ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି। ଏହି ଆକ୍ରମଣରେ ୟୁକ୍ରେନର ବିଭିନ୍ନ ସହର ଏବେ ଧ୍ୱଂସସ୍ତୁପ ପାଲଟିଗଲାଣି। ଅନ୍ୟପଟେ ରୁଷିଆକୁ ବିଶ୍ୱରୁ ଅଲଗା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ତେବେ ଯୁଦ୍ଧ ମଧ୍ୟରେ ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ ଆସନ୍ତା ସପ୍ତାହରେ ପୋଲାଣ୍ଡ ଏବଂ ରୋମାନିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦିନକୁ ଦିନ ଅତ୍ୟନ୍ତ ବିପଜ୍ଜନକ ଓ ଭୟଙ୍କର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ଓ ଆମେରିକାର ପୂର୍ବ ନାଟୋ ସହଯୋଗୀଙ୍କୁ ବାଇଡେନ ପ୍ରଶାସନ ପକ୍ଷରୁ ସମର୍ଥନ ଜାରି ରହିଛି। ଏଥିପାଇଁ ଆସନ୍ତା ବୁଧବାରଠାରୁ ମାର୍ଚ୍ଚ ୧୧ପର୍ଯ୍ୟନ୍ତ କମଲା ହାରିସ ପୋଲାଣ୍ଡ ଓ ରୋମାନିଆ ଗସ୍ତ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହି ଯାତ୍ରା ସମୟରେ ସେ ଓ୍ବରସା ଏବଂ ବୁଖାରେଷ୍ଟରେ ରହିବେ। ସୂଚନାନୁସାରେ, ୟୁକ୍ରେନ ଉପରେ ହୋଇଥିବା ରୁଷିଆର ଆକ୍ରମଣକୁ ନେଇ ୨ଦେଶ ଭିତରେ ସମନ୍ବୟ ରକ୍ଷା କରିବା ଲାଗି ପୋଲାଣ୍ଡ ଏବଂ ରୋମାନିଆର ନେତାଙ୍କ ସହ ସାକ୍ଷାତ କରିବେ କମଲା। ଆମେରିକା କିପରି ୟୁକ୍ରେନର ପଡ଼ୋଶୀମାନଙ୍କୁ ସମର୍ଥନ କରିପାରିବ ସେ ବିଷୟରେ ହାରିସ ଆଲୋଚନା କରିବେ। ଏହି ଯୁଦ୍ଧ ପରେ ୟୁକ୍ରେନର ବହୁ ସଂଖ୍ୟକ ନାଗରିକ ପଡୋଶୀ ଦେଶକୁ ପଳାୟନ କରୁଛନ୍ତି। ଏଭଳି ପରିସ୍ଥିତିରେ ଶରଣାର୍ଥୀଙ୍କ ସୁରକ୍ଷା ତଥା ମାନବିକ ସହାୟତା ବିଷୟରେ ମଧ୍ୟ ଆଲୋଚନା କରାଯାଇପାରେ। ଏତଦ୍‌ ବ୍ୟତୀତ ଏହି ଗସ୍ତରେ ନାଟୋ ମିଳିତ ମଞ୍ଚର ଶକ୍ତି ଏବଂ ଏକତା ମଧ୍ୟ ପ୍ରଦର୍ଶନ ହେବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟେମେନ ସଂଘର୍ଷରେ ଶହେ ମୃତ

ସାନା, ୮ା୩: ୟେମେନ ସେନା ଏବଂ ହୁତି ଗ୍ରୁପ୍‌ ମଧ୍ୟରେ ସଂଘର୍ଷ ଘଟି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଶହେ ଜଣଙ୍କ ମୃତ୍ୟୁ ଘଟିଛି।...

ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ କରିପାରେ କରୋନା

ବେଜିଂ,୧୮ା୫(ପି.ଟି.): କରୋନା ଆକ୍ରାନ୍ତ ରୋଗୀଙ୍କର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଚାଇନା ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷ ସତର୍କ କରାଇବା ସହ ରୋଗୀମାନଙ୍କ ସ୍ବାସ୍ଥ୍ୟବୀମା ସୀମାକୁ...

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ, ସୀମାରେ ସମରସଜ୍ଜା…

ମସ୍କୋ,୧୪।୧୧: ରୁଷିଆ ଏବଂ ୟୁକ୍ରେନ୍‌ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ମୁହାଁମୁହିଁ ପରିସ୍ଥିତି ଯୋଗୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ଦୁଇ ଦେଶ...

ସାହାଯ୍ୟ କଲେ ଭୟଙ୍କର ପରିଣତି ଭୋଗିବ ଚାଇନା: ଆମେରିକା

ମସ୍କୋ, ୧୪ା୩: ୟୁକ୍ରେନ୍‌ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ସହାୟତା ମାଗିଥିବା ନେଇ ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ...

ପ୍ରସ୍ତୁତ ହେଲା ସିଙ୍ଗଲ ଡୋଜ୍‌ କରୋନା ଟିକା

ଓ୍ବାଶିଂଟନ,୨୫।୨: କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ଭାରତ ସମେତ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଛି। ଏସବୁ ପ୍ରତିଷେଧକ...

‘ଗୋରେ ରଙ୍ଗ୍‌ କା ଜମାନା’କୁ ନେଇ ବିବାଦ : ଗୀତ ଚୋରି ଅଭିଯୋଗ ଆଣିଲେ ପାକ୍‌ ଅଭିନେତ୍ରୀ

କରାଚୀ/ମୁମ୍ବାଇ, ୨୮ା୮(ଆଇଏଏନ୍‌ଏସ୍‌): ବଲିଉଡ ସଂଗୀତ ଜଗତ ପାକିସ୍ତାନୀ ଗୀତ ଚୋରି କରୁଛି ବୋଲି ସେ ଦେଶର ଅଭିନେତ୍ରୀ ମେହଓ୍ବିଶ ହାୟତ ଅଭିଯୋଗ କରିଛନ୍ତି। ନିକଟରେ ଆଲିଆ...

ନ୍ୟୁୟର୍କ ବଫେଲୋ ସୁପରମାର୍କେଟରେ ଗୁଳିକାଣ୍ଡ: ୧୦ ମୃତ

ନ୍ୟୁୟର୍କ,୧୫ ।୫: ଆମେରିକା ନ୍ୟୁୟର୍କର ବଫେଲୋ ସ୍ଥିତ ଏକ ସୁପରମାର୍କେଟରେ ଶନିବାର କେତେଜଣ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପୋଲିସ କହିଛି ଆକ୍ରମଣକାରୀଙ୍କୁ ଗିରଫ...

ବିଶାଳ ସମୁଦ୍ରଜୀବ ପିଠିରେ ଲେଖାଯାଇଛି ଟ୍ରମ୍ପଙ୍କ ନାମ: ଭିଡିଓ ଭାଇରାଲ ପରେ…

ଫ୍ଲୋରିଡା,୧୨।୧: ଆମେରିକାର ଫ୍ଲୋରିଡା ସହରରେ ଏକ ବିଶାଳ ସମୁଦ୍ର ଜୀବ ପିଠିରେ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କିତ...

Advertisement
Archives

Model This Week