୧୧ ଲକ୍ଷ କୋଟି

ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଅର୍ଗାନାଇଜେଶନ୍‌ (ଇପିଏଫ୍‌ଓ) ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ଏକ ସରକାରୀ ବ୍ୟବସ୍ଥା, ଯେଉଁଥିରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଅର୍ଥ ପ୍ରତ୍ୟେକ ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଜମା ହୋଇଥାଏ। ଏହି ସଂଗୃହୀତ ପାଣ୍ଠିରୁ କର୍ମଚାରୀ ନିଜର ଜରୁରୀ ଆବଶ୍ୟକତାକୁ ଦେଖି ବା ଅବସର ପରେ ଉଠାଇ ପାରିବେ। ଦେଖିବାକୁ ଗଲେ ଏହା ସରକାରୀ ଅର୍ଥ ନୁହେଁ। ସଦ୍ୟ ତଥ୍ୟ ଅନୁଯାୟୀ ଇପିଏଫ୍‌ଓରେ ୧୧ ଲକ୍ଷ କୋଟି ଭାରତୀୟ ଟଙ୍କା ଜମାଅଛି। ଆମେରିକୀୟ ଡଲାରରେ ଏହାର ମୂଲ୍ୟ ହେବ ୧୫୭.୮ ବିଲିୟନ। ଇତିମଧ୍ୟରେ କରୋନାଜନିତ ଆର୍ଥିକ ସଙ୍କଟ ଯୋଗୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ଯୋଜନା ଘୋଷଣା କରିଥିଲେ। ତାଙ୍କ କହିବା ଅନୁଯାୟୀ ଘୋଷଣା ଦିନଠାରୁ ଆରମ୍ଭକରି ୩ ମାସ ପର୍ଯ୍ୟନ୍ତ ଇପିଏଫ୍‌ଓରେ କର୍ମଚାରୀମାନଙ୍କ ଜମାକୁ ସରକାର ଭରଣା କରିବେ। ଏହା ମାତ୍ର ୩ ମାସ ପାଇଁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଆଉ ତିନି ମାସ ବଢ଼ାଯାଇଛି। ତେବେ ଏଥିସହିତ ଯୋଡ଼ାଯାଇଥିବା ସର୍ତ୍ତ ଅତ୍ୟନ୍ତ ହାସ୍ୟାସ୍ପଦ। ସୀତାରାମନ କହିଛନ୍ତି ଯେ, ଯେଉଁ ଘରୋଇ କମ୍ପାନୀରେ ସର୍ବାଧିକ ୧୦୦ ଜଣ କର୍ମଚାରୀ ଥିବେ ଏବଂ ତନ୍ମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀ ମାତ୍ର ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପାଉଥିବେ ସେମାନଙ୍କର ଭବିଷ୍ୟନିଧି ଜମାକୁ ସରକାର ବହନ କରିବେ। ଏଭଳି ନିୟମାବଳୀ ଯୋଗୁ ଅଧିକାଂଶ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସୁବିଧା ପାଇବାରୁ ବଞ୍ଚିତ ହେବେ। ଅର୍ଥାତ୍‌ ଏଥିପାଇଁ ବ୍ୟବସ୍ଥା କରାଯାଇଥିବା ୪, ୮୦୦ କୋଟି ଟଙ୍କା ବାଟମାରଣା ହେବାର ଦୁଆର ଫିଟାଇ ଦିଆଯାଇଛି।
ଏହା ବ୍ୟତୀତ ଏବେ ଜାତୀୟ ଗଣମାଧ୍ୟମରେ ଅନ୍ୟ ଏକ ଦିଗ ସମ୍ପର୍କରେ ଖବର ପ୍ରକାଶ ପାଇବା ଚିନ୍ତାଜନକ। ଦେଶରେ ଏପ୍ରିଲରୁ ଜୁଲାଇ ତୃତୀୟ ସପ୍ତାହ ମଧ୍ୟରେ ଇପିଏଫ୍‌ଓରୁ ୮୦ ଲକ୍ଷ କର୍ମଚାରୀ ୩୦,୦୦୦ କୋଟି ଟଙ୍କା ଉଠାଣ କରିସାରିଲେଣି। ମହାମାରୀଜନିତ ନିଯୁକ୍ତିହାନି ଓ ଦରମାକାଟ ଯୋଗୁ କର୍ମଚାରୀମାନେ ଚଳିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରୀ ଖର୍ଚ୍ଚ ମେଣ୍ଟାଇବା ପାଇଁ ମଧ୍ୟ ଅନେକେ ଇପିଏଫ୍‌ଓରେ ଥିବା ଅର୍ଥ ଉଠାଣ କରିବାକୁ ବାଧ୍ୟ ହେଉଛନ୍ତି। ସାଧାରଣତଃ କର୍ମଚାରୀମାନେ ଚାକିରିର ଶେଷ ଆଡ଼କୁ ଘର କରିବା, ଝିଅ ବାହାଘର କିମ୍ବା କୌଣସି ଦୁରାରୋଗ୍ୟ ବ୍ୟାଧି ହୋଇଥିଲେ ଚିକିତ୍ସା ନିମନ୍ତେ ଏହି ପାଣ୍ଠି କଥା ଭାବିଥାଆନ୍ତି। ହେଲେ ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ପାଇଁ ଅର୍ଥର ଆବଶ୍ୟକତା ପଡ଼ିବାରୁ ଶେଷ ଭରସାଟିକୁ ଆବୋରି ନେଇଗଲେଣି। କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାରୁ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ଅନେକ କାର୍ଯ୍ୟାଳୟ ମନ୍ଥର ହୋଇ ଚାଲିବା କିମ୍ବା ବନ୍ଦ ହୋଇଯାଇଥିବାରୁ କର୍ମଚାରୀ ଜୀବିକା ହରାଇ ବେରୋଜଗାର ପାଲଟିଯାଉଛନ୍ତି। ପିଲାଛୁଆଙ୍କୁ ନେଇ ଚଳିବା ଯେତେବେଳେ କଷ୍ଟକର ହୋଇପଡ଼ୁଛି ସେତେବେଳେ ଅନନ୍ୟୋପାୟ ହୋଇ କର୍ମଚାରୀ ଇପିଏଫ୍‌ ଉଠାଣ କରୁଛନ୍ତି ବୋଲି ଗଣମାଧ୍ୟମରୁ ଜଣାପଡ଼ୁଛି। ଆଗକୁ ଆହୁରି ୧ କୋଟି ଲୋକ ଇପିଏଫ୍‌ଓରେ ଜମା ରଖିଥିବା ଅର୍ଥ ଉଠାଇବା ପାଇଁ ଆବେଦନ କରିଛନ୍ତି ବୋଲି ଖବର ମିଳୁଛି।
ଏଠାରେ ଭାରତୀୟ ବ୍ୟବସ୍ଥା ସମ୍ପର୍କରେ ଏକ ବିରାଟବଡ଼ ପ୍ରଶ୍ନ ଉଠୁଛି। ଅନେକ ଦେଶରେ ସୋସିଆଲ ସିକ୍ୟୁରିଟି ବା ସାମାଜିକ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ତାହା ସେହି ଦେଶର ନାଗରିକଙ୍କୁ କଷ୍ଟ ସମୟରେ ବଞ୍ଚାଇଥାଏ। ଭାରତର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ଭଳି ଆମେରିକା ଓ ଅନ୍ୟ ଦେଶରେ ସାମାଜିକ ନିରାପତ୍ତା ପ୍ରଶାସନ କାର୍ଯ୍ୟ କରିଥାଏ। ସେହି ପାଣ୍ଠି ଉପରେ ସମ୍ପୃକ୍ତ ଦେଶର କେନ୍ଦ୍ର ବା ସଂଘୀୟ ସରକାରଙ୍କ ନିୟନ୍ତ୍ରଣ ରହେ ନାହିଁ। କିନ୍ତୁ ସରକାର ତାହାକୁ ଏକପ୍ରକାର ପ୍ରୋତ୍ସାହନ ଦେଉଥିବା ହେତୁ ତାହା କର୍ମଚାରୀମାନଙ୍କ ଚାକିରି ଚାଲିଗଲେ, ଶାରୀରିକ ଭିନ୍ନକ୍ଷମ କିମ୍ବା ମୃତ୍ୟୁ ଘଟିଲେ ପରିବାରବର୍ଗଙ୍କୁ ସାହାଯ୍ୟ ମିଳିଥାଏ। ଭାରତର ଇପିଏଫ୍‌ ବ୍ୟବସ୍ଥାରେ ସମାନ ପ୍ରକାର ସୁବିଧା ଦିଆଯାଇଥିଲେ ମଧ୍ୟ କର୍ମଚାରୀମାନେ ସେମାନଙ୍କ ବିପଦ ସମୟରେ ସହଯୋଗ ପାଇ ନ ଥାନ୍ତି। ଏହା ବ୍ୟତୀତ ଅନେକ ମାଲିକ ଇପିଏଫ୍‌ଓ ଅର୍ଥକୁ ଉଚିତ୍‌ ଭାବେ ଜମା କରୁ ନ ଥିବା ହେତୁ ସେମାନଙ୍କ କର୍ମଚାରୀମାନେ ଅସୁବିଧାରେ ପଡ଼ିଥାନ୍ତି। କିନ୍ତୁ ଭାରତର ଏହି ପ୍ରବଳମାତ୍ରାରେ ପାଣ୍ଠି ଉଠାଇବା ପଛରେ ଆର୍ଥିକ ଦୁରବସ୍ଥା ବ୍ୟତୀତ ଅନ୍ୟ ଚିନ୍ତା ମଧ୍ୟ ରହିଛି। ଜମାକାରୀ କର୍ମଚାରୀମାନେ ସ୍ବାଭାବିକ ଭାବେ ସନ୍ଦେହ କରିବସିଲେଣି ଯେ ଭବିଷ୍ୟନିଧି ପାଣ୍ଠିକୁ ହାତ ନ ମାରି ଅଧିକ ଦିନ ସରକାର ରହିପାରିବେ ନାହିଁ। ଏହି ଆଶଙ୍କାର ସତ୍ୟାସତ୍ୟ ଏବେ କହିବା କଷ୍ଟକର। ବିଶେଷକରି ଯେଉଁଭଳି ଭାବେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ କରିବାରେ ତତ୍ପରତା ପ୍ରଦର୍ଶନ କରୁଛନ୍ତି, ସେଥିରୁ ମନେହେଉଛି ଗଚ୍ଛିତ ୧୧ ଲକ୍ଷ କୋଟି କେବେ ହେଲେ ଦୃଷ୍ଟି ବାହାରକୁ ଯାଇ ନ ଥିବ। ସମ୍ଭବତଃ କର୍ମଚାରୀମାନେ ସରକାରଙ୍କ ଏହି ଗତିମତି ଦେଖି ଇପିଏଫ୍‌ଓ ଅର୍ଥକୁ ଉଠାଇବାରେ ଲାଗିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri