ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର

ସୁନ୍ଦରଗଡ,୧୩।୮(ଡି.ଏନ୍‌.ଏ.): ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍‌ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ ହିରୋ ଅକ୍ଷୟ କୁମାରଙ୍କ ବାସଭବନ ସମ୍ମୁଖରୁ ଉଦ୍ଧାର କରାଯାଇଛି। ଉକ୍ତ ଛାତ୍ର ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲା ଅରବିନ୍ଦ ସ୍କୁଲର ଦଶମ ଶ୍ରେଣୀର ଛାତ୍ର।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଛାତ୍ର ଜଣକ ସ୍କୁଲ ଯାଇ ଘରକୁ ଫେରି ନ ଥିଲେ। ପରେ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରି ନ ପାଇବାରୁ ସୁନ୍ଦରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। କେଶ ନଂ. ୨୩୦/୨୧ରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତ ୧୧ ତାରିଖରେ ନିଖୋଜ ଛାତ୍ର ଜଣକ ଅକ୍ଷୟ କମାରଙ୍କ ଘର ସମ୍ମୁଖରେ ବୁଲାବୁଲି କରୁଥିବା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ଜିମା ଦେଇଥିଲେ। ପରେ ପୋଲିସ ମୁମ୍ବାଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା। ପଚରାଉଚରା ପରେ ସେ ଓଡ଼ିଶା ସୁନ୍ଦରଗଡ ଜିଲାର ବୋଲି ଜଣାପଡ଼ିବା ପରେ ମୁମ୍ବାଇ ଚାଇଲ୍ଡଲାଇନ ପକ୍ଷରୁ ସୁନ୍ଦରଗଡ ଚାଇଲ୍ଡଲାଇନକୁ ଜଣା ଯାଇଥିଲା। ସୂଚନା ପାଇବାପରେ ସୁନ୍ଦରଗଡ଼ ଚାଇଲ୍ଡଲାଇନର ଏକ ଟିମ ତାଙ୍କୁ ଆଣିବା ପାଇଁ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଛାତ୍ର ଜଣକ ସିନେ ତାରକା ଅକ୍ଷୟ କୁମାର ଓ ସଲମାନ ଖାନ୍‌ଙ୍କ ବଡ଼ ପ୍ରଶଂସକ। ତେବେ ଛାତ୍ର ଜଣଙ୍କ ଏହି ଦୁଇ କଳାକାରଙ୍କୁ ଭେଟିବା ପାଇଁ ନିଜ ମୋବାଇଲ ଜଣେ ସାଙ୍ଗକୁ ବିକି ଝାରସୁଗୁଡ଼ାରୁ ଟ୍ରେନ୍‌ ଯୋଗେ ମୁମ୍ବାଇ ଚାଲିଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ପୁଣି ଶୀର୍ଷରେ: ଚିନ୍ତାରେ ପ୍ରଶାସନ

ସୁନ୍ଦରଗଡ଼,୮।୫: ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ହାର ଥମିବାର ନାଆଁ ଧରୁନାହିଁ। ଗତ ୨୪ ଘଣ୍ଟାରେ ପୁଣି ୧,୯୨୨ ପଜିଟିଭ ଚିହ୍ନଟ ହୋଇ ଏହି ଜିଲା...

ସମବାୟ ସପ୍ତାହ ଆଲୋଚନା ଚକ୍ର, କର୍ମଶାଳା

ଯାଜପୁର ଟାଉନ,୨୧।୧୧(ଡିଏନଏ): ଜିଲାସ୍ତରୀୟ ସମବାୟ ସପ୍ତାହ ଆଲୋଚନା ଚକ୍ର ଓ କର୍ମଶାଳା ବୁଧବାର ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲାପାଳ...

ଗର୍ଭବତୀ ଥିବା ସମୟରେ ଏହି ଅଭିନେତ୍ରୀଙ୍କୁ କରିବାକୁ ପଡ଼ିଥିଲା ବଳାତ୍କାର ସିନ୍‌, ପରେ ଘଟିଲା ଏମିତି

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ମୌସୁମୀ ଚାଟାର୍ଜୀ ଅନ୍ୟତମ। ୧୯୬୭ ମସିହାରେ ବଙ୍ଗଳା ଫିଲ୍ମ ‘ବାଲିକା ବଧୂ’ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।...

କ୍ଷତିପୂରଣ ଯୋଗାଇ ଦେବାକୁ ଜିଲାପାଳଙ୍କୁ ଦାବିପତ୍ର

ଜଳେଶ୍ୱର, ୧୩।୧୧(ଡି.ଏନ.ଏ.)-‘ବୁଲ୍‌ବୁଲ୍‌’ ଦ୍ୱାରା ପ୍ରଭାବିତ ଚାଷୀ ଓ ଜନସାଧାରଣଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ମଣନାଥ ରୋଡ଼ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ବାଲେଶ୍ୱର ଜିଲାପାଳଙ୍କୁ...

ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ

ବାଲେଶ୍ୱର ଅଫିସ,୨୬।୩: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଶୁକ୍ରବାର ସିପିଏମ୍‌ ଓ କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କର...

ଫସଲକ୍ଷତି ସହାୟତା ଦାବି କଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୫-ବରଗଡ଼ ଜିଲା ଭେଡ଼େନ ବ୍ଲକ ରୁଷୁଡ଼ା ପଞ୍ଚାୟତ ଅଧିନ ଧାତୁକପାଲି, ଘିଚାପାଲି, ହାଟଗାଁ, ରୁଷୁଡ଼ା, ଭୁତାପାଲି ଆଦି ଅଞ୍ଚଳରେ ଗତ କିଛିଦିନ ତଳେ ହୋଇଥିବା...

କୋଇଲା ଚୋରା କାରବାରରେ କୋଟିପତି ହୋମଗାର୍ଡ

ଅନୁଗୋଳ ଅଫିସ,୨୭ା୫: ପୋଲିସ ଚାକିରିକୁ ଢାଲ କରି କୋଇଲା ଚୋରା କାରବାର କରୁଥିବା କଟକ ଜିଲା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁଙ୍କୁ ଗିରଫ...

ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ: ଏସ୍‌ଆର୍‌ସି

କଟକ ଅଫିସ,୨୫।୯: କଟକ ମୁଣ୍ଡୁଳି ଜଳ ସ୍ରୋତରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ଶନିବାର ଧବଳେଶ୍ୱରରୁ ଉଦ୍ଧାର ହୋଇଥିବା ନେଇ ଏସ୍‌ଆରସି...

Advertisement
Archives

Model This Week