ଶତାବ୍ଦୀର ମୂକସାକ୍ଷୀ ଲୁଣିଲୁଣିଆ ଗଛ

ମହାକାଳପଡ଼ା, ୨୭।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ କୋଚିଳା ଗ୍ରାମ ସନ୍ନିକଟ ମହାନଦୀର ଶାଖା ଗୁପ୍ତଗିରି ନଦୀରେ ହୁଳୁହୁଳିଆବାଙ୍କ ନିକଟରେ ଶହେ ବର୍ଷରୁ ଊର୍ଦ୍ଧ୍ୱହେବ ଦଣ୍ଡାୟମାନ ହୋଇ ରହିଛି ଲୁଣିଲୁଣିଆ ଗଛ। ଏହିଠାରେ ଏକ ପାଲଟଣା ଡଙ୍ଗା ଦୁର୍ଘଟଣାରେ ୧୮ ବ୍ୟବସାୟୀଙ୍କ ସମେତ ନୌଚାଳକଙ୍କ ମୃତ୍ୟୁ ଘଟିଥିଲା ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳେ।
୧୯୨୦ ମସିହାର ଘଟଣା। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଘଞ୍ଚ ଜଙ୍ଗଲ ପରିପୂର୍ଣ ଥିଲା। ଜଙ୍ଗଲ ମଧ୍ୟରେ ଦେଇ ଏକ ନଦୀ ପ୍ରବାହିତ ହେଉଥିଲା। ଜଙ୍ଗଲରେ ବାଘ, ହେଟା, ମିରିଗ, ବାର୍‌ହା ଦେଖାଯାଉଥିଲେ। ଶିକାରୀ ଭୟରେ ଜୀବଜନ୍ତୁମାନେ ଲୁଚିଛପି ଆସି ନଦୀରୁ ପାଣି ପିଉଥିଲେ। କେବେ କେବେ ଶିକାରୀମାନେ ମଧ୍ୟ ଜଙ୍ଗଲରେ ଲୁଚିଛପି ଜନ୍ତୁଙ୍କୁ ଶିକାର କରୁଥିଲେ। ନଦୀ ମଧ୍ୟରେ କୁମ୍ଭୀର ଭୟ ଓ ଜଙ୍ଗଲ ମଧ୍ୟରେ ବାଘର ଭୟ ଯୋଗୁ ଶିକାରୀଙ୍କ ଜୀବନ ମଧ୍ୟ ଯାଉଥିଲା ବୋଲି ବହୁ ଲୋକକଥା ଶୁଣିବାକୁ ମିଳେ। ସମୟ ବଦଳିଛି ଘଞ୍ଚ ଜଙ୍ଗଲ ଓ ବିରଳ ବନ୍ୟଜନ୍ତୁ ଲୋପ ପାଇଛନ୍ତି। ସେଦିନ ଗୁପ୍ତରେ ବନ୍ୟଜନ୍ତୁ ପାଣି ପିଉଥିବା ନଦୀର ନାମ ଗୁପ୍ତଗିରି ରହିଛି। ଏହି ଗୁପ୍ତଗିରି ନଦୀ କୂଳରେ ସେ ଦିନର ମୁକ ସାକ୍ଷୀ ପାଲଟି ଥିବା ଲୁଣି ଲୁଣିଆ ଗଛ ଦଣ୍ଡାୟମାନ ହୋଇ ଠିଆ ହୋଇଛି। ଏହି ଗଛର ଫଳ କିଛି ମିଠା, ଖଟା ଓ ଲୁଣି ଲାଗୁ ଥିବାରୁ ସେ ସମୟରେ ବନ୍ୟଜନ୍ତୁ ଓ ମଣିଷଙ୍କ ପ୍ରିୟ ଫଳ ପାଲଟି ଥିଲା।
