ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ ବିଲ ବେଉଷଣ ହୋଇ ଧାନବୁଣା ଓ ରୁଆ ଲାଗି ତଳି ପଡିବା କାମ ଚାଲିଛି। ହେଲେ ତଳି ପକାଇବାକୁ ଆବଶ୍ୟକ ପାଣି ହେଉନାହିଁ। ବର୍ଷାର ଲୁଚକାଳି ଖେଳ ଏବେ ଚାଷୀମାନଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଛି। ଗତ ସପ୍ତାହରୁ ଅଞ୍ଚଳରେ ମେଘୁଆ ପାଗ ଲାଗି ରହିବା ସହ ଦିନେ ଦୁଇ ଦିନ ଅନ୍ତରରେ ହେଉଥିବା ବର୍ଷା ଚାଷୀ ମନରେ କିଛି ମାତ୍ରାରେ ଆଶା ସଞ୍ଚାର କରୁଥିଲା। ଜୁନ ଶେଷ ହେଲାଣି, ମାତ୍ର ବର୍ଷା ସ୍ବାଭାବିକ ହୋଇପାରୁନି। କେଉଁଠି କେଞ୍ଚେ ତ ଆଉ କେଉଁଠି ମେଞ୍ଚେ ବର୍ଷା ବର୍ଷୁଛି। ଜଳବାୟୁର ଏଭଳି ପରିବର୍ତ୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି। ବର୍ଷା ଅଭାବରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଧାରୁ ଅଧିକ ଜମିରେ ଗଜାମରୁଡ଼ି ଅବସ୍ଥା ଦେଖିବାକୁ ମିଳିଲାଣି। ଜମିରେ ପାଣି ନ ଥିବାରୁ କେଉଁଠି ତଳି ପଡିପାରୁନାହିଁ ତ ଆଉ କେଉଁଠି ଧାନବୁଣା ସାରି ବର୍ଷାକୁ ଚାହିଁ ରହିଛି ଚାଷୀ। କେନାଲରେ ପାଣି ଆସୁ ନ ଥିବାରୁ କେତେକ ସ୍ଥାନରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମଟରରେ ବିଲକୁ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି।
ଖଡ଼ଇଣ୍ଟା ଗ୍ରାମର ଚାଷୀ ଅଜୟ ନାୟକ କହିଛନ୍ତି, ଚଳିତବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ଆସିଥିବାରୁ ଚାଷୀକୁଳରେ ଆନନ୍ଦ ପ୍ରକାଶ ପାଇଥିଲା। ରାଜ୍ୟରେ ମୌସୁମୀ ପ୍ରବେଶ ପରେ ପରେ ଅଞ୍ଚଳରେ ଭଲ ଧରଣର ବର୍ଷା ହୋଇଯାଇଥିବାରୁ ଚାଷୀମାନେ ଚାଷକାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରି ଧାନ ତଳି ପକାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ମୌସୁମୀ ବର୍ଷାରେ ଅନେକ ଚାଷୀ ଜମିରେ ତଳିଘେରା ପ୍ରସ୍ତୁତି କରିଛନ୍ତି। ମାତ୍ର ଏବେ ବର୍ଷାର ଲୁଚକାଳି ଖେଳ ଯୋଗୁ ଚାଷୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ପୋଖରୀ ଗଡିଆ ପାଖରେ ଥିବା ଜମିରେ ମଟର ଲଗାଇ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି। ପ୍ରତ୍ୟେକ ବର୍ଷ ରଜ ପୂର୍ବରୁ ତଳିଗୁଡ଼ିକ ୫ ଇଞ୍ଚ ବଢ଼ି ଯାଇଥାଏ। ମାତ୍ର ଏବେ ଜୁନ ଶେଷ ହେବାକୁ ବସିଲାଣି। ପାଣି ଅଭାବରୁ ଭୂଇଁରୁ ଧାନ ଗଜା ବାହାରି ପାରୁନି। ବୁଣା ଧାନରେ ଏତେ ବେଳକୁ ଲଙ୍ଗଳମରା ଓ ପ୍ରଥମ ପିଡ଼ିଆ ମରାଯିବା କଥା। କିନ୍ତୁ ପାଣି ନ ଥିବାରୁ ତଳି ଅନେକ ସ୍ଥାନରେ ପାଚି ଯାଇଥିବା ଦେଖିବାକୁ ମିଳିଛି। ଶୁଖିଲା ଚାଷ ହୋଇଥିବା ଜମିରେ ପାଣି ଅଭାବରୁ ଘାସ ମାଡ଼ିଯାଇଛି। ଆଗକୁ ଯଦି ଠିକ୍‌ ଭାବରେ ବର୍ଷା ନ ହୁଏ, ତେବେ ଫସଲହାନି ହେବାର ଏକ ପ୍ରକାରର ସୁନିଶ୍ଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ପଟ୍ଟାମୁଣ୍ଡାଇ କେନାଲ ଓ ଏହାର ଶାଖା କେନାଲରେ ପାଣି ଆସିବା ବିଳମ୍ବ ହେଉଛି। କେନାଲ ଗଛ, ଘାସ, ଲତା ଓ ଦଳରେ ପୋତି ହୋଇପଡ଼ିଛି। ଫଳରେ କେନାଲରେ ପାଣି ଆସିଲେ ବିଲରେ ପହଞ୍ଚତ୍ବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଅଞ୍ଚଳର କେତେକ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ରହିଛି। ଉଠାଜଳସେଚନ ପ୍ରକଳ୍ପଗୁଡିକ ଅନେକ ସ୍ଥାନରେ ଅଚଳ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସଚଳ କରିବାକୁ ତତ୍ପରତା ପ୍ରକାଶ କରୁନାହାନ୍ତି। ପର୍ଯ୍ୟାପ୍ତ ଜଳସେଚନର ସୁବଧା ନ ଥିବାରୁ ଚାଷୀମାନେ ଅନେକ ସ୍ଥାନରେ ପାରମ୍ପରିକ ଧାନଚାଷ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। କୃଷି ବିଭାଗ ଓ କୃଷକମାନଙ୍କ ମଧ୍ୟରେ ଅନେକ ସମୟରେ ସମନ୍ବୟର ଅଭାବ ପରିଲକ୍ଷିତ ହେଉଛି। ଚାଷୀମାନେ ଠିକ୍‌ ସମୟରେ ଆବଶ୍ୟକ କରୁଥିବା ବିହନ ଓ ରାସାୟନିକ ସାର ପାଇପାରୁ ନାହାନ୍ତି। କୃଷି କ୍ଷେତ୍ର ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନୂଆ ନୂଆ ଯୋଜନା ଓ କୃଷି ପ୍ରଣାଳୀ ସମ୍ପର୍କରେ କୃଷକମାନେ ଅଜଣା। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ମଧ୍ୟରେ ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ବ୍ଲକ କୃଷି କାର୍ଯ୍ୟାଳୟରେ ଆବଶ୍ୟକ କୃଷି କର୍ମଚାରୀମାନଙ୍କର ଅଭାବ ରହିଥିବାରୁ ଏହା ବିଶେଷ ଭାବରେ ଫଳପ୍ରଦ ହୋଇପାରୁ ନାହିଁ। କୃଷିର ବିକାଶ ଲାଗି ସରକାର ପଦକ୍ଷେପ ନେବା ପାଇଁ ଚାଷୀ ସୁଶାନ୍ତ ସାମଲ, ପ୍ରଭାକର ସେଠୀ, ରଞ୍ଜିତ ପ୍ରଧାନ, ପ୍ରଦୀପ ନାୟକ, ସନ୍ତୋଷ ଭଳ, ପାରେଶ୍ୱର ସେଠୀ, ଅଭୟ ବଳ, ସୁଧୀର ଦାସ, ଭିକାରୀ ବାଇ ପ୍ରମୁଖ ଦାବି କରିଛନ୍ତି। ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଭଦ୍ରନାରାୟଣ ଦାସଙ୍କୁ ଯୋଗାଯୋଗ କରିବାରେ ଚଳିତ ଋତୁରେ ୧୦,୪୦୦ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ୨୦୦ ହେକ୍ଟର ଜମିରେ ଧାନବୁଣା ସରିଛି। ୭୦୦ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ୩୪୦ ହେକ୍ଟର ଜମିରେ ତଳି ପଡ଼ିଛି, କିନ୍ତୁ ପାଣି ଯୋଗୁ ଚାଷ କାମରେ ବାଧା ଉପୁଜିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?