ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ
ସୁନ୍ଦରଗଡ଼,୯।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏକ କାଳୀନ ପର୍ଶୁରାମଙ୍କ ସୁନ୍ଦରଗଡ଼ସ୍ଥିତ ବାସଭବନ ସମେତ ଭୁବନେଶ୍ୱର ଫ୍ଲାଟ୍ , ଲେସିପଡ଼ା ବ୍ଲକରେ ଥିବା…
ଲ୍ୟାଣ୍ଡମାଇନ ବିସ୍ଫୋରଣ: ୩ ଯବାନ ସହିଦ, ଦୁଇ ଗୁରୁତର
ରାଉରକେଲା,୪।୩(ଡି.ଏନ୍.ଏ.): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ କୁମ୍ବିଂ ଅପରେଶନ ଚାଲିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତିନି ଯବାନ ସହିଦ ହୋଇଛନ୍ତି। ଅନ୍ୟ ଦୁଇ ଯବାନ ଗୁରୁତର ହୋଇଛନ୍ତି। ସହିଦ ଯବାନମାନେ ହେଲେ ଦେବେନ୍ଦ୍ର କୁମାର ପଣ୍ଡିତ, ହରଦ୍ବାର…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶିକ୍ଷା ଅଧିକାରୀ, କିରାଣି
ସୁନ୍ଦରଗଡ଼,୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଓ ସହକାରୀ କିରାଣି ବିରଞ୍ଚି ଖିଲେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉକ୍ତ ବ୍ଲକ ଅନ୍ତର୍ଗତ ସାହାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଳର ପ୍ରଧାନ ଶିକ୍ଷକ ନାରାୟଣ ବାଗଙ୍କଠାରୁ ସ୍କୁଲ…
ଅଳଙ୍କାର ବ୍ୟବସାୟୀଙ୍କୁ ଗୁଳି କରି ସୁନା ଭର୍ତ୍ତି ବ୍ୟାଗ ଲୁଟ୍
ବଡ଼ଗାଁ,୧।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁରେ ସୋମବାର ସକାଳେ ଅଳଙ୍କାର ବ୍ୟବସାୟୀ ରୋହିତ ବର୍ମାଙ୍କୁ ୩ ଦୁର୍ବୃତ୍ତ ଗୁଳି ଚଳାଇ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସକଳେ ରୋହିତ ଅଳଙ୍କାର ଦେକାନକୁ ଏକ ବ୍ୟାଗ୍ରେ ଅଳଙ୍କାର ନେଇ ଆସୁଥିବା ବେଳେ ଦୋକାନ ସମ୍ମୁଖରେ…
ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତ ବନ୍ଦ
ରାଉରକେଲା ଅଫିସ,୨୬।୨: ଜିଏସ୍ଟି ସରଳୀକରଣ ଇ- କମର୍ସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତବନ୍ଦର ପ୍ରଭାବ ରାଉରକେଲାରେ ପଡ଼ିଛି। ସକାଳ ୬ଟାରୁ ସହରର ଦୋକାନ ବଜାର ସହ ବ୍ୟାବସାୟିକ ସଂଗଠନ ବନ୍ଦ ରହିଛି। ରାଉରକେଲା ବଣିକ ସଂଘର…
ଗଞ୍ଜେଇ ନେଉଥିବାବେଳେ ଧରାପଡିଲେ, ମହିଳାଙ୍କ ସମେତ ୪ ଗିରଫ
ସୁନ୍ଦରଗଡ଼,୧୯।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଓ ଏକ ମାରୁତି କାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।…
ଏସ୍ଆଇଙ୍କୁ ମହଙ୍ଗା ପଡିଲା ଥାର୍ଡ଼ ଡିଗ୍ରୀ
ରାଉରକେଲା ଅଫିସ,୧୭।୨: ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍ଆଇ ମାନସ ରଞ୍ଜନ ନାୟକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାର ତଦନ୍ତ କରି ରାଉରକେଲା ଏପ୍ପି ମୁକେଶ କୁମାର ଭାମୁ…
ମୌଳିକ ସୁବିଧାରୁ ବଞ୍ଚିତ ବସ୍ତିବାସୀ
ରାଉରକେଲା ଅଫିସ,୧୭।୨: ରାଉରକେଲା ସ୍ମାର୍ଟ ସିଟି ଯେପରି ଦିନକୁ ଦିନ ଉନ୍ନତି ପଥରେ ଗତି କରୁଛି ସେହି ପରିମାଣରେ ସହରରେ ଥିବା ବସ୍ତି ଅଞ୍ଚଳର ସମସ୍ୟା ସମାଧାନ ହେଉନି। ଫଳରେ ଏହି ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଉରକେଲା ସହର…
ରାଉରକେଲାରେ ସର୍ବବୃହତ୍ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ,(ଡି.ଏନ.ଏ.)/ରାଉରକେଲା ଅଫିସ,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ ଜିଲା ଗସ୍ତରେ ଆସି ରାଉରକେଲାଠାରେ ସର୍ବବୃହତ୍ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମକୁ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ନାମରେ ନାମିତ କରିଛନ୍ତି। ରାଉରକେଲା ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ…
ନିଆଁରେ ପୋଡ଼ି ଯୁବତୀଙ୍କ ଜୀବନ ଗଲା
ରାଉରକେଲା ଅଫିସ,୧୧ା୨: ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅର୍ନ୍ତଗତ ନୂଆବସ୍ତିର ଜଣେ ଯୁବତୀ ଗୁରୁବାର ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଆଫ୍ରିନ ଖାତୁନ(୧୯)। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଅନୁସାରେ,…
ନିଖୋଜ ଅଭିଯୋଗ ଦେଲା ୩ ମୃତଦେହର ପରିଚୟ
ରାଉରକେଲା ଅଫିସ,୧୧।୨: ସୁନ୍ଦରଗଡ଼ ଜିଲା କୋଏଲ ନଦୀରେ ବୁଡି ପ୍ରାଣ ହରାଇଥିବା ୩ ଜଣ ନାବାଳକଙ୍କ ପରିଚୟ ମିଳିଛି। ଉକ୍ତ ନାବାଳକମାନେ ହେଲେ ପ୍ଲାଣ୍ଟସାଇଟ ଥାନା ଅଧୀନ ଗୁରୁଦ୍ୱାରା ରୋଡ଼ ଅଞ୍ଚଳର ସୋନି ସୋନକର(୧୪), ସୁମିତ ସୋନକର(୧୧) ଓ ଗାନ୍ଧୀ ରୋଡ଼…
କାଳ ସାଜିଲା ନଦୀରେ ଗାଧୋଇବା: ୩ ନାବାଳକ ମୃତ
ରାଉରକେଲା,୧୦।୨: ସୁନ୍ଦରଗଡ଼ ଜିଲା ଝିରିପାଣି ଥାନା ଅଧୀନ ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରେ ବୁଧବାର ୩ ଜଣ ନାବାଳକ ଭାସି ଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।…
Archives


