ଆଲିଙ୍ଗନ ଦୃଶ୍ୟ ଉପରେ କଟକଣା
ଟିଭିରେ ଆଲିଙ୍ଗନ, ବୋଲ୍ଡ ସିନ୍ ଦେଖାଯିବା ଉପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ନିୟନ୍ତ୍ରକ କର୍ତ୍ତୃପକ୍ଷ(ପିଇଏମ୍ଆର୍ଏ) କଟକଣା ଲଗାଇଛି। ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକୁ ଏ ବାବଦରେ ନୋଟିସ୍ ଜାରି କରାଯାଇ କୌଣସି ଡ୍ରାମାରେ ଆଲିଙ୍ଗନ୍, ବୋଲ୍ଡ ସିନ୍ ଆଦି ନ ଦେଖାଇବାକୁ କୁହାଯାଇଛି।…
ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ
ଜାକର୍ତ୍ତା,୨୪ ।୧୦: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାୱତି ସୁକର୍ଣ୍ଣୋପୁତ୍ରି ଇସଲାମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସୁକର୍ଣ୍ଣୋ ସେଣ୍ଟର ହେରିଟେଜ ଏରିଆ ଇନ୍ ବାଲେ ଅଗୁଙ୍ଗ…
କୃଷିନୀତିର ପୁନର୍ବିଚାର ହେଉ: ବରୁଣ ଗାନ୍ଧୀ
ନୂଆଦିଲ୍ଲୀ, ୨୪।୧୦:ସରକାର କୃଷିନୀତିର ପୁନର୍ବିଚାର କରନ୍ତୁ ବୋଲି ଭାଜପା ଏମ୍ପି ବରୁଣ ଗାନ୍ଧୀ ଶନିବାର ଟୁଇଟର ଯୋଗେ ଆହ୍ବାନ ଦେଇଛନ୍ତି। ଜଣେ ଚାଷୀ ତାଙ୍କର କଷ୍ଟୋପାର୍ଜିତ ଧାନ ଫସଲକୁ ବିକ୍ରିକରି ନ ପାରି ସେଥିରେ ନିଆଁ ଲଗାଇ ଦେଉଥିବାରୁ ଭିଡିଓ କ୍ଲିପ୍…
ଜମ୍ମୁ-କଶ୍ମୀର ଉପରେ ପଡିପାରେ ଆଫଗାନିସ୍ତାନର ପ୍ରଭାବ: ସିଡିଏସ୍ ରାୱତ
ନୂଆଦିଲ୍ଲୀ,୨୪ ।୧୦: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନରାଲ ବିପିନ ରାୱତ ଶନିବାର ଆସାମର ରାଜଧାନୀ ଗୁଆହାଟିରେ କହିଛନ୍ତି କି ମ୍ୟାନମାରର ସ୍ଥିତି ଏବେ ବହୁତ ଖରାପ, ସେଠାରେ ଯାହା କିଛି ଘଟୁଛି ତା’ର ପ୍ରଭାବ ଆମ ଦେଶ ଉପରେ ପଡିବ…
ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି
ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ, ସ୍ବାସ୍ଥ୍ୟ ପାଇଁ ଗୁଡ଼ ଭଲ ତାହା ନୁହେଁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଗୁଡ଼ର ଭୂମିକା ରହିଛି। ଏହା ଚେହେରା…
ଫେରୁଛି କରୋନା: ବେଜିଂ ସମେତ ଚାଇନାର ଅଧିକାଂଶ ଅଞ୍ଚଳରେ ବଢୁଛି ସଂକ୍ରମଣ
ବେଜିଂ,୨୪ ।୧୦: ଚାଇନର ରାଜଧାନୀରେ ଶନିବାର ୧୯ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ପୁଣିଥରେ କରୋନାକୁ ନେଇ ଚିନ୍ତା ବଢି ଯାଇଛି । ଦେଶରେ ପୁଣିଥରେ କରୋନା ଫେରୁଥିବା ଦେଖି ଅଧିକାରୀମାନେ ଯାଞ୍ଚ ବଢାଇ ଦେବା ସହ ହୋଟେଲ…
ଏକଦା କରିନାଙ୍କୁ ମ୍ୟାମ ଡାକୁଥିଲେ ସୈଫ୍: ଆଉ ତା’ ପରେ
ଅଭିନେତା ସୈଫ୍ ଅଲ୍ଲୀଖାନ ଏବଂ ଅଭିନେତ୍ରୀ କରିନା କପୁର ହେଉଛନ୍ତି ବଲିଉଡର ଲୋକପ୍ରିୟ ଯୋଡି। ୨୦୧୨ ରେ ସୈଫ୍-କରିନା ବିବାହ କରିଥିଲେ। ଉଭୟ ଏକାଠି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ସେମାନଙ୍କର ପ୍ରେମ କାହାଣୀ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ…
ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ
ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍ଠାକ ଚାଲିଲା ପରେ ସବୁ ଯେମିତି ବିଗିଡି ଗଲା। ଅପଣାର କରିଥିବା ସ୍ତ୍ରୀଙ୍କୁ ରାଜସ୍ଥାନର ଜଣଙ୍କୁ…
୨୬ରୁ ସିଙ୍ଗାପୁର ଯାଇପାରିବେ ଭାରତୀୟ
ସିଙ୍ଗାପୁର,୨୪।୧୦: ଅକ୍ଟୋବର ୨୬ରୁ ଭାରତୀୟମାନେ ସିଙ୍ଗାପୁର ଯାଇପାରିବେ। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସିଙ୍ଗାପୁର ବିଦେଶୀଙ୍କ ଭ୍ରମଣ କଟକଣାକୁ କୋହଳ କରିଛି। ଭାରତ ସମେତ ଅନ୍ୟ ୫ ଦକ୍ଷିଣ ଏସୀୟ…
ଲଖିମପୁର ହିଂସା: ଅଭିଯୁକ୍ତ ଆଶିଷ ମିଶ୍ର ଡେଙ୍ଗୁରେ ପୀଡ଼ିତ!
ଲକ୍ଷ୍ନୌ,୨୪ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ପୋଲିସ ରିମାଣ୍ଡରରେ ଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି । ଫଳରେ ତାଙ୍କୁ ଜେଲ ହସ୍ପିଟାଲକୁ ସିପ୍ଟ କରିବାକୁ ପଡିଛି । ପୋଲିସ…
ମାଗଣାରେ ଟାବଲେଟ,ସ୍ମାର୍ଟଫୋନ ବାଣ୍ଟିବେ
ଲକ୍ଷ୍ନୌ,୨୪।୧୦: ନଭେମ୍ବର ଶେଷ ସୁଦ୍ଧା ଉତ୍ତରପ୍ରଦେଶ ସରକାର ଯୁବପିଢ଼ିଙ୍କୁ ମାଗଣାରେ ଟାବଲେଟ୍ ଓ ସ୍ମାର୍ଟଫୋନ ବାଣ୍ଟିବେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ସୁଲତାନପୁରଠାରେ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନବେଳେ ଯୋଗୀ କହିଛନ୍ତି, ତାଙ୍କ ସରକାର ରାଜ୍ୟରେ…
ଭୁଲ୍ ଔଷଧ ନେଲା ଶିଶୁର ଜୀବନ
ଟିକିରି,୨୩ା୧୦(ଡି.ଏନ୍.ଏ.): ଭୁଲ୍ ଔଷଧ ଦେବାରୁ ୧୪ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏଏନ୍ଏମ୍ କର୍ମୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଧାଙ୍ଗଡ଼ିସିଲ ଗ୍ରାମର ମହାନନ୍ଦ ନାୟକ ଏଭଳି…
Archives


