ଚମଡ଼ା ବନାମ କପଡ଼ା ସିଟ୍
ମାନେକା ଗାନ୍ଧୀ ଅନେକ ବର୍ଷ ପୂର୍ବେ ମୁଁ ଭାରତରେ ମର୍ସିଡିଜ୍ କାର୍ କମ୍ପାନୀ ଲୋକଙ୍କ ସହ କଥା ହୋଇ ସେମାନଙ୍କ କାର୍ ସିଟ୍ ପାଇଁ ଚମଡ଼ା ବ୍ୟବହାର ବନ୍ଦ କରିବାକୁ କହିଥିଲି। ସେମାନେ ଏହାକୁ ବନ୍ଦ କରିନାହାନ୍ତି ସତ, କିନ୍ତୁ ଏହାକୁ…
କାହିଁ ବନ୍ଧୁତା
ଡା. ସୁରେନ୍ଦ୍ର ନାଥ ପତି ବନ୍ଧୁତା ବା ଇଂଲିଶରେ ‘ଫ୍ରେଣ୍ଡ୍ଶିପ୍’ ଶବ୍ଦଟି ଉଚ୍ଚାରଣ କଲାମାତ୍ରେ, ଚକ୍ଷୁ ସମକ୍ଷରେ ଭାସିଉଠେ ଏକ ହସହସ ମୁଖ ଓ ସେହି ବ୍ୟକ୍ତିର ସ୍ନେହ, ସଦିଚ୍ଛା, ଶୁଭକାମନାର ହସ୍ତ ପ୍ରସାରଣ କରିବାର ଦୃଶ୍ୟଟିଏ। ଇଂଲିଶ ଡିକ୍ସନାରି ଅର୍ଥରେ…
ଉତ୍ତରଣର ଉଷାଲୋକ
ଉପେନ୍ଦ୍ର ବିଶ୍ୱାଳ ଦ୍ୱାପରର ଦ୍ୱାର ଭିତରକୁ ଧସେଇ ପଶିବାକୁ ଯେତେବେଳେ କଳିର ପ୍ରବଳ ପ୍ରୟାସ, ସେତେବେଳେ ସେଇ ଯୁଗସନ୍ଧିକ୍ଷଣର ଏକ ଘଟଣାଟିଏ। ଜଣେ ବ୍ରାହ୍ମଣଙ୍କର ଖେତ ଖନନ ବେଳେ ମିଳେ କେତେକ ରତ୍ନ ଅଳଙ୍କାର। ମାଲିକଙ୍କର ଏହା ପ୍ରାପ୍ୟ ବୋଲି ବିଚାର…
ଏଇ ଭାରତରେ
କେରଳ ଏର୍ନାକୁଲମ୍ ନିବାସୀ ଇକୋ-ଇନୋଭେଟର ଲକ୍ଷ୍ମୀ ମେନନ ‘ପିୟୋର ଲିଭିଂ’ ସଂସ୍ଥା ମାଧ୍ୟମରେ ବର୍ଜ୍ୟବସ୍ତୁରୁ ବିଭିନ୍ନ ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି। ପ୍ରଥମେ ବର୍ଜ୍ୟ କାଗଜରୁ କଲମ ତିଆରି କରିବା ପରେ ଏବେ ପର୍ସନାଲ ପ୍ରୋଟେକ୍ଟିଂ ଇକ୍ୟୁପିମେଣ୍ଟ (ପିପିଇ) କିଟ୍…
୧୧ ଲକ୍ଷ କୋଟି
ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ୍ ଅର୍ଗାନାଇଜେଶନ୍ (ଇପିଏଫ୍ଓ) ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ଏକ ସରକାରୀ ବ୍ୟବସ୍ଥା, ଯେଉଁଥିରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଅର୍ଥ ପ୍ରତ୍ୟେକ ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଜମା ହୋଇଥାଏ। ଏହି ସଂଗୃହୀତ ପାଣ୍ଠିରୁ କର୍ମଚାରୀ…
କରୋନା ବେଳେ ଏମ୍ଜିଏନ୍ଆର୍ଇଜିଏର ଭୂମିକା
ବିଚିତ୍ର ବିଶ୍ୱାଳ କରୋନା ମହାମାରୀ ଓ ତଜ୍ଜନିତ ସୁଦୀର୍ଘ ଲକ୍ଡାଉନ୍ ଯୋଗୁ ଦେଶରେ ବେକାରି ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ ହୋଇଯାଇଛି। ଲକ୍ଷ ଲକ୍ଷ ଶ୍ରମିକ, ଛୋଟ ବେପାରୀ, ମୂଲମଜୁରି ଲାଗି ଚଳୁଥିବା ଲୋକମାନଙ୍କ ହାତରେ…
କର୍ଣ୍ଣ, ଏକଲବ୍ୟ ଓ ଅନ୍ଲାଇନ୍ ଶିକ୍ଷା
ଡ. ବାସନ୍ତୀ ମହାନ୍ତି କୁରୁ ରାଜକୁମାରମାନଙ୍କୁ ଶିକ୍ଷା ଦେବା ପାଇଁ ଭୀଷ୍ମ ଦ୍ରୋଣାଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଥିଲେ। ଦ୍ରୋଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କ ଶିକ୍ଷାଦାନ ପ୍ର୍ରକ୍ରିୟା ଚାଲିଥିଲା। ସୁତପୁତ୍ର କର୍ଣ୍ଣ ଓ ଆଦିବାସୀ ବାଳକ ଏକଲବ୍ୟଙ୍କୁ ଏହି ଶିକ୍ଷା ବ୍ୟବସ୍ଥାର ବାହାରେ ରଖାଯାଇଥିଲା।…
ଏଇ ଭାରତରେ
ମଇଳା ପାଣି ନାଳୀ ପାଲଟିଯାଇଥିବା ପୁରାତନ ଘରାର୍ ନଦୀକୁ ଜୀବନ ଦେଇପାରିଛନ୍ତି ଉତ୍ତରପ୍ରଦେଶର ବିଲଖର ଗ୍ରାମବାସୀ। ଚେକ୍ଡ୍ୟାମ ଓ ଜବରଦଖଲ କାରଣରୁ ପାନା ପର୍ବତରୁ ବାହାରି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ୪୦ଟି ଗାଁ ଦେଇ ପ୍ରବାହିତ ହେଉଥିବା ଏହି ନଦୀ ମଇଳା…
ଭୂମିପୂଜନ
ଭାରତରେ କୋଭିଡ୍-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ଗୋଟିଏ ଦିନରେ ୫୦ ହଜାର ଲୋକ ଆକ୍ରାନ୍ତ ହେବା ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଲକ୍ଡାଉନ୍ ଓ ଶଟ୍ଡାଉନ୍ ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଥିବାରୁ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଅସଂଖ୍ୟ ବ୍ୟବସାୟିକ…
ଯୁବପିଢ଼ି ଓ ଜାମ୍ବବାନ
ପବିତ୍ରମୋହନ ପଟ୍ଟନାୟକ, ଡ. ଅମିୟ କୁମାର ମହାପାତ୍ର ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ଯୁବପିଢ଼ି ଦେଶର ପୁଞ୍ଜି ଓ ଦେଶର ଗାୈରବ। ତାଙ୍କର ବହୁମୁଖୀ ପ୍ରତିଭା ତଥା ସକାରାତ୍ମକ ବିଚାରଧାରା ଦେଶର ମାନ ଓ ଭବିଷ୍ୟତ ନିର୍ଣ୍ଣୟ…
ଅଳିଆଗଦାରେ ଖାଦ୍ୟ ଆଇନ
ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଶାସ୍ତ୍ରରେ ଅଛି- ‘ଅନ୍ନଂ ବ୍ରହ୍ମ’ ଅର୍ଥାତ୍ ଖାଦ୍ୟ ହିଁ ଭଗବାନ। ଆମେ ଅନେକ କ୍ଷେତ୍ରରେ ଦେଖୁ ଲୋକମାନେ ଖାଦ୍ୟ ନଷ୍ଟ କରିଥାନ୍ତି। ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ ଲକ୍ଷ ଲକ୍ଷ ଲୋକ ଭୋକିଲା ରହୁଥିବା ବେଳେ ଖାଦ୍ୟ…
ଏଇ ଭାରତରେ
ପନ୍ଦର ବର୍ଷ ବୟସରେ ସମସ୍ତଙ୍କୁ ପରିବେଶ ସୁରକ୍ଷାର ମନ୍ତ୍ର ଦେଉଛନ୍ତି ମହାରାଷ୍ଟ୍ରର ବରଦ କୁବଲ। ସେ ଆହତ ପକ୍ଷୀଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ସମୁଦ୍ର କୂଳରେ ଗଛ ଲଗାଉଛନ୍ତି। ମହାରାଷ୍ଟ୍ର ସିନ୍ଧୁ ଦୁର୍ଗ ଜିଲା ଅଚରା ଗାଁରେ…
Archives


