କାମରେ ଆସୁନି ଜୀବେ ନିଷ୍ଠୁରତା ନିବାରଣ ଆଇନ

ମହାକାଳପଡ଼ା,୨୯ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଆଦିବାସୀ ଅଧ୍ୟୁଷିତ ସିଂ, ୧୫ ମାଇଲି, ୧୨ ନମ୍ବର, ବାଘୁଆମେଦ, ଜମ୍ବୁ ଅଞ୍ଚଳରେ ଗଞ୍ଜା ଲଢେଇ ହେଉଛି। ଜୀବେ ନିଷ୍ଠାରତା ଆଇନ ଥିଲେ ହେଁ ଏହି ଅଞ୍ଚଳରେ ଲୋକ ତାହାକୁ ଖାତିର ନ କରି ଖରା ହେଉ କି ବର୍ଷା ଏକ ଉଚ୍ଚ କୁଦ ଉପରେ ପ୍ରତି ସପ୍ତାହର ରବିବାର ଅପରାହ୍ନରେ ଅଣ୍ଡିରା କୁକୁଡ଼ା (ଗଞ୍ଜା) ଲଢ଼େଇ ହେଉଛି। ଏଥିରେ ବିଭିନ୍ନ ଅଞ୍ଚଳରୁ ଲଢ଼ୁଆ ଗଞ୍ଜାଙ୍କୁ ଧରି ମାଲିକମାନେ ନିର୍ଦ୍ଧାରିତ ଲଢେଇ ସ୍ଥାନ ବା ଖଳାରେ ପହଞ୍ଚତ୍ଥାନ୍ତି। ଲଢେଇ ପାଇଁ ଆସିଥିବା ପ୍ରତିଦ୍ୱନ୍ଦ୍ୱୀ ଗଞ୍ଜାଗୁଡ଼ିକ ଗୋଡ଼ରେ ବାନ୍ଧି ଦିଆଯାଏ ତୀକ୍ଷ୍ଣ ଧାରଯୁକ୍ତ ମୁନିଆ ଛୁରି। ପରେ ଏହି ଗଞ୍ଜାମାନଙ୍କୁ ଲଢେଇ ଖଳାରେ ଛାଡ଼ି ଦିଆଯାଏ। ଏହି ଲଢେଇରେ ଚତୁର ଗଞ୍ଜା ତା’ର ପ୍ରତିପକ୍ଷ ଗଞ୍ଜାକୁ ମୁନିଆ ଛୁରିରେ ଆକ୍ରମଣ ପରେ ଆକ୍ରମଣ କରି ଚାଲେ। କିଛି ସମୟ ଲଢିବା ପରେ ଚତୁର ଗଞ୍ଜାଟି ତା’ର ପ୍ରତିପକ୍ଷ ଗଞ୍ଜାକୁ ଧରାଶାୟୀ କରିଦିଏ। ଏହି ଲଢେଇରେ ବାଜିମାତ କରିଥିବା ଗଞ୍ଜା ମାଲିକ ପରାଜୟ ଗଞ୍ଜା (ଫାଡୁ)କୁ ନେଇଥାଏ। ତେବେ ଲଢେଇ ଦେଖି ଉପଭୋଗ କରୁଥିବା ଲୋକମାନଙ୍କ ମଧ୍ୟରେ ଟଙ୍କା ବାଜି ବା ସଟ୍ଟା ଲାଗିଥାଏ। ଯେକୌଣସି ବିଜୟୀ ଗଞ୍ଜା ଉପରେ ବାଜି ଲଗାଇଥିବା ବ୍ୟକ୍ତି ହିଁ ଟଙ୍କା ନେଇଥାନ୍ତି। ଏହି ଗଞ୍ଜା ଲଢ଼େଇ ବେଆଇନ ହୋଇଥିବା ବେଳେ ଖୁଲମଖୁଲା ସର୍ବସାଧାରଣ ସ୍ଥାନରେ କରାଯାଉଛି। ତେବେ ଜୀବେ ନିଷ୍ଠୁରତା ନିବାରଣ ଆଇନ-୧୯୬୦ରେ ଉଲ୍ଲେଖ ରହିଛି, କୌଣସି ଏକ ଜାତୀୟ ପଶୁ, ପକ୍ଷୀମାନଙ୍କ ମଧ୍ୟରେ ଲଢେଇ ସୃଷ୍ଟି କରିବା ଓ ଏହାକୁ ପ୍ରୋତ୍ସାହନ ଦେବା ଆଇନଗତ ଦଣ୍ଡନୀୟ ଅପରାଧ। ଯେକୌଣସି ସଂସ୍ଥା ବା ବ୍ୟକ୍ତି, ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଆଇନର ପରିସୀମା ମଧ୍ୟରେ ରହିବେ ବୋଲି ଉଲ୍ଲେଖ ରହିଛି। ଏହି ବେଆଇନ ଲଢେଇରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଜରିମାନା ଓ ଜେଲ୍‌ଦଣ୍ଡର ବ୍ୟବସ୍ଥା ଆଇନରେ ଉଲ୍ଲେଖ ରହିଛି। ଜିଲାରେ ଜୀବେ ନିଷ୍ଠୁରତା ନିବାରଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଜିଲାପାଳ, ଏସ୍‌ପି ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଦାରଖ କରିବାର ଦାୟିତ୍ୱ ଥିଲେ ମଧ୍ୟ ଉପକୂଳ ଅଞ୍ଚଳରେ ଏହାକୁ ଖୋଲା ଉଲ୍ଲଂଘନ କରାଯାଉଥିବା ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ଲକର ଉପକୂଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଲଢେଇ ଦେଖିବାକୁ ମିଳୁଛି। ତେବେ ଲଢେଇରେ ଜିଲା ତଥା ଜିଲା ବାହାରର ଜୁଆ ଖେଳୁଥିବା ଲୋକମାନେ ଅଂଶ ଗ୍ରହଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri