କୋଠା ହେଲା ମାଇକ୍ରୋ କଣ୍ଟେନ୍ମେଣ୍ଟ
କଟକ ଅଫିସ, ୨୮।୧୨: କଟକ ସହରରେ କରୋନା ସଂକ୍ରମଣ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗାଯାଇପାରୁନାହିଁ। କଟକ ମହାନଗର ନିଗମ(ସିଏମ୍ସି) ଅଧୀନ ନୂଆ ରାଉସାପାଟଣା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କୋଠାରେ ୬ଟି ପରିବାର ଭଡାରେ ରହୁଛନ୍ତି। ସେଥିମଧ୍ୟରୁ ଗୋଟିଏ ପରିବାରର ୬…
ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ
ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ହାଟସାହିର ବିରଞ୍ଚତ୍ ନାରାୟଣ ନାୟକଙ୍କ ସେ ଏକମାତ୍ର କନ୍ୟା। ସେ ‘ଜେମ୍ସ ଓ୍ବେବ୍ ସ୍ପେସ୍…
ଚଳିତ ବର୍ଷ ବିରାଟ କୋହଲିଙ୍କ ପ୍ରତି ରନ୍ର ମୂଲ୍ୟ ଏତିକି ଟଙ୍କା
ନୂଆଦିଲ୍ଲୀ,୨୮।୧୨:୨୦୨୧ ବର୍ଷ ଶେଷ ହେବାକୁ ଯାଉଛି। ଟିମ ଇଣ୍ଡିଆ ପାଇଁ ଚଳିତବର୍ଷ ଯାଇନାହିଁ । ଦଳ ୨ ଟି ଆଇସିସି ଟ୍ରଫି ଜିତିବାରେ ବଞ୍ଚିତ ହୋଇଛି। ପ୍ରଥମ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା।…
କାନପୁର ଗସ୍ତରେ ପ୍ରଧାନମନ୍ତ୍ରୀ
କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ଗସ୍ତରେ ଯିବେ। କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଏବଂ ବିନା-ପଙ୍କି ମଲ୍ଟି-ପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ସମ୍ପୂର୍ଣ୍ଣ ବିଭାଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଆଇଆଇଟି-କାନପୁରର ୫୪ ତମ ସମାରୋହକୁ ମଧ୍ୟ…
ବସ୍କୁ ଚଢ଼ିବାବେଳେ ମାଡ଼ିଗଲା କାର୍
ଭୋଗରାଇ, ୨୮।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତା ୫୭ ନଂ. ରାଜ୍ୟ ରାଜପଥ ନଗୁଆଁ ଛକଠାରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛକରେ ୨ଜଣ ମହିଳା ବସ୍ ଚଢୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ…
‘ଜୱାଦ’ କ୍ଷତିଗ୍ରସ୍ତଙ୍କୁ ୫୦୭ କୋଟି
ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବାତ୍ୟା ‘ଜୱାଦ’ ଦ୍ବାରା ଗତ ୪ ଓ ୫ ତାରିଖରେ ହୋଇଥିବା ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ୩୩% ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ…
ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍…
କୋଲକାତା, ୨୮।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତାଙ୍କୁ ଚିକିତ୍ସା ଲାଗି କୋଲକାତାର ଉଡ୍ ଲାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ପରୀକ୍ଷା ସୋମବାର କରାଯାଇଥିଲା। ଏହା ପଜିଟିଭ୍ ଆସିଥିଲା। ପୂର୍ବରୁ ତାଙ୍କ…
‘ସୀତା ଔର ଗୀତା’ ଅଭିନେତା ମୁସ୍ତାକ୍ ମର୍ଚ୍ଚାଣ୍ଟଙ୍କ ପରଲୋକ
ମୁମ୍ବାଇ, ୨୮ା୧୨: ବଲିଉଡ୍ ଅଭିନେତା ତଥା କମେଡିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ସୋମବାର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ଦୀର୍ଘଦିନରୁ ସେ ମଧୁମେହରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ…
ମହାରାଣୀଙ୍କୁ ହତ୍ୟା ପାଇଁ ଯାଇଥିଲେ ଶିଖ୍ ଯୁବକ
ଲଣ୍ଡନ, ୨୮ା୧୨: ଜାଲିଆନ୍ଓ୍ବାଲା ବାଗ୍ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଭାରତୀୟ ଶିଖ୍ ଯୁବକ ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ଖ୍ରୀଷ୍ଟମାସ ପାଳନ ପାଇଁ ମହାରାଣୀ ଓ୍ବିଣ୍ଡସର୍ କାସ୍ଲେରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଯଶଓ୍ବନ୍ତ ସିଂ ଚେଲ୍…
କ୍ୟାଟ୍ରିନାଙ୍କ ଡ୍ରେସ୍କୁ ନେଇ ହେଉଛି ଚର୍ଚ୍ଚା: ଦାମ୍ ରହିଛି…
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସ୍ବାମୀ ତଥା ଅଭିନେତା ବିକି କୌଶଲଙ୍କ ସହ ପ୍ରଥମ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଖ୍ରୀଷ୍ଟମାସ ଅବସରରେ ଦୁହେଁ ପରସ୍ପରକୁ ରୋମାଣ୍ଟିକ ଅଭିନନ୍ଦନ ଜଣାଇଛନ୍ତି। ଏହାର ଫଟୋ ସେ ସୋସିଆଲ…
ଅଷ୍ଟ୍ରେଲିୟାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
କାନବେରା,୨୮ ।୧୨: ଅଷ୍ଟ୍ରେଲିୟାର ନ୍ୟୁ ସାଉଥ୍ ୱେଲସ୍ ସହରରେ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ୍’ରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୂଆ ଭାରିଏଣ୍ଟ ଓମିକ୍ରନରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ଦୁଇଟି ଯାକ…
ଅମୃତଭଣ୍ଡା ଖାଉଥିଲେ…
ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ଗୁଣ। ଏହା ପାଚନତନ୍ତ୍ରକୁ ସକ୍ରିୟ କରିବା ସହ ମେଦବହୁଳତା ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲୋରିର ମାତ୍ରା ମଧ୍ୟ କମ୍ଥାଏ। ଏହା ତ୍ୱଚା ସମସ୍ୟା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ନିୟମିତ ଅମୃତଭଣ୍ଡା…
Archives


