Home Left

କୋଠା ଭୁଶୁଡ଼ି ୧୯ ମୃତ

ମୁମ୍ବାଇ, ୨୯ା୬: ମୁମ୍ବାଇର କୁରଲା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ କୋଠା ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କୁ ଘାଟକୋପରର ରାଜାଓ୍ବାଡ଼ି ଏବଂ ସିଓନରେ ଥିବା ଏଲ୍‌ଟିଏମ୍‌ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଏକ ନଗର ସୋସାଇଟିରେ ଥିବା ଏହି…

କଲମ୍ବିଆ ଜେଲରେ ସଂଘର୍ଷ: ୪୯ କଏଦୀ ମୃତ

ବୋଗୋଟା,୨୯ା୬: କଲମ୍ବିଆ ସାଉଥ୍‌ଓ୍ବେଷ୍ଟର୍ନର ଟୁଲୁଆ ଜେଲରୁ ଲୁଚି ପଳାଇବା ପାଇଁ ଉଦ୍ୟମ କରିବା ସମୟରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ନ୍ୟାଶନାଲ ପ୍ରିଜନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କୁହାଯାଇଛି। ଜେଲରେ…

ଗୁରୁବାର ଫେରିବେ ସିନ୍ଧେ ଗୋଷ୍ଠୀ

ମୁମ୍ବାଇ, ୨୯ା୬: ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ଜବାବ ଦେବାକୁ ସୁପ୍ରିମକୋର୍ଟ ସୁଯୋଗ ଦେବା ପରେ ଶିବିରର ସେନାପତି ଏକନାଥ ସିନ୍ଧେ ଗଣମାଧ୍ୟମକୁ ସାମ୍ନା କରିଛନ୍ତି। ସିନ୍ଧେ ଗୁଆହାଟୀ ଯିବାର ୬…

ସମୁଦ୍ରରେ ଖସିପଡ଼ିଲା ପବନହଂସ ହେଲିକପ୍ଟର

ମୁମ୍ବାଇ, ୨୯ା୬: ଓଏନ୍‌ଜିସିର ସାଗର କିରନ୍‌ ଅଏଲ୍‌-ରିଗ୍‌ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଆରବ ସାଗରରେ ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅଉ ୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଓଏନ୍‌ଜିସିର ୩…

ବିଳମ୍ବ ହୋଇନି, ଫେରିଆସ

ମୁମ୍ବାଇ,୨୯ା୬:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁଆହାଟୀରେ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ସହ ଅବସ୍ଥାନ କରୁଥିବା ୪୦ ବିଧାୟକଙ୍କୁ ମଙ୍ଗଳବାର ଏକ ଆବେଗପୂର୍ଣ୍ଣ ପତ୍ର ଲେଖି ଫେରିଆସିବାକୁ ଅନୁରୋଧ କରିଛନ୍ତି। ଉଦ୍ଧବ ଏଥିରେ ଉଲ୍ଲେଖ କରିଛନ୍ତି, ଆମେ ସମସ୍ତେ ଶିବସେନା ପରିବାର…

ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ ବିଲ ବେଉଷଣ ହୋଇ ଧାନବୁଣା ଓ ରୁଆ ଲାଗି ତଳି ପଡିବା କାମ ଚାଲିଛି।…

କାମରେ ଆସୁନି ଜୀବେ ନିଷ୍ଠୁରତା ନିବାରଣ ଆଇନ

ମହାକାଳପଡ଼ା,୨୯ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଆଦିବାସୀ ଅଧ୍ୟୁଷିତ ସିଂ, ୧୫ ମାଇଲି, ୧୨ ନମ୍ବର, ବାଘୁଆମେଦ, ଜମ୍ବୁ ଅଞ୍ଚଳରେ ଗଞ୍ଜା ଲଢେଇ ହେଉଛି। ଜୀବେ ନିଷ୍ଠାରତା ଆଇନ ଥିଲେ ହେଁ ଏହି ଅଞ୍ଚଳରେ ଲୋକ ତାହାକୁ ଖାତିର ନ…

ଆସ୍ଥାଭୋଟ ଦାବିକଲା ଭାଜପା

ମୁମ୍ବାଇ/ଗୁଆହାଟୀ,୨୯ା୬: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଭାଜପା ଉଦ୍ୟମ କରୁନାହିଁ ବୋଲି ଦଳ ପକ୍ଷରୁ ବାରମ୍ବାର ସଫେଇ ଦିଆଯାଉଥିବାବେଳେ ଏବେ ଭିତିରି କଥା ସାମ୍ନାକୁ ଆସିଛି। ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ ମଙ୍ଗଳବାର ସନ୍ଧ୍ୟାରେ…

ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା ଅଫିସ, ୨୯ା୬: ବସୁନ୍ଧରା ଯୋଜନାରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା ୫,୪୨୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜକନିକା ଓ ମହାକାଳପଡ଼ା ତହସିଲ ଅଞ୍ଚଳର…

ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ଆବୁଧାବି, ୨୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଳ୍‌ ନହୟାନ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ମୋଦି ମେ’ ୧୩ରେ ପରଲୋକ ଘଟିଥିବା ଉପସାଗରୀୟ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଶେଖ୍‌…

ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ

ଜଗତ୍‌ସିଂହପୁର ଅଫିସ, ୨୯।୬: ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ…

ସେବକ ନ ହୋଇ ମଧ୍ୟ ମହାପ୍ରଭୁଙ୍କ ସେବା

ପୁରୀ ଅଫିସ,୨୯।୬: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା, ଭୋଇ ସେବକଙ୍କ ସମତେ ଅନେକ ସେବକ ଓ କାରିଗର ନିୟୋଜିତ ହୋଇଥାନ୍ତି। ମହାପ୍ରଭୁଙ୍କ ଏମିତି କିଛି ସେବା ରହିଛି ଯାହା ଶ୍ରୀମନ୍ଦିର ବାହାରେ ସମ୍ପାଦନ କରାଯାଇଥାଏ। ତେବେ ମହାପ୍ରଭୁଙ୍କ ସେବକ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?