ସନ୍‌ଗ୍ଲାସ୍‌ ଫ୍ୟାଶନ୍‌

ଷ୍ଟାଇଲିଶ୍‌ ଏବଂ ଟ୍ରେଣ୍ଡି ଦେଖାଯିବା ପାଇଁ ଯୁବପିଢ଼ି ନୂଆ ନୂଆ ଫ୍ୟାଶନ୍‌କୁ ଆପଣେଇଥା’ନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ସନ୍‌ଗ୍ଲାସ୍‌। ସବୁ ସମୟରେ ଏହା ବ୍ୟବହାର ହେଉଥିଲେ ବି ଖରାଦିନେ ଏହାର ଚାହିଦା ସବୁଠୁ ଅଧିକ। ଏହାକୁ ଆଖି ଆଗରେ ରଖି ମାର୍କେଟ୍‌ରେ ଭଳିକି ଭଳି ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ଉପଲବ୍ଧ। ଜାଣନ୍ତୁ ଏଭଳି କିଛି ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବିଷୟରେ…

ଜିଓମେଟ୍ରିକ୍‌ ସନ୍‌ଗ୍ଲାସ୍‌: ଏହି ସନ୍‌ଗ୍ଲାସ୍‌ ଷ୍ଟାଇଲିଶ୍‌ ଏବଂ ଫ୍ୟାନ୍ସି ଲୁକ୍‌ ଦେଇଥାଏ। ବ୍ଲାକ୍‌ କଲର ବ୍ୟତୀତ ବିଭିନ୍ନ କଲରରେ ବଜାରରେ ଉପଲବ୍ଧ। ଏହାକୁ ପିନ୍ଧି କୌଣସି ପାର୍ଟି ଫଙ୍କସନ୍‌ରେ ମଧ୍ୟ ଆଟେଣ୍ଡ କରିପାରିବେ। ଏହାର ଗ୍ଲାସ୍‌ ହୋରାଇଜଣ୍ଟାଲ୍‌ ଏବଂ ରେକ୍ଟାଙ୍ଗଲ୍‌ ଶେପ୍‌ର ହୋଇଥାଏ। ରାଉଣ୍ଡ ଶେପ୍‌ ଫେସ୍‌କୁ ଏହି ଗ୍ଲାସ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ।
କ୍ୟାଟ୍‌ ଆଇ ସନ୍‌ଗ୍ଲାସ୍‌ : ବର୍ତ୍ତମାନ ଟ୍ରେଣ୍ଡରେ ରହିଛି କ୍ୟାଟ୍‌ ଆଇ ସନ୍‌ଗ୍ଲାସ୍‌। ଏହି ଗ୍ଲାସ୍‌କୁ କ୍ୟାଟ୍‌ ଗ୍ଲାସ୍‌ କିମ୍ବା କ୍ୟାଟ୍‌ ଆଇ ମଧ୍ୟ କୁହନ୍ତି। ଖାସ୍‌ କରି ଯୁବତୀମାନେ ଏହି ଗ୍ଲାସ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହି ଗ୍ଲାସ୍‌ର ସ୍ମଲ୍‌ କ୍ୟାଟ୍‌ ଆଇ ସାଇଜ୍‌ ଏବଂ ରେଟ୍ରୋ ଲୁକ୍‌ ଇତ୍ୟାଦି ଭେରାଇଟି ଟ୍ରେଣ୍ଡରେ ଅଛି। ଓଭାଲ ଫେସ୍‌ ଯୁବତୀଙ୍କୁ ଏହା କୁଲ୍‌ ଲୁକ୍‌ ଦେଇଥାଏ।
ମେଟାଲ୍‌ ରାଉଣ୍ଡ ସନ୍‌ଗ୍ଲାସ୍‌ : ଏହି ଗ୍ଲାସ୍‌ର କ୍ରେଜ୍‌ ୮୦ ଓ ୯୦ ଦଶକରୁ ଚାଲି ଆସୁଛି। ଏବେ ଏହା ପୁଣିଥରେ ଟ୍ରେଣ୍ଡକୁ ଫେରିଛି। ଯେକୈାଣସି ଆଉଟ୍‌ଫିଟ୍‌ରେ ଏହାକୁ ମ୍ୟାଚ୍‌ କରି ପିନ୍ଧିପାରିବେ। ନିଜ ପସନ୍ଦ ଅନୁଯାୟୀ ବିଭିନ୍ନ କଲର ମଧ୍ୟ ବାଛିପାରିବେ। ଏହା ଲମ୍ବା ଏବଂ ଓଭାଲ୍‌ ଶେପ୍‌ ଫେସ୍‌କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
ମାଇକ୍ରୋ ସନ୍‌ଗ୍ଲାସ୍‌: ଏହି ଗ୍ଲାସ୍‌ଗୁଡ଼ିକରେ ଛୋଟ ଫ୍ରେମ୍‌ ଲାଗିଥାଏ। ଏହାକୁ ପିନ୍ଧି ଆପଣ ଟ୍ରିପ୍‌ କିମ୍ବା ପିକ୍‌ନିକ୍‌ ଯାଇପାରିବେ। ପାର୍ଟିକୁ ଯାଉଥିଲେ ମଧ୍ୟ ଏହାକୁ ଟ୍ରାଏ କରନ୍ତୁ। ଏହି ଗ୍ଲାସ୍‌ ରାଉଣ୍ଡ ଓ ସ୍କୋୟାର୍‌ ଶେପ୍‌ ଫେସ୍‌କୁ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ...

ଅଦ୍ଭୁତ ପାଣି, ଲାଭ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମସ୍ତେ ବିଶୁଦ୍ଧ ପାଣି ପିଇବାକୁ ଚାହାନ୍ତି। ଏହା ଅନେକ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। କିନ୍ତୁ ଧନୀ ଲୋକମାନେ ଅନ୍ୟ କିଛି ଚାହାନ୍ତି। ସେମାନେ କିଛି...

ପ୍ରଦୂଷଣ: କାରଣ, ନିରାକରଣ

ପୂଜା ଓ ବିଶ୍ୱତାପନ : ପୂଜା ମଞ୍ଚରେ ଅଧିକ ୱାଟ୍‌ର ଉଜ୍ଜ୍ୱଳ ଆଲୋକବତି ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ଶକ୍ତିର ଘୋର ଅପଚୟ ଘଟୁଛି। ଆମ...

ଭୟଙ୍କର ସ୍ବପ୍ନ ଦେଖିବା ପରେ ଲାଗେ ଡର, ରକ୍ଷା ପାଇବା ପାଇଁ ଉପାୟ…

ନିଦରେ ସ୍ବପ୍ନ ଦେଖିବା ସାଧାରଣ କଥା। କିନ୍ତୁ ବେଳେବେଳେ ନିଦରେ ଏମିତି କିଛି ସ୍ବପ୍ନ ଦେଖିଥାଉ, ଯାହା ଖୁବ୍‌ ଭୟଙ୍କର ହୋଇଥାଏ। ନିଦ ଭାଙ୍ଗିଲା ପରେ...

ବାସ୍ତୁଦୋଷ ଥିଲେ ଘରେ ଉପୁଜିଥାଏ ଅଶାନ୍ତି, ଦୂର ପାଇଁ ପ୍ରତିକାରର ଉପାୟ…

ଅନେକେ ବିଶ୍ୱାସ କରନ୍ତି, ଘରେ କୌଣସି ବାସ୍ତୁଦୋଷ ଥିଲେ ବହୁ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri