Posted inଜାତୀୟ

ଆସ୍ଥାଭୋଟ ଦାବିକଲା ଭାଜପା

ମୁମ୍ବାଇ/ଗୁଆହାଟୀ,୨୯ା୬: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଭାଜପା ଉଦ୍ୟମ କରୁନାହିଁ ବୋଲି ଦଳ ପକ୍ଷରୁ ବାରମ୍ବାର ସଫେଇ ଦିଆଯାଉଥିବାବେଳେ ଏବେ ଭିତିରି କଥା ସାମ୍ନାକୁ ଆସିଛି। ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କୁ ସାକ୍ଷାତ କରିଛନ୍ତି। ବିଧାନସଭା ଅଧିବେଶନ ଡକାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ଦଳ ରାଜଭବନରେ କୋଶିୟାରୀଙ୍କୁ ଭେଟିଛି। ଏହି ଅବସରରେ ଫଡ୍‌ନବିସ ରାଜ୍ୟପାଳଙ୍କୁ ଏକ ପତ୍ର ଜରିଆରେ ରାଜନୈତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସେ କହିଛନ୍ତି, ଶିବସେନାର ୩୯ ବିଧାୟକ ମହା ବିକାଶ ଅଘାଡ଼ି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିବା ବିଷୟ ସ୍ପଷ୍ଟ କରିସାରିଛନ୍ତି। ସେହିପରି ୮ ସ୍ବାଧୀନ ବିଧାୟକ ମଧ୍ୟ ଇ-ମେଲ୍‌ ଜରିଆରେ ରାଜ୍ୟପାଳଙ୍କୁ ଆସ୍ଥାଭୋଟ କରାଇବା ପାଇଁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସ୍ଥା ହରାଇସାରିଥିବାର ନିଜ ସରକାର ସପକ୍ଷରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅନ୍ତୁ। ଅଦାଲତଙ୍କ ପୂର୍ବ ରାୟଗୁଡ଼ିକୁ ଅନୁଧ୍ୟାନ କରି ରାଜ୍ୟପାଳ ଭାଜପାର ଅନୁରୋଧ ଉପରେ ବିଚାର କରିବେ ବୋଲି ଆଶାବାଦୀ ଥିବା ଫଡ୍‌ନବିସ ଗଣମାଧ୍ୟମକୁ କହିଛନ୍ତି। କେତେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁବାର ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କ ସହ ବିଧାୟକମାନେ ଗୁଆହାଟୀରୁ ମୁମ୍ବାଇକୁ ଫେରିବା ପରେ ଆସ୍ଥାଭୋଟ ହୋଇପାରେ।
ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ଫଡ୍‌ନବିସ ଦିଲ୍ଲୀରୁ ଫେରିଥିଲେ। ସେ ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମ ଉପରେ ଆଲୋଚନା କରିଥିଲେ। ସୋମବାର ଫଡ୍‌ନବିସଙ୍କ ଘରେ ଭାଜପାର ବରିଷ୍ଠ ନେତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ସେ ପୁନର୍ବାର କ୍ଷମତା ଦଖଲ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ମନ୍ତ୍ରଣା କରୁଥିବା କୁହାଯାଉଛି। ଶିବସେନା ବିଦ୍ରୋହୀମାନେ ମହାରାଷ୍ଟ୍ରରୁ ପ୍ରଥମେ ଭାଜପା ଶାସିତ ଗୁଜରାଟରୁ ସୁରଟକୁ ଯାଇଥିଲେ। ସେଠାରୁ ସେମାନେ ଆସାମର ଗୁଆହାଟୀ ଗସ୍ତ କରିଥିଲେ। ଇତିମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ବିଦ୍ରୋହୀ ରହୁଥିବା ହୋଟେଲରେ ଦେଖିବାକୁ ମିଳିଛି। ନିକଟରେ ଏକନାଥ ସିନ୍ଧେ କହିଥିଲେ, ତାଙ୍କ ବିଦ୍ରୋହକୁ ଏକ ଜାତୀୟ ଦଳ (ମହାଶକ୍ତି) ପ୍ରଶଂସା କରିଛି। ଆଗକୁ ସବୁ ପ୍ରକାର ସାହାଯ୍ୟର ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri