ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ, ୨୦୧୫ରେ ପାଇଥିଲେ ନିଯୁକ୍ତି

ଭୁବନେଶ୍ବର,୧।୧(ବ୍ୟୁରୋ): ୨୦୧୫ ଜାନୁୟାରୀରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ଶନିବାର ନିୟମିତ କରିଛନ୍ତି । ତେବେ ୬ ବର୍ଷ ୧୧ ମାସ ପରେ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଭିତରେ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

୨୦୨୨ର ଯୋଜନାକୁ ନେଇ ମନ୍ତ୍ରୀ କହିଛନ୍ତି, ‘୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଚଳିତବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରାଯିବ । ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯାଇ ୫- ଟି ଅଧୀନକୁ ଅଣାଯିବ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ସାରିଛି। ଆଦର୍ଶ ବିଦ୍ୟାଳୟରେ ୧୭୦୦ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଗୁରୁତ୍ୱ ଦିଆଯାଉଛି। ଦଶମ ଓ ଦ୍ବାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ରଖିଛୁ । କିଛି ସମସ୍ୟା ଉପୁଜିଲେ ଏହାର ମୁକାବିଲା ପାଇଁ ବିଭାଗ ସଜାଗ ଅଛି ।’


Enter your email to get our daily news in your inbox.

All Right Reserved By Dharitri.Com

ମତ ବଦଳାଇଲେ ସଞ୍ଜୟ

ପୁରୀ ଅଫିସ,୮ା୬: ପୁରୀ ପୋଲିସ ଏବଂ ଅବକାରୀ ବିଭାଗ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ଦୁର୍ବଳ ଅର୍ଥନୀତି ମୁକାବିଲା : ଖଣି ରାଜସ୍ବ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର

ଭୁବନେଶ୍ୱର,୯ା୯(ବ୍ୟୁରୋ): ଦେଶର ଆର୍ଥିକ ସ୍ଥିତିକୁ ଦେଖି ବିଭିନ୍ନ ରାଜ୍ୟ ପଦକ୍ଷେପ ନେବାକୁ ଆରମ୍ଭ କଲେଣି। ଜାତୀୟସ୍ତରରେ ଅଟୋମୋବାଇଲ, ହସ୍ତତନ୍ତ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ବର୍ତ୍ତମାନ ସିମେଣ୍ଟ...

ଆଶଙ୍କାରେ ଆ-କା-ମା-ବୈ

ଅନୁଗୋଳ ଅଫିସ, ୨୧।୧୧ – କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ସହ ଦିଅଁ ଦର୍ଶନ କରି ମାସକର ବ୍ରତ ଉଦ୍‌ଯାପନ କରନ୍ତି ବ୍ରତଧାରୀ। କିନ୍ତୁ ମହାମାରୀ...

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଗଜପତି ମହାରାଜାଙ୍କ କନ୍ୟା

ପୁରୀ ଅଫିସ,୯ା୨:  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ। ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ବର୍ଦ୍ଧମାନ ରାଜକୁମାର...

ନମୁନା ସଂଗ୍ରହ ଦିନ ହିଁ ଲ୍ୟାବ୍‌କୁ ପଠାନ୍ତୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର କୋଭିଡ୍‌ ପରୀକ୍ଷା ପାଇଁ ନୂଆ ନିୟମ ଜାରି କରିଛନ୍ତି। ସମସ୍ତ କରୋନା...

କୋଇଲା ଚୋରା କାରବାରରେ କୋଟିପତି ହୋମଗାର୍ଡ

ଅନୁଗୋଳ ଅଫିସ,୨୭ା୫: ପୋଲିସ ଚାକିରିକୁ ଢାଲ କରି କୋଇଲା ଚୋରା କାରବାର କରୁଥିବା କଟକ ଜିଲା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁଙ୍କୁ ଗିରଫ...

୩ ନୂଆ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର,୩୦।୮: ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ତିନୋଟି ନୂଆ ରୁଟ୍‌ରେ ‘ମୋ ବସ୍‌’ ସେବା ଆରମ୍ଭ ହେବାକୁ ଯାଉଛି। ରୁଟ୍‌ ନଂ ୭୧ (ବରମୁଣ୍ଡାରୁ ରସୁଲଗଡ଼ ଦେଇ...

ଆକାଶଙ୍କ ଜେରାରୁ ଦୃଢ଼ ପ୍ରମାଣ ମିଳିଲା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ବହୁକୋଟି ଠକେଇ ଓ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌କୁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ...

Advertisement
Archives

Model This Week