ଏଣିକି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ, ଗାଡ଼ି ଚଢ଼ିଲେ ଗଣିବେ ଅଧିକ ଟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ଆରମ୍ଭରୁ ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡରଠାରୁ ଆରମ୍ଭ କରି ଟ୍ୟାକ୍ସି ସେବା ଆଦି ଶନିବାରଠାରୁ ମହଙ୍ଗା ହୋଇଛି। ସ୍ବିଗି ଓ ଜୋମାଟୋ ଡେଲିଭରି ଆପ୍‌ରେ ଖାଦ୍ୟ ମଗାଇବା ଉପରେ ଅତିରିକ୍ତ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଛି। ଫଳରେ ଅନଲାଇନ୍‌ରେ ଖାଦ୍ୟ ମଗାଇ ଖାଉଥିବା ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା କେବଳ ଗ୍ରାହକଙ୍କୁ ପ୍ରଭାବିତ କରିବ ତା’ନୁହେଁ ବରଂ ଏହା ଦ୍ୱାରା ଛୋଟ ରେଷ୍ଟୁରାଣ୍ଟ, ଡେଲିଭରୀ ପ୍ଲାଟଫର୍ମ ମଧ୍ୟ ପ୍ରଭାବିତ ହେବ । ଏଥିଯୋଗୁ ଛୋଟ ହୋଟେଲ ଖାଦ୍ୟ ସାମଗ୍ରୀ ଦର ବଢ଼ାଇବେ ନଚେତ ଅନଲାଇନ୍‌ ପ୍ଲାଟଫର୍ମରେ ଖାଦ୍ୟ ବିକ୍ରି ବନ୍ଦ କରିବାକୁ ବାଧ୍ୟ ହେବେ ।

ପୂର୍ବରୁ ରେଷ୍ଟୁରାଣ୍ଟ ଖାଦ୍ୟ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ୁଥିଲା। ଏଥିରେ ଆଜିଠାରୁ ଅତିରିକ୍ତ ୫ ପ୍ରତିଶତ କର ଲାଗୁ ହୋଇଛି । ପୂର୍ବଭଳି ଅଫଲାଇନ୍‌ ଅଟୋ ସେବା ଟିକସମୁକ୍ତ ରହିବ । ଏହାଛଡ଼ା ଅନଲାଇନ ଫୁଡ ଡେଲିଭରୀ ଓ ଅନଲାଇନ ଟ୍ୟାକ୍ସି ସେବା ମହଙ୍ଗା ହୋଇଥିବା ବେଳେ ନୂଆବର୍ଷରୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ଜିଏସଟି ଆଇନ ଅନୁସାରେ, ଜିଏସଟି ରିଫଣ୍ଡ ପାଇଁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଧାର କାର୍ଡ ଦେବେ । ଆଧାର କାର୍ଡ ତଥ୍ୟ ନଦେଲେ ଜିଏସ୍‌ଟି ରିଫଣ୍ଡ ମିଳିବ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri