ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା ଅଫିସ, ୨୯ା୬: ବସୁନ୍ଧରା ଯୋଜନାରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା ୫,୪୨୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜକନିକା ଓ  ମହାକାଳପଡ଼ା ତହସିଲ ଅଞ୍ଚଳର ସର୍ବାଧିକ ଜମି ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ରାଜକନିକାରେ ୫୮୩ ହିତାଧିକାରୀଙ୍କୁ ମୋଟ ୧୯୮.୬୯୦ ଏକର ଓ ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର ଜମିର ପଟ୍ଟା ଦିଆଯାଇଛି। ଏହି ଦୁଇ ତହସିଲରେ  ଥିବା କେତେଜଣ ହିତାଧିକାରୀଙ୍କ ଭୂମି, ବ୍ୟାଙ୍କ ବାଲାନ୍ସ ଥିଲେ ମଧ୍ୟ ଭୂମିହୀନ ଦର୍ଶାଇ ପଟ୍ଟା ନେଇଥିବା ଅଭିଯୋଗ ହୋଇଛି। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଜଙ୍ଗଲ ଜମି ଦଖଲକୁ ନେଇ ଥିବା ସମସ୍ୟାର ସମାଧାନ ହେଉନାହିଁ। ଜିଲା ପ୍ରଶାସନ ପକ୍ଷରୁ  ଫର୍ମ-କେ ହିତାଧିକାରୀଙ୍କୁ ଚିହ୍ନଟ କରା ଯାଇପାରି ନ ଥିବାରୁ ଜଙ୍ଗଲ ଜମିରୁ ଜବରଦଖଲ ହଟୁନି। ଫଳରେ ଏହି ତହସିଲ ଅଞ୍ଚଳରେ ଥିବା ୧୭ ଗ୍ରାମରେ ରହୁଥିବା ବଙ୍ଗଭାଷୀ ଜମି ସ୍ବତ୍ୱ ଅଧିକାର ପାଇଁ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।
   ଏ ସମ୍ପର୍କରେ ସୂଚନା ଅଧିକାର ଆଇନ କର୍ମୀ ଅମିତାଭ ଚାନ୍ଦ କୁହିଛନ୍ତି, ବସୁନ୍ଧରା ଯୋଜନା ହେଉ ଅଥବା ଜଙ୍ଗଲ ଜମି ସମସ୍ୟାରେ ଦୁର୍ନୀତି ରହିବାର ବହୁ ପ୍ରମାଣ ମିଳିଛି। ଏହି ଯୋଜନାରେ ଭୂମିହୀନଙ୍କୁ ଆବାସ ଗୃହ ପାଇଁ ଜମି ପ୍ରଦାନ କରାଯାଏ। ଏହାର ସୁଯୋଗ ନେଇ କେତେଜଣ ଧନୀ ଓ ରାଜନେତାଙ୍କ ପାଖ ଲୋକ ଜମି ହଡପ କରିଛନ୍ତି। ରାଜକନିକା ତହସିଲ ଅଞ୍ଚଳରେ ଜଣେ ରାଜନେତାଙ୍କ ପାଖ ଲୋକ ଓ ତାଙ୍କ ଭାଇ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ନେଇଥିବା ଜିଲା ପ୍ରଶାସନ ନିକଟରେ ସୋମବାର ଅଭିଯୋଗ ହୋଇଛି। ସେହିପରି ମହାକାଳପଡ଼ାରେ ତହସିଲ କର୍ମଚାରୀଙ୍କ ସହାୟତାରେ ଜାତି ପ୍ରମାଣପତ୍ର ଜାଲିଆତି କରି ଜମି ଅଧିଗ୍ରହଣ କରିଥିବା ମାମଲା କୋର୍ଟ ଓ ଆରଡିସିଙ୍କ ଦପ୍ତରରେ ଚାଲିଛି। ଏହାବ୍ୟତୀତ ଜଙ୍ଗଲ ଜମିକୁ  କୁଜଙ୍ଗ ରାଜାଙ୍କ ହାତ ପଟ୍ଟାରେ ହଡପ କରାଯାଇଛି। ଏହି ମାମଲା ଦୀର୍ଘ ୨ବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜଙ୍ଗଲ ଜମିରୁ ଜବରଦଖଲ ହଟାଇବା ପ୍ରଶାସନ ପାଇଁ ଆଗାମୀ ଦିନରେ କଷ୍ଟକର ହେବ ବୋଲି ସେ କେତେଗୋଟି ପ୍ରମାଣ ସହ ସୂଚନା ଦେଇଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ମହାକାଳପଡ଼ା ତହସିଲ ଅଧୀନ ଜଙ୍ଗଲ ଜମି କିସମ ଅଞ୍ଚଳର ୧୭ ଗ୍ରାମରେ ବସବାସ କରୁଥିବା ବଙ୍ଗଭାଷୀଙ୍କ ପାଇଁ ଗତ ୨୦୧୭ ସେପ୍ଟେମ୍ବର ୨୨ରେ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୯୭୨ରୁ ୧୯୮୦ ମସିହା ମଧ୍ୟରେ ଉକ୍ତ ୧୭ ଗ୍ରାମରେ ମୋଟ ୪,୯୦୭ ପରିବାର ୬୦୫୬.୫୯ ଏକର ଜମି ଜବରଦଖଲ କରି ଆସୁଛନ୍ତି ବୋଲି ଆଲୋଚନା ହୋଇଥିଲା। ଏଠାରେ ଜିଲା ପ୍ରଶାସନ ମାତ୍ର ୨୯.୫ ଏକର ଜମି ଲିଜ ଆକାରରେ ଦେଇପାରିବ। ଅବଶିଷ୍ଟ ଜଙ୍ଗଲ ଜମି ହୋଇଥିବାରୁ କିସମ ପରିବତ୍ତର୍ର୍ନ ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ଲୋଡାଯିବ ବୋଲି ସ୍ଥିର ହୋଇଥିଲା। ଇତିମଧ୍ୟରେ ମାତ୍ର ୩୦୦ ପରିବାର ସମ୍ପର୍କରେ ଜିଲା ପ୍ରଶାସନ ତଦନ୍ତ କରିଥିବା ବେଳେ ଅବଶିଷ୍ଟ ୪,୬୦୭ ପରିବାର ଜବରଦଖଲ କରି ରହୁଛନ୍ତି। ତେବେ ୨୦୧୮ ଅକ୍ଟୋବର ୧୬ରେ ତତ୍କାଳୀନ ଉପଜିଲାପାଳଙ୍କ ଚିଠି (ନଂ- ୬୫୪୫) ଅନୁଯାୟୀ ଫର୍ମ-କେ’ ମାଧ୍ୟମରେ ଜଙ୍ଗଲ ଜମିରେ ବସବାସ କରୁଥିବା ପରିବାରଠାରୁ ରାଜସ୍ବ ଆଦାୟ ହେଉଛି। ଫର୍ମ- କେ’ ଏବେ ଜବରଦଖଲକାରୀଙ୍କ ପାଇଁ ଜିଲାରେ ସ୍ଥାୟୀ ହେବାକୁ ସିଧା ରାସ୍ତା ବାହାର କରିଛି। ଫଳରେ ଦିନକୁଦିନ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଫର୍ମ-କେ’ ରାଜସ୍ବ ଦେଇ ଜଙ୍ଗଲ ଜମିକୁ ଅକ୍ତିଆର କରୁଛନ୍ତି। ଏହି ରାଜସ୍ବ ଆଦାୟ ବନ୍ଦ ହେବା ଆବଶ୍ୟକ। ସେହିପରି ବସୁନ୍ଧରା ଯୋଜନାରେ କେତେକ ଜଙ୍ଗଲ ଜମି ହାତେଇଥିବା ଲକ୍ଷ୍ୟ କରାଯାଉଛି ା ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜଙ୍ଗଲ ଜମି ଜବରଦଖଲକୁ ନେଇ ଜିଲା ପ୍ରଶାସନ ତପତ୍ର ଅଛି। ବସୁନ୍ଧରା ଯୋଜନାରେ ଦୁର୍ନୀତି ସମ୍ପର୍କରେ ନଜରକୁ ଆସିଲେ ତଦନ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri