ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ ବିଲ ବେଉଷଣ ହୋଇ ଧାନବୁଣା ଓ ରୁଆ ଲାଗି ତଳି ପଡିବା କାମ ଚାଲିଛି। ହେଲେ ତଳି ପକାଇବାକୁ ଆବଶ୍ୟକ ପାଣି ହେଉନାହିଁ। ବର୍ଷାର ଲୁଚକାଳି ଖେଳ ଏବେ ଚାଷୀମାନଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଛି। ଗତ ସପ୍ତାହରୁ ଅଞ୍ଚଳରେ ମେଘୁଆ ପାଗ ଲାଗି ରହିବା ସହ ଦିନେ ଦୁଇ ଦିନ ଅନ୍ତରରେ ହେଉଥିବା ବର୍ଷା ଚାଷୀ ମନରେ କିଛି ମାତ୍ରାରେ ଆଶା ସଞ୍ଚାର କରୁଥିଲା। ଜୁନ ଶେଷ ହେଲାଣି, ମାତ୍ର ବର୍ଷା ସ୍ବାଭାବିକ ହୋଇପାରୁନି। କେଉଁଠି କେଞ୍ଚେ ତ ଆଉ କେଉଁଠି ମେଞ୍ଚେ ବର୍ଷା ବର୍ଷୁଛି। ଜଳବାୟୁର ଏଭଳି ପରିବର୍ତ୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି। ବର୍ଷା ଅଭାବରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଧାରୁ ଅଧିକ ଜମିରେ ଗଜାମରୁଡ଼ି ଅବସ୍ଥା ଦେଖିବାକୁ ମିଳିଲାଣି। ଜମିରେ ପାଣି ନ ଥିବାରୁ କେଉଁଠି ତଳି ପଡିପାରୁନାହିଁ ତ ଆଉ କେଉଁଠି ଧାନବୁଣା ସାରି ବର୍ଷାକୁ ଚାହିଁ ରହିଛି ଚାଷୀ। କେନାଲରେ ପାଣି ଆସୁ ନ ଥିବାରୁ କେତେକ ସ୍ଥାନରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମଟରରେ ବିଲକୁ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି।
ଖଡ଼ଇଣ୍ଟା ଗ୍ରାମର ଚାଷୀ ଅଜୟ ନାୟକ କହିଛନ୍ତି, ଚଳିତବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ଆସିଥିବାରୁ ଚାଷୀକୁଳରେ ଆନନ୍ଦ ପ୍ରକାଶ ପାଇଥିଲା। ରାଜ୍ୟରେ ମୌସୁମୀ ପ୍ରବେଶ ପରେ ପରେ ଅଞ୍ଚଳରେ ଭଲ ଧରଣର ବର୍ଷା ହୋଇଯାଇଥିବାରୁ ଚାଷୀମାନେ ଚାଷକାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରି ଧାନ ତଳି ପକାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ମୌସୁମୀ ବର୍ଷାରେ ଅନେକ ଚାଷୀ ଜମିରେ ତଳିଘେରା ପ୍ରସ୍ତୁତି କରିଛନ୍ତି। ମାତ୍ର ଏବେ ବର୍ଷାର ଲୁଚକାଳି ଖେଳ ଯୋଗୁ ଚାଷୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ପୋଖରୀ ଗଡିଆ ପାଖରେ ଥିବା ଜମିରେ ମଟର ଲଗାଇ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି। ପ୍ରତ୍ୟେକ ବର୍ଷ ରଜ ପୂର୍ବରୁ ତଳିଗୁଡ଼ିକ ୫ ଇଞ୍ଚ ବଢ଼ି ଯାଇଥାଏ। ମାତ୍ର ଏବେ ଜୁନ ଶେଷ ହେବାକୁ ବସିଲାଣି। ପାଣି ଅଭାବରୁ ଭୂଇଁରୁ ଧାନ ଗଜା ବାହାରି ପାରୁନି। ବୁଣା ଧାନରେ ଏତେ ବେଳକୁ ଲଙ୍ଗଳମରା ଓ ପ୍ରଥମ ପିଡ଼ିଆ ମରାଯିବା କଥା। କିନ୍ତୁ ପାଣି ନ ଥିବାରୁ ତଳି ଅନେକ ସ୍ଥାନରେ ପାଚି ଯାଇଥିବା ଦେଖିବାକୁ ମିଳିଛି। ଶୁଖିଲା ଚାଷ ହୋଇଥିବା ଜମିରେ ପାଣି ଅଭାବରୁ ଘାସ ମାଡ଼ିଯାଇଛି। ଆଗକୁ ଯଦି ଠିକ୍‌ ଭାବରେ ବର୍ଷା ନ ହୁଏ, ତେବେ ଫସଲହାନି ହେବାର ଏକ ପ୍ରକାରର ସୁନିଶ୍ଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ପଟ୍ଟାମୁଣ୍ଡାଇ କେନାଲ ଓ ଏହାର ଶାଖା କେନାଲରେ ପାଣି ଆସିବା ବିଳମ୍ବ ହେଉଛି। କେନାଲ ଗଛ, ଘାସ, ଲତା ଓ ଦଳରେ ପୋତି ହୋଇପଡ଼ିଛି। ଫଳରେ କେନାଲରେ ପାଣି ଆସିଲେ ବିଲରେ ପହଞ୍ଚତ୍ବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଅଞ୍ଚଳର କେତେକ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ରହିଛି। ଉଠାଜଳସେଚନ ପ୍ରକଳ୍ପଗୁଡିକ ଅନେକ ସ୍ଥାନରେ ଅଚଳ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସଚଳ କରିବାକୁ ତତ୍ପରତା ପ୍ରକାଶ କରୁନାହାନ୍ତି। ପର୍ଯ୍ୟାପ୍ତ ଜଳସେଚନର ସୁବଧା ନ ଥିବାରୁ ଚାଷୀମାନେ ଅନେକ ସ୍ଥାନରେ ପାରମ୍ପରିକ ଧାନଚାଷ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। କୃଷି ବିଭାଗ ଓ କୃଷକମାନଙ୍କ ମଧ୍ୟରେ ଅନେକ ସମୟରେ ସମନ୍ବୟର ଅଭାବ ପରିଲକ୍ଷିତ ହେଉଛି। ଚାଷୀମାନେ ଠିକ୍‌ ସମୟରେ ଆବଶ୍ୟକ କରୁଥିବା ବିହନ ଓ ରାସାୟନିକ ସାର ପାଇପାରୁ ନାହାନ୍ତି। କୃଷି କ୍ଷେତ୍ର ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନୂଆ ନୂଆ ଯୋଜନା ଓ କୃଷି ପ୍ରଣାଳୀ ସମ୍ପର୍କରେ କୃଷକମାନେ ଅଜଣା। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ମଧ୍ୟରେ ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ବ୍ଲକ କୃଷି କାର୍ଯ୍ୟାଳୟରେ ଆବଶ୍ୟକ କୃଷି କର୍ମଚାରୀମାନଙ୍କର ଅଭାବ ରହିଥିବାରୁ ଏହା ବିଶେଷ ଭାବରେ ଫଳପ୍ରଦ ହୋଇପାରୁ ନାହିଁ। କୃଷିର ବିକାଶ ଲାଗି ସରକାର ପଦକ୍ଷେପ ନେବା ପାଇଁ ଚାଷୀ ସୁଶାନ୍ତ ସାମଲ, ପ୍ରଭାକର ସେଠୀ, ରଞ୍ଜିତ ପ୍ରଧାନ, ପ୍ରଦୀପ ନାୟକ, ସନ୍ତୋଷ ଭଳ, ପାରେଶ୍ୱର ସେଠୀ, ଅଭୟ ବଳ, ସୁଧୀର ଦାସ, ଭିକାରୀ ବାଇ ପ୍ରମୁଖ ଦାବି କରିଛନ୍ତି। ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଭଦ୍ରନାରାୟଣ ଦାସଙ୍କୁ ଯୋଗାଯୋଗ କରିବାରେ ଚଳିତ ଋତୁରେ ୧୦,୪୦୦ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ୨୦୦ ହେକ୍ଟର ଜମିରେ ଧାନବୁଣା ସରିଛି। ୭୦୦ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ୩୪୦ ହେକ୍ଟର ଜମିରେ ତଳି ପଡ଼ିଛି, କିନ୍ତୁ ପାଣି ଯୋଗୁ ଚାଷ କାମରେ ବାଧା ଉପୁଜିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri