୪୮ଘଣ୍ଟା ପରେ ଧରାପଡ଼ିଲେ ବ୍ୟାଙ୍କ ଲୁଟେରା

ସୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହର ନିକଟ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଗତ ୨୭ ତାରିଖରେ ବନ୍ଧୁକ ଦେଖାଇ ୪ଜଣ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣାରେ ସୁନ୍ଦରଗଡ଼ ପୋଲିସକୁ ମିଳିଛି ସଫଳତା। ବ୍ୟାଙ୍କରୁ ଟଙ୍କା ଲୁଟ୍‌ ହେବାର ୪୮ଘଣ୍ଟା ମଧ୍ୟରେ ବିହାର ଓ ଝାଡଖଣ୍ଡ ପୋଲିସ ସହାୟତାରେ ସୁନ୍ଦରଗଡ଼ ପୋଲିସ ୪ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଝାଡ଼ଖଣ୍ଡ ରାଜ୍ୟ ଖୁଣ୍ଟିଠାରୁ ଗିରଫ କରିଛି। ଶୁକ୍ରବାର ଜିଲା ପୋଲିସ ମୁଖ୍ୟାଳୟରେ ଖବରଦାତା ସମ୍ମିଳନୀରେ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି।

ଗିରଫ ୪ ଡକାୟତ ବିହାର ରାଜ୍ୟର ବୋଲି ଏସ୍‌ପି ପ୍ରକାଶ କରିଛନ୍ତି। ଏହି ଲୁଟ୍‌ ଘଟଣାରେ ୪ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କ ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରି ରହିଥିବାରୁ ପୋଲିସ ଗିରଫ ୪ଜଣଙ୍କ ନାମ ପ୍ରକାଶ କରିନାହିଁ। ପୋଲିସ ସେମାନଙ୍କ ନିକଟରୁ ୪ଟି ପିସ୍ତଲ, ନମ୍ବର ବିହୀନ ୨ଟି ବାଇକ୍‌, ନଗଦ ୩୨ହଜାର ୧୪୦ ଟଙ୍କା, ୪ଟି ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ପରେ ସେମାନଙ୍କୁ ବିହାର ବନିହାର ଥାନାରେ ଅଟକ ରଖାଯାଇ ଅଧିକ ପଚରାଉଚୁରା କରାଯାଉଛି।

ବିହାର ପୋଲିସ ପାଇଁ ମୋଷ୍ଟ ଓ୍ବେଣ୍ଟେଡ ଥିବା ଗିରଫ ୪ଜଣ ଡକାୟତଙ୍କ ନାମରେ ବିହାର, ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ଦେଢଶହରୁ ଊର୍ଦ୍ଧ୍ୱ ଲୁଟ୍‌, ବ୍ୟାଙ୍କ ଡକାୟତି ଓ ହତ୍ୟା ମାମଲା ରହିଛି। ଏମାନଙ୍କ ନାମରେ ବିହାର ପୋଲିସ ପକ୍ଷରୁ ୫୦ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହି ୪ଜଣ ଡକାୟତ ୨ଟି ବାଇକ୍‌ରେ ସୁନ୍ଦରଗଡ଼ ଆସି କିରେଇସ୍ଥିତ ବିଜୁ ଏକ୍ସପ୍ରେସ ଓ୍ବେ ପାର୍ଶ୍ୱରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ପଶି ରିଭଲଭର ଦେଖାଇ କର୍ମଚାରୀ ଓ ମ୍ୟାନେଜରଙ୍କୁ ଭୟଭୀତ କରି ବ୍ୟାଙ୍କ ଲକର ଓ କ୍ୟାଶ କାଉଣ୍ଟରରୁ ୨ଲକ୍ଷ ୮୭ ହଜାର ୪୧୦ ଟଙ୍କା ଓ ଜଣେ ଗ୍ରାହକଙ୍କଠାରୁ ୫ହଜାର ଟଙ୍କା, ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସୁନା ଚେନ୍‌ ଓ କର୍ମଚାରୀମାନଙ୍କ ମୋବାଇଲ ଫୋନ୍‌ ଲୁଟି ଫେରାର୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri