ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ପ୍ରତିଦିନ ତାପମାତ୍ରା ବୃଦ୍ଧିରେ ନୂଆ ରେକର୍ଡ ହେଉଛି । ଆସନ୍ତା ୩୦…
କୁକୁର ଛୁଆକୁ କିସ୍ କରୁଛି ଓଟ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କୋଭିଡ଼ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ
ନୂଆଦିଲ୍ଲୀ, ୨୭।୪: ଦେଶରେ କୋଭିଡ଼ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି। ତେବେ ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ ସ୍ଥିତି ସମୀକ୍ଷା କରିବେ। ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ…
ବିବାଦୀୟ ଡିଏଫ୍ଓଙ୍କ ବଦଳି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁରେ ଛନ୍ଦି ହୋଇଥିଲା ନାଁ
ଭୁବନେଶ୍ୱର,୨୭।୪(ବ୍ୟୁରୋ): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ଛନ୍ଦି ହୋଇଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବଦଳି ହୋଇଛି। ସୌମ୍ୟଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ହୋ-ହାଲ୍ଲା ସତ୍ତ୍ୱେ ବେହେରାଙ୍କୁ ବଦଳି କରାଯାଇ ନ ଥିଲା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ…
ଆଜି ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ ଅଫିସ, ୨୭।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହା ଏକ ଗୁପ୍ତ…
ଗାଜିଆବାଦରେ ବଢ଼ୁଛି କରୋନା ମିଟର
ଗାଜିଆବାଦ,୨୭।୪: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଗାଜିଆବାଦରେ ୭୫ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ବର୍ତ୍ତମାନ ଜିଲାରେ ପ୍ରାୟ ୩୦୦ କରୋନା ସକ୍ରିୟ ମାମଲା ରହିଥିବା ବେଳେ…
ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ
ଭୁବନେଶ୍ୱର,୨୭।୪(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରସୁଲଗଡ଼ ଅଞ୍ଚଳରେ ୨୦୧୨ରେ ଯୌତୁକ ଦାବିକରି ସ୍ତ୍ରୀଙ୍କୁ କାଠଫାଳିଆରେ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ଅତିରିକ୍ତ ଜିଲାଜଜ୍-୩ ସସ୍ମିତା ପାଢ଼ୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ବିଚାର କରି ଜେଲରେ ଥିବା ଜଗତ୍ସିଂହପୁର…
ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଚାଷୀ
ପଟ୍ଟାମୁଣ୍ଡାଇ, ୨୭।୪(ସ୍ବ.ପ୍ର.): ଆଉ ଦିନ କେଇଟା ପରେ ଅକ୍ଷୟ ତୃତୀୟା। ଏହି ଦିନ ଚାଷୀମାନେ କୃଷି କାର୍ଯ୍ୟର ଅନୁକୂଳ କରିଥାନ୍ତି। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରି ଜମିରେ ଚାଷ ଅନୁକୂଳ କରାଯିବା ସହ ହଳ କରାଯାଏ। ରଜ ଉତ୍ସବ ପାଳନ…
ଚତୃର୍ଥ ଲହର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭।୪: ଦେଶରେ ପୁଣି ଥରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲା ଓ ସମ୍ଭାବ୍ୟ ଚତୃର୍ଥ ଲହର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟାହ୍ନ ୧୨ଟାରେ ଭିଡିଓ କନ୍ଫରେନସିଂ ଜରିଆରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ…
ଶତାବ୍ଦୀର ମୂକସାକ୍ଷୀ ଲୁଣିଲୁଣିଆ ଗଛ
ମହାକାଳପଡ଼ା, ୨୭।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ କୋଚିଳା ଗ୍ରାମ ସନ୍ନିକଟ ମହାନଦୀର ଶାଖା ଗୁପ୍ତଗିରି ନଦୀରେ ହୁଳୁହୁଳିଆବାଙ୍କ ନିକଟରେ ଶହେ ବର୍ଷରୁ ଊର୍ଦ୍ଧ୍ୱହେବ ଦଣ୍ଡାୟମାନ ହୋଇ ରହିଛି ଲୁଣିଲୁଣିଆ ଗଛ। ଏହିଠାରେ ଏକ ପାଲଟଣା ଡଙ୍ଗା…
ଖରିଫ ଚାଷ ପୂର୍ବରୁ କେନାଲ ସଫା ଦାବି
କେନ୍ଦ୍ରାପଡ଼ା ଅଫିସ, ୨୭।୪: ଓଡ଼ିଶାର ସର୍ବପ୍ରାଚୀନ କେନ୍ଦ୍ରାପଡ଼ା କେନାଲରେ ୧୮୬୯ ମେ’ ୨୯ରେ ପ୍ରଥମଥର ପାଇଁ ପାଣି ଛଡା ଯାଇଥିଲା। ଜଗତପୁର ନିକଟସ୍ଥ ବିରୂପା ନଦୀରୁ ଏହି କେନାଲ ବାହାରି ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ ଆଦି କେନାଲକୁ ପାଣି ଯୋଗା ଯାଉଥିଲା।…
ଲଘୁ ଖଣିଜ ଚୋରାଚାଲାଣ ରୋକିବାକୁ ଗୁରୁତ୍ୱ
ଜଗତ୍ସିଂହପୁର ଅଫିସ, ୨୭।୪: ଜଗତ୍ସିଂହପୁର ଜିଲାର ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟଜିତ୍ ସାହୁ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ ଖାରି ପାଣିରେ ମାଛ ଚାଷ ସମ୍ବନ୍ଧୀୟ…