ସଡ଼କପଥର ବହୁ ପୂର୍ବରୁ ଏହି ନଦୀ ଗୁପ୍ତରେ ପ୍ରବାହିତ ହୋଇଥିବାରୁ ଯାତାୟାତ ପାଇଁ ଜଳପଥ ହିଁ ଭରସା ଥିଲା। ନଦୀର ଜଳ ବର୍ଷ ସାରା ଲୁଣି ହୋଇଥିବାରୁ ଅଞ୍ଚଳରେ ଚାଷ ବାସରେ ସମସ୍ୟା ଦେଖାଦେଉଥିଲା। ଲୋକମାନେ ବାଧ୍ୟ ହୋଇ ଜଙ୍ଗଲ ଜାତ ପଦାର୍ଥ ଓ ନଦୀରୁ କଙ୍କଡ଼ା ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ଏହି ନଦୀ ଜଳ ପଥରେ ସ୍ଥାନୀୟ ଧୀବରମାନେ ମାଛ ଧରିବା ସହ ଜଙ୍ଗଲ କାଠ ତଥା ରାଇ, ବନୀ, ସୁନ୍ଦରୀ, ହେନ୍ତାଳ(ରୁଅ) ଓ ମହୁ, ଚୂନ ମାରିବା ପାଇଁ ସାମୁଦ୍ରିକ ଶାମୁକାକୁ ଆଦି କଞ୍ଚା ମାଲ ଭାବେ ସଂଗ୍ରହ କରୁଥିଲେ। ଏହାକୁ ବିକ୍ରିବଟା ପାଇଁ ନଦୀପଥରେ କଟକ, ଚାନ୍ଦବାଲି, କୁଜଙ୍ଗ ଆଦି ଅଞ୍ଚଳକୁ ଡଙ୍ଗା ସାହାଯ୍ୟରେ ଯାତାୟାତ କରିଥାନ୍ତି ବୋଲି ଶୁଣିବାକୁ ମିଳେ। ଦିନକର ଘଟଣା ବିକ୍ରିବଟା ସାରି ଗୁପ୍ତଗିରି ନଦୀ ପଥରେ ବ୍ୟବସାୟୀମାନେ ଫେରୁଥିଲେ। ଏହି ସମୟରେ ପ୍ରବଳ ଝଡ଼ ତୋଫାନ ଯୋଗୁ ପାଲ ଟଣା ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ ଓଲଟି ପଡ଼ିଥିଲା। ନଦୀର ପ୍ରଖର ସ୍ରୋତ ଯୋଗୁ ୧୮ ବ୍ୟବସାୟୀଙ୍କ ସମେତ ଡଙ୍ଗା ଚାଳକ ଭାସି ଯାଇ ମୃତ୍ୟୁବରଣ କରିଥିଲେ ବୋଲି ସ୍ଥାନୀୟ କୋଚିଳା ଗଁାର ଦୀନବନ୍ଧୁ ରାଉତ (୯୨), ଦିବାକର ଗୋଛାୟତ (୯୫) ପ୍ରମୁଖ ତାଙ୍କ ବାପା ଓ ଜେଜେ ବାପାଙ୍କଠାରୁ ଶୁଣିଥିବା କଥା କହିଛନ୍ତି। ସେ ସବୁକୁ ମୁକ ସାକ୍ଷୀ ଭାବେ ଦେଖିଥିବା ଲୁଣି ଲୁଣିଆ ଗଛ ଏବେ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଇତିମଧ୍ୟରେ ବିତିଯାଇଛି ଅନେକ ବର୍ଷ। ଘଟଣା ଦୁର୍ଘଟଣା ମଧ୍ୟରେ ଏହି ମୁକ ସାକ୍ଷୀ ଥିବା ଗଛଟିର ଶାଖା ପ୍ରଶାଖା ଭାଙ୍ଗିଛି। ତଥାପି ଆଜି ବୟସର ଅପରାହ୍ନରେ ଶୀତଳ ଛାୟା ପ୍ରଦାନ କରିବା ସହ ପଥିକଙ୍କ ଭୋକ ମେଣ୍ଟଉଛି। ବନ ବିଭାଗ ପକ୍ଷରୁ ଏହି ଗଛର ରକ୍ଷଣାବେକ୍ଷଣ ଓ ମଞ୍ଜି ସଂଗ୍ରହ କରି ନୂତନ ଚାରା ସୃଷ୍ଟି କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri