Home Left

ସ୍ତ୍ରୀଙ୍କ ପରେ ଏବେ ଗର୍ଲଫ୍ରେଣ୍ଡଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ପ୍ରାୟ ୭୦ କୋଟି ମୂଲ୍ୟର ଘର କିଣିଛନ୍ତି। ସେ ଏହି ଫ୍ଲାଟକୁ ବ୍ୟାଚ୍‌ଲର୍‌ ପ୍ୟାଡ୍‌(ଯେଉଁଠାରେ ବ୍ୟାଚ୍‌ଲର୍‌ ରୁହନ୍ତି)ଆଖ୍ୟା ଦେଇଛନ୍ତି। ତାଙ୍କର ଏହି ନୂତନ ଫ୍ଲାଟରେ ୫ଟି କୋଠରୀ ଅଛି ଏବଂ ୟୁରୋପୀୟ ଶୈଳୀରେ ନିର୍ମିତ।…

କେବଳ ଏହି କାରଣ ପାଇଁ ଦେଶ ଛାଡ଼ିବାକୁ ଚାହୁଁଥିଲେ ମଲ୍ଲିକା: ପୁରୁଷଙ୍କ ସହ ନୁହେଁ ମହିଳାଙ୍କ ପାଖେ ସମସ୍ୟା

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ସେ ନିଜର ବୋଲ୍ଡ ଅବତାର ପାଇଁ ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା। ମଲ୍ଲିକା ନିଜ ବିଷୟରେ ଅନେକ କିଛି କହିବା ଜାରି ରଖିଛନ୍ତି। ବର୍ତ୍ତମାନ ସେ…

ପୁଣି ଥରେ ଜାତୀୟ ସୁରକ୍ଷା ଆଳ ଦେଖାଇଲେ ସରକାର

ନୂଆଦିଲ୍ଲୀ, ୧୪ା୯: ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପେଗାସସ୍‌ ସମ୍ପର୍କୀତ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରି ହେବନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଦେଶର ସୁରକ୍ଷାକୁ ବିପଦରେ ପକାଉଥିବା ବ୍ୟକ୍ତିଙ୍କ ପାଇଁ ସରକାର କେଉଁ ସଫ୍ଟଓ୍ବେର ବ୍ୟବହାର କରୁଛନ୍ତି, ତାହା ସାର୍ବଜନୀନ ହେଲେ…

ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଟିମ୍‌କୁ ଏକାକୀ ପାଣି ପିଆଇ ଦେଇଥିଲେ

ବେଲଫାଷ୍ଟ,୧୪।୯: କ୍ରିକେଟରୁ ଜିମ୍ବାଓ୍ବେର ସିନିୟର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲରଙ୍କ ଅବସର ସହ ଏକ ଯୁଗ ଶେଷ ହୋଇଛି। ଜିମ୍ବାଓ୍ବେ କ୍ରିକେଟ ଇତିହାସର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ ୧୭ ବର୍ଷର କ୍ୟାରିୟରରେ ୩୪ ଟେଷ୍ଟ, ୨୦୨ ଦିନିକିଆ ଓ ୪୫ ଟି୨୦ ମ୍ୟାଚ୍‌…

ଆମେରିକା ପତାକା ବଞ୍ଚାଇ ଦେଲା ବିଲେଇର ଜୀବନ

ୱାଶିଂଟନ,୧୪।୯: ନୂଆ ଜୀବନ ପାଇଲା ବିଲେଇ। ଆମେରିକାର ମିଆମିସ୍ଥିତ ହାର୍ଡ ରକ ଷ୍ଟାଡିୟମରେ ରବିବାର ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏକ ବିଲେଇ ଉପର ମହଲାରୁ ଖସି ପଡ଼ୁଥିବା ଦେଖିବାକୁ ମିଳିଥିଲା। ହଠାତ୍‌ ଦର୍ଶକଙ୍କ ଧ୍ୟାନ ଖେଳ ଠାରୁ ଦୂରେଇ ଯାଇଥିଲା।…

ମଧୁମେହରୁ ମୁକ୍ତି ଦିଏ ଏହି ସାମାନ୍ୟ ପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଏହା ଲାଭକାରୀ। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା ସହ…

ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ପଢିବେ ରାମାୟଣ, ମହାଭାରତ

ଭୋପାଳ,୧୩।୯: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରିବା ପାଇଁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ର ଅଂଶବିଶେଷ ସ୍ବରୂପ ଏବଂ ଛାତ୍ରୀଛାତ୍ରଙ୍କ ଶିକ୍ଷା ପାଇଁ ଏହା କରାଯାଇଥିବା ରାଜ୍ୟର ଉଚ୍ଚଶିକ୍ଷା…

୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କଲେ ଦୂର ସମ୍ପର୍କୀୟ

ବସ୍ତି,୧୩।୯: ଜଣେ ୧୬ ବର୍ଷୀୟ ନାବାଳକ ପଡ଼ୋଶା ଘରର ୮ ବର୍ଷୀୟା ଝିଅଙ୍କୁ ବଳାତ୍କାର କରିଛନ୍ତି। ଉତ୍ତରପ୍ରଦେଶର ବସ୍ତି ଜିଲାରେ ରବିବାର ଏଭଳି ଘଟଣା ଘଟିଛି। ବସ୍ତି ଥାନା ଏସ୍‌ପି ଆଶିଷ ଶ୍ରୀବାସ୍ତବ କହିଛନ୍ତି, ରବିବାର ସନ୍ଧ୍ୟା ୬ଟାରେ ପୋଲିସ କଣ୍ଟ୍ରୋଲ…

ମଦ ପିଆଇ ୨ ଭଉଣୀଙ୍କୁ ଗଣବଳାତ୍କାର

ଇଟାଓ୍ବା,୧୩।୯: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଛି। ୨ ଭଉଣୀଙ୍କୁ ୩ ଜଣ ଲୋକ ଅପହରଣ କରି ଗଣବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଛି। ସେଫାଇ ଥାନାରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ରେଲଓ୍ବେ…

୨ ଦିନର ବର୍ଷା ଭାଙ୍ଗିଦେଲା ଉତ୍କଳ ବିଶ୍ୱବିଦ୍ୟାଳୟର ପାଚେରି

ଚଣ୍ଡିଖୋଲ,୧୩ା୯(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌(ଗ୍ରାମୀଣ) କାର୍ଯ୍ୟ ଚାଲିଛି। ହେଲେ ଲଘୁଚାପ ବର୍ଷା ଯୋଗୁ କ୍ୟାମ୍ପସ୍‌ର ୧୦୦ ଫୁଟ୍‌ରୁ ଊର୍ଦ୍ଧ୍ୱ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ବଡ଼ଚଣା ପୂର୍ତ୍ତବିଭାଗ ଉପଖଣ୍ଡ ତରଫରୁ ୧ କୋଟି ୪୦…

ମୋ ଝିଅକୁ ତଣ୍ଟିଚିପି ମାରିଦେଲେ

ଦିଗପହଣ୍ଡି,୧୩ା୯(ଡି.ଏନ.ଏ.): ସ୍ତ୍ରୀ ହତ୍ୟା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଲକ୍ଷ୍ମଣ ନାଇକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ନେଇ ପୋଲିସ ଏକ ମାମଲା (ନଂ ୨୩୩/୨୧ ) ରୁଜୁ କରିଛି। ସୂଚନା ଅନୁସାରେ, ଲକ୍ଷ୍ମଣଙ୍କ…

ଭାସିଗଲା ବୋଡ଼ାନଦୀ କଲଭର୍ଟ

ଭଞ୍ଜନଗର,୧୩।୯(ଡି.ଏନ.ଏ): ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ୩ ଦିନ ହେଲା ବର୍ଷା ହେଉଛି। ସୋମବାର ଦିନତମାମ ଲଗାଣ ବର୍ଷା ହୋଇଛି। ଫଳରେ ବୋଡ଼ାନଦୀ ବନ୍ୟାଜଳରେ ବେଲଗୁଣ୍ଠା ନିକଟ ଚଢ଼େୟାପଲ୍ଲୀଠାରେ ହୋଇଥିବା ଅସ୍ଥାୟୀ କଲଭର୍ଟ ଭାସିଯାଇଛି। ଏଥିଯୋଗୁ ବେଲଗୁଣ୍ଠା-ବୁଗୁଡ଼ା, ବେଲଗୁଣ୍ଠା-ଆସିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri