ଆଡଲ୍ଟ ଚରିତ୍ରରେ ଅଭିନୟ କରି ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ ବିଦ୍ୟା

ମୁମ୍ବାଇ: ବର୍ଷ ଆରମ୍ଭରେ ଜନ୍ମଦିନ ପାଳନ କରିଛନ୍ତି ବଲିଉଡର ଡାର୍ଟି ଗର୍ଲ ବିଦ୍ୟା ବଲାନ । ୪୩ ବର୍ଷରେ ପାଦ ଦେଇଥିବା ବିଦ୍ୟା ଡାର୍ଟି ପିକଚର, ଇସ୍କିୟା, ପା ଭଳି ଫିଲ୍ମ ଭେଟିଦେଇ ଦର୍ଶକଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ଏମିତି ସମୟ ଥିଲା ଯେତେବେଳେ ବିଦ୍ୟା ଭାବୁଥିଲେ ତାଙ୍କୁ ଆଉ ହାଲକା ଫୁଲକା ଚରିତ୍ର ମିଳିବ ନାହିଁ । ହେଲେ ସବୁପ୍ରକାର ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣି ନେଇଥିଲେ । ମୁମ୍ବାଇର ଚେମ୍ବୁରରେ ଏକ ତାମିଲ ପରିବାରରେ ଜନ୍ମ ବିଦ୍ୟାଙ୍କର । ମାତ୍ର ୧୬ ବର୍ଷ ବୟସରେ ଏକତା କପୁରଙ୍କ ଟେଲିଭିଜନ ସିରିଏଲ ‘ହମ ପାଞ୍ଚ’ରୁ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ତାଙ୍କର ନଜର ଥିଲା ବଡ ପରଦା ଉପରେ । ମାଲୟାଲମ ଓ ତାମିଲ ଫିଲ୍ମରେ ଅନେକ ଥର ଚେଷ୍ଟା କରି ବି ସଫଳ ହୋଇ ନ ଥିଲେ ବିଦ୍ୟା । ଏମିତିକି ଏକ ମାଲୟାଲମ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଏହା କୌଣସି କାରଣ ବଶତଃ ରିଲିଜ୍ ହୋଇ ନ ଥିଲା । ଏହାପରେ ବିଦ୍ୟାଙ୍କୁ ସମସ୍ତେ ଅମଙ୍ଗଳ ବୋଲି କହିଥିଲେ । ହେଲେ ବହୁ ସଂଘର୍ଷ ପରେ ବିଦ୍ୟା ଏଣ୍ଟ୍ରି କଲେ ବଲିଉଡରେ । ‘ହେ ବେବି’ ଓ ‘କିସମତ କନେକ୍ସନ’ ବିଦ୍ୟାଙ୍କୁ ଦେଲା ଭିନ୍ନ ପରିଚୟ । ତେବେ ନିଜର ଓଜନ ଓ ଓଜନଦାର ଗହଣାକୁ ପସନ୍ଦ କରୁଥିବା ବିଦ୍ୟାଙ୍କର ବହୁ ସମାଲୋଚନା କରାଯାଇଥିଲା । ଏହାପରେ ସେ ଇଣ୍ଡଷ୍ଟ୍ରି ଛାଡିଦେବା କଥା ଚିନ୍ତା କରିଥିଲେ । ହେଲେ କ୍ୟାରିୟର ଆରମ୍ଭରେ ‘ପରିଣିତା’ ଓ ‘ମୁନ୍ନା ଭାଇ’ରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା । ଏହାପରେ ସେ ଆଉ ପଛକୁ ନାହିଁ ଆଗକୁ ଯିବାକୁ ସ୍ଥିର କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଥିବା ବିଦ୍ୟା ୨୦୧୧ରେ ସିଲକ୍ ସ୍ମିତାଙ୍କ ବାୟୋପିକ୍ ‘ଦ ଡାର୍ଟି ପିକଚର’ରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଅଭିନେତ୍ରୀଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା । ଯଦିଓ ସିଲ୍କ ସ୍ମିତାଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଟିକେ କଷ୍ଟକର ଥିଲା ଏହାପରେ ବି ସେ ନିଜର ସମସ୍ତ ଚେଷ୍ଟା ଏଥିରେ ଲଗାଇ ଦେଇଥିଲେ । ଆଉ ସଫଳ ବି ହୋଇଥିଲେ । ସବୁଠୁ ମିଳିଥିଲା ବିଦ୍ୟାଙ୍କୁ କେବଳ ପ୍ରଶଂସା ହିଁ ପ୍ରଶଂସା । ୨୦୧୨, ଡିସେମ୍ବର ୧୪ରେ ବିଦ୍ୟା ବିବାହ କରିଥିଲେ ସିଦ୍ଧାର୍ଥ ରୟ କପୁରଙ୍କୁ । ଫିଲ୍ମ ଫେୟାର ଆୱାର୍ଡରେ ଉଭୟଙ୍କ ମଧ୍ୟରେ ସାକ୍ଷାତ୍ ହୋଇଥିବା ବେଳେ ପ୍ରଥମେ ବନ୍ଧୁ ଓ ପରେ ପତ୍ନୀ ପତି ହୋଇ ଯାଇଥିଲେ ବିଦ୍ୟା-ସିଦ୍ଧାର୍ଥ । ଏବେ ବିଦ୍ୟାଙ୍କ ହାତରେ କମ୍ ଅଫର ଥିଲେ ବି ସେ ବଲିଉଡର ଜଣେ ଆଗଧାଡିର ନାୟିକା ତାଲିକାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମଙ୍କ ପୁଅଙ୍କୁ ଦେଖି ଭାବପ୍ରବଣ ହେଲେ ରିଆ

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ...

ପିଲାମାନଙ୍କ ଦାନ୍ତ ଭାଙ୍ଗିବାଠାରୁ ଆରମ୍ଭ କରି ଶିକ୍ଷକଙ୍କୁ ହଇରାଣ କରିଥିଲେ ଏହି ଅଭିନେତା, ପୂରା ଘଟଣା ଜାଣିଲେ…

ଶାହାରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ କୁହାଯାଏ। ଏହି ପଦବୀ ହାସଲ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ପିଲାଦିନ ଦିଲ୍ଲୀରେ ବିତାଇଥିବା ଶାହାରୁଖ ମୁମ୍ବାଇର...

ରିୟା ସେନ୍‌ଙ୍କୁ ୪୦ ପୂରିଲା: ବିବାହ ପୂର୍ବରୁ ଥିଲେ ଗର୍ଭବତୀ !

ମୁମ୍ବାଇ,୨୪।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରିୟା ସେନ୍‌ଙ୍କୁ ରବିବାର ୪୦ ବର୍ଷ ପୂରଣ ହୋଇଛି। ସେ ୪୧ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଜାନୁୟାରୀ ୨୪ରେ...

ସେନା ପୋଷାକରେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାଁ ନିକଟରେ ସେନା ପୋଷାକରେ ନଜର ଆସିଛନ୍ତି। ସବୁବେଳେ ନିଜ କାମକୁ ଶହେ ପ୍ରତିଶତ ଦେବାକୁ...

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା...

ସୁଶାନ୍ତଙ୍କ ଭଉଣୀଙ୍କୁ ଗିରଫ ଭୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି। ସିବିଆଇ ଏବେ ମାମଲାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟର କାରଣ ଜାଣିବା ପାଇଁ ତାଙ୍କ...

ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି

ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର...

ଏହି ଅଭିନେତାଙ୍କ ସହ କିସିଂ ସିନ୍‌ ଦେବାକୁ ମନା କରିଥିଲେ ଅମ୍ରିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଅବ୍‌ କେ ବରଷ’ରେ ଡେବ୍ୟୁ କରିଥିବା ନାୟିକା ଅମ୍ରିତା ରାଓ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହାପରେ ଏହି ଅଭିନେତ୍ରୀ ଫିଲ୍ମ...

Advertisement
Archives

Model This Week