ୍ୟା

ମୁମ୍ବାଇ: ବର୍ଷ ଆରମ୍ଭରେ ଜନ୍ମଦିନ ପାଳନ କରିଛନ୍ତି ବଲିଉଡର ଡାର୍ଟି ଗର୍ଲ ବିଦ୍ୟା ବଲାନ । ୪୩ ବର୍ଷରେ ପାଦ ଦେଇଥିବା ବିଦ୍ୟା ଡାର୍ଟି ପିକଚର, ଇସ୍କିୟା, ପା ଭଳି ଫିଲ୍ମ ଭେଟିଦେଇ ଦର୍ଶକଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ନିଜର ଏକ…

୧୪ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଜି ହେଉଛି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ। କମିଶନରେଟ ପୋଲିସ ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି । ୨୦୦୮ ଜାନୁୟାରୀ ୧ରେ ଦ୍ବୈତନଗରୀ ଭୁବନେଶ୍ବର-କଟକକୁ ନେଇ ଗଠିତ ହୋଇଥିଲା । ୨୦୨୨ ପୋଲିସ ପାଇଁ ବଡ଼ ଚାଲେଞ୍ଜ…

ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ଚେନ୍ନାଇ,୧।୧: ତାମିଲନାଡୁ ଶିବକାଶି ଏମ ପୁଦୁପାଟ୍ଟି ଗ୍ରାମ ନିକଟରେ ଥିବା ଭାଡ଼ିଭେଲ ଫ୍ୟାକ୍ଟ୍ରିରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ…

‘୮୩’ ଫ୍ଲପ ହେବା ପରେ ବି ରଣବୀରଙ୍କ ହାତରେ ୫ ବାୟୋପିକ ଅଫର୍‌

ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘୮୩’ ୨୪ ଡିସେମ୍ବରରେ ରିଲିଜ୍ ହୋଇଛି । ଯାହା ଆଶା କରାଯାଉଥିଲା ସେହି ଅନୁଯାୟୀ ଦର୍ଶକଙ୍କ ମନ ଜିତି ପାରିଲା ନାହିଁ ଫିଲ୍ମ ।…

ଆଉ ଜଣେ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଜଣକ ପରେ ଜଣେ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହେଉଛନ୍ତି। ଶନିବାର ଅଭିନେତ୍ରୀ ମୃଣାଳ ଠାକୁରଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ…

କ୍ଲାସରୁମରେ ଶିକ୍ଷକଙ୍କୁ ମୋବାଇଲ ମନା!

ଭୁବନେଶ୍ୱର,୧।୧(ବ୍ୟୁରୋ): କ୍ଲାସରୁମରେ ଶିକ୍ଷକଙ୍କୁ ମୋବାଇଲ ମନା। ଶ୍ରେଣୀକୁ ଯିବା ସମୟରେ ଶିକ୍ଷକ ମୋବାଇଲ ନେଇପାରିବେନି। ଯଦି ନେବେ ତେବେ ଫୋନ ସୁଇଚ ଅଫ କରିବେ। ପିଲାଙ୍କ ପାଠପଢ଼ା ବେଳେ ଶିକ୍ଷକଙ୍କ ମୋବାଇଲ ଫୋନ ବନ୍ଦ ରହିବ । ପିଲାଙ୍କ ପାଠପଢ଼ାକୁ ନେଇ…

ଆରମ୍ଭ ହେଉ ହେଉ ଟିକା ବୁକିଂ କଲେଣି ୪୮ ହଜାର ପିଲା

ଭୁବନେଶ୍ୱର,୧।୧(ବ୍ୟୁରୋ): ଜାନୁୟାରୀ ୧ରୁ ୧୫ରୁ ୧୮ ବୟସ ବର୍ଗଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଯାଏ କୋଓ୍ବିନରେ ୪୫ ହଜରରୁ ଅଧିକ ପିଲା ଟିକା ବୁକିଂ କଲେଣି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୨୦୦୫ରୁ ୨୦୦୭ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?