ଖରିଫ ଚାଷ ପୂର୍ବରୁ କେନାଲ ସଫା ଦାବି

କେନ୍ଦ୍ରାପଡ଼ା ଅଫିସ, ୨୭।୪: ଓଡ଼ିଶାର ସର୍ବପ୍ରାଚୀନ କେନ୍ଦ୍ରାପଡ଼ା କେନାଲରେ ୧୮୬୯ ମେ’ ୨୯ରେ ପ୍ରଥମଥର ପାଇଁ ପାଣି ଛଡା ଯାଇଥିଲା। ଜଗତପୁର ନିକଟସ୍ଥ ବିରୂପା ନଦୀରୁ ଏହି କେନାଲ ବାହାରି ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ ଆଦି କେନାଲକୁ ପାଣି ଯୋଗା ଯାଉଥିଲା। ଏହି କେନାଲରେ ଜଳସେଚନ ବ୍ୟତୀତ ଡଙ୍ଗା ଯୋଗେ ପଣ୍ୟ ପରିବହନ କରାଯାଉଥିଲା। ୧୯୩୦-୩୧ରେ ପଣ୍ୟ ପରିବହନ ମାହାସୁଲ ବାବଦ ବିଭିନ୍ନ ଲକ୍‌ଠାରେ ୮୫ ହଜାରରୁ ଅଧିକ ଟଙ୍କା ଆଦାୟ ହୋଇଥିବା ତଥ୍ୟ କୁହେ। ନଅଙ୍କ ଦୁର୍ଭିକ୍ଷରୁ ବର୍ତ୍ତିବା ପାଇଁ ଖୋଳା ଯାଇଥିବା ଏହି ଐତିହ୍ୟ ସମ୍ପନ୍ନ ସୁନାବ୍ୟା କେନାଲ ଏବେ ମୃତ ପ୍ରାୟ ହୋଇଛି। ଏହାର ଉନ୍ନତୀକରଣ କରାଯାଉଥିବା ଜଳସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଉଥିଲେ ମଧ୍ୟ ଦଳ ଭର୍ତ୍ତି ଯୋଗୁ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଫଳରେ ଆଗାମୀ ଖରିଫ ଫସଲ ଏଥିରେ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ଏକ ଦାବିପତ୍ର ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି।
କେନ୍ଦ୍ରାପଡ଼ା ବ୍ଲକ କଂସାର ଗଁାର ନିରଞ୍ଜନ ପରିଡା, ଦେପୁରା ଗଁାର ଜଗଦୀଶ ପତି, କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର ପ୍ରମୁଖ କହିଛନ୍ତି, ଇତିହାସ ପାଲଟି ଯାଉଥିବା କେନ୍ଦ୍ରାପଡ଼ା କେନାଲର ଅତୀତ ଖୁବ୍‌ ସମୃଦ୍ଧ ଥିଲା। ୧୮୬୬ର ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳାଯାଇଥିଲା। ଜଳସେଚନ ସହ ନୌବାଣିଜ୍ୟରେ ସହଯୋଗ ଦେଉଥିଲା। ମହାନଦୀ ବ୍ୟାରେଜର ବାମପଟୁ ଆରମ୍ଭ ହୋଇ ଜମ୍ବୁ ପର୍ଯ୍ୟନ୍ତ ଯାଇଥିବା ଏହି କେନାଲର ଲମ୍ବ ୨୪୧ କି.ମି.। କେନାଲ ପାଣିରେ ପ୍ରାରମ୍ଭରେ ଜିଲାର ୧୧,୯୩୮ ହେକ୍ଟର ଚାଷ ଜମିକୁ ଜଳସେଚନ ହେଉଥିଲା। ସେହିପରି ଏହି କେନାଲରୁ ଜଳ ଆହରଣ କରି ଗୋବରୀ କେନାଲ, ଗୋବରୀ ସମ୍ପ୍ରସାରିତ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଜରିଆରେ ପ୍ରାୟ ୨୯ ହଜାର ହେକ୍ଟର ଅଞ୍ଚଳରେ ଚାଷ ହେଉଥିଲା। ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ଜିଲାର ସ୍ବତ୍ୱବାନ ଚାଷୀଙ୍କଠାରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି। ତେବେ ଏହି କେନାଲରେ ବର୍ଷ ବର୍ଷ ଧରି ରହିଥିବା ଦଳକୁ କଢ଼ାଯିବାର ବ୍ୟବସ୍ଥା କରାଯାଉନାହିଁ। ଫଳରେ ଜଳସେଚନ ବ୍ୟବସ୍ଥା ଫେଲ ମାରିଛି। ଏହା ଏବେ ମଶା, ମାଛିଙ୍କ ଉପତ୍ତ୍ତିସ୍ଥଳ ହୋଇ ଜଳବାହିତ ରୋଗର କାରଣ ସାଜିଛି। ଆବର୍ଜନା ପରିପୂର୍ଣ୍ଣ ଯୋଗୁ ସାପଙ୍କ ଏହା ବାସସ୍ଥଳୀ ପାଲଟିଛି। କେନାଲରେ ଜଳସେଚନ ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଖରିଫ ଧାନ ଚାଷ ପ୍ରଭାବିତ ହେବ। ତୁରନ୍ତ କେନାଲ ମଧ୍ୟରୁ ଦଳ ସଫା ବ୍ୟବସ୍ଥା କରିବାକୁ କୃଷକ ନେତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ କେନାଲର ଉନ୍ନତୀକରଣ ହେଉଛି। ଗଣ୍ଡାକିଆରୁ ଅଳଭା ପର୍ଯ୍ୟନ୍ତ ନବୀକରଣ ସରିଛି। ଖୁବ୍‌ଶୀଘ୍ର କେନ୍ଦ୍ରାପଡ଼ା କେନାଲର ନବୀକରଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri