ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରସୁଲଗଡ଼ ଅଞ୍ଚଳରେ ୨୦୧୨ରେ ଯୌତୁକ ଦାବିକରି ସ୍ତ୍ରୀଙ୍କୁ କାଠଫାଳିଆରେ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ଅତିରିକ୍ତ ଜିଲାଜଜ୍‌-୩ ସସ୍ମିତା ପାଢ଼ୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ବିଚାର କରି ଜେଲରେ ଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଅଭିଯୁକ୍ତ ସ୍ବାମୀ ଶ୍ରୀକାନ୍ତ ପରିଡ଼ାଙ୍କୁ ଅଦାଲତ ଆଜୀବନ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ୧୩ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦାୟ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ କହିଛନ୍ତି। ଏଥିସହିତ ଓଡ଼ିଶା ଭିକ୍ଚିମ୍‌ କମ୍ପେନସେଶନ୍‌ ସ୍କିମ୍‌ ମାଧ୍ୟମରେ ମୃତା ଲକ୍ଷ୍ମୀପ୍ରିୟା ଜେନାଙ୍କ ନାବାଳକ ପୁଅଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଶ୍ରୀକାନ୍ତଙ୍କ ବାପା ଧ୍ରୁବ ପରିଡ଼ା, ଭଉଣୀ ପ୍ରମିଳା ବିଶ୍ୱାଳ ଜାମିନରେ ଆସିଥିବାବେଳେ ଉଭୟଙ୍କ ଶୁଣାଣି ବାକି ରହିଛି। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ୍ତ ମିଶ୍ର ମାମଲା ଲଢ଼ୁଛନ୍ତି।
ସୂଚନା ଅନୁଯାୟୀ, ଶ୍ରୀକାନ୍ତ ରସୁଲଗଡ଼ରେ ରହି ଫିନାଇଲ, ବ୍ଲିଚିଂ ପାଉଡର ଆଦି ବ୍ୟବସାୟ କରୁଥିଲେ। ବାଲିକୁଦା ଅଞ୍ଚଳର ଲକ୍ଷ୍ମୀପ୍ରିୟାଙ୍କୁ ସେ ୨୦୦୫ରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଶ୍ରୀକାନ୍ତଙ୍କୁ ୫୦ ଗ୍ରାମର ସୁନା, ୧ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଯୌତୁକ ଆକାରରେ ଦିଆଯାଇଥିଲା। ହେଲେ ପୁଣି ୧ ଲକ୍ଷ ଟଙ୍କା ଦାବି କରି ଲକ୍ଷ୍ମୀପ୍ରିୟାଙ୍କୁ ଶ୍ରୀକାନ୍ତ ମାଡ଼ ମାରୁଥିଲେ। ପରେ ଲକ୍ଷ୍ମୀପ୍ରିୟାଙ୍କ ଭାଇ ୧୦ ହଜାର ଟଙ୍କା ଶ୍ରୀକାନ୍ତଙ୍କୁ ଦେବା ପରେ ମଧ୍ୟ ସେ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ଶ୍ୱଶୁର ଧ୍ରୁବ ଓ ନଣନ୍ଦ ପ୍ରମିଳା ସହଯୋଗ କରୁଥିଲେ। ୨୦୧୨ ନଭେମ୍ବର ୭ ରାତିରେ ଶ୍ରୀକାନ୍ତ ଏକ କାଠଫାଳିଆରେ ୬ ବର୍ଷର ପୁଅ ସାମ୍ନାରେ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରବଳ ପିଟିଥିଲେ। ଫଳରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଶ୍ରୀକାନ୍ତ ନାବାଳକ ପୁଅକୁ ଧରି ରସୁଲଗଡ ଥାନାରେ ଆତ୍ମସମର୍ପଣ କରିଥିଲେ। ଯୌତୁକ ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରାଯାଇଥିବା କାକା ମାଗୁଣି ଜେନା ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମହିଳା ଥାନାରେ ଆଇପିସି ଦଫା ୪୯୮(ଏ), ୩୦୨, ୩୦୪(ବି) ଓ ଯୌତୁକ ନିରୋଧୀ ଆଇନର ଦଫା ୪ରେ ଏକ ମାମଲା (ନଂ.୪୫୬/୨୦୧୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାର ଶୁଣାଣି ସମୟରେ ୧୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କୋଭିଡ୍‌-୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ’: ଗଣମାଧ୍ୟମକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ...

ମହିଳାଙ୍କୁ ବ୍ଲାକମେଲିଂ: ୨ଲକ୍ଷ ନ ଦେଲେ ଅଶ୍ଳୀଳ ଭିଡିଓ ଭାଇରାଲ

ଭୁବନେଶ୍ୱର,୭ା୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଅଞ୍ଚଳର ଜଣେ ମହିଳାଙ୍କୁ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଜଣେ ଯୁବକ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି। ଏପରିକି...

କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ):ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ସଫଳ ପଦକ୍ଷେପ ଗ୍ରହଣ କରି ଆସୁଛି। ବିଶେଷକରି ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଓ ନିରନ୍ତର ପ୍ରଗତି...

ଆରମ୍ଭ ହେଲା ବିଶ୍ୱ ଓଡ଼ିଶୀ ଉତ୍ସବ

ଭୁବନେଶ୍ୱର, ୨୪ା୧୨ (ବ୍ୟୁରୋ) – ସାଂସ୍କୃତିକୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଗୋଟିପୁଅ...

୭ ଦିନିଆ ରିମାଣ୍ଡରେ ହାଇଦର

କଟକ, ୧୬ା୪- ଗାଙ୍ଗଷ୍ଟର ଶେକ୍‌ ହାଇଦରଙ୍କୁ ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ। ଗତ ଶନିବାର ଏହି କୁଖ୍ୟାତ ଅପରାଧୀ କଟକ ବଡ଼ ମେଡିକାଲରୁ...

ବିପଦପୂର୍ଣ୍ଣ ଅବସ୍ଥାରେ ଘାଟି ରାସ୍ତା

କେନ୍ଦୁଝର,୨୬ା୨(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ ନୁଦୁରପଡାଠାରୁ ଖରବା ଦେଇ ତେଲକୋଇ ବ୍ଲକର କାଳିଆହୋତା ପର୍ଯ୍ୟନ୍ତ ବଣଜଙ୍ଗଲ ଓ ପର୍ବତମାଳା ଦେଇ ଦୀର୍ଘ ପ୍ରାୟ ୫୦ କି.ମି....

ଏନ୍‌ଏଚ୍‌ଆର୍‌ସିରେ ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ରହୁଥିବା ମଡେଲର ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ୧୩ଦିନ ବିତିଛି। ପରିବାର ଲୋକଙ୍କ ଅଭିଯୋଗ ସତ୍ତ୍ୱେ ସୌମ୍ୟଙ୍କ ପ୍ରେମିକା ଓ...

ଖଣ୍ଡାରେ ହାଣି ଲୁଟିନେଲେ ୫ ଲକ୍ଷ

ଢେଙ୍କିକୋଟ, ୨୨।୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ପିପିଳିିଆ ଘାଟି ମଙ୍ଗଳାଠାରେ ଶରତ କୁମାର ବାରିକଙ୍କ ମିନିଟ୍ରକ ଅଟକାଇ ୪ଜଣ...

Advertisement
Archives

Model This Week