ସୁକ୍ରୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଜଣେ ଗିରଫ

ସୁନ୍ଦରଗଡ଼,୨୯ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୬ ଦିନ ପରେ ଗୁରୁବାର କୁତ୍ରା ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁକ୍ରୁ ସୋରେନଙ୍କୁ ତାଙ୍କ ଜ୍ୱାଇଁ ତୁଲାରାମ ରୋହିଦାସ ହତ୍ୟା କରିଥିଲେ। ସୁକ୍ରୁଙ୍କ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହିଥିଲା। ତେଣୁ ତାଙ୍କ ଝିଅ ବାପ ଘରକୁ ଚାଲିଆସିଥିଲେ। ଜ୍ୱାଇଁଙ୍କୁ ତାଙ୍କ ଝିଅ ବିଷୟରେ କୌଣସି ସୂଚନା ଦେଉ ନ ଥିଲେ ବୋଲି ରାଗ ରଖି ପ୍ରତିଷୋଧ ପରାୟଣ ହୋଇ ତୁଲାରାମ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି କୁତ୍ରା ଥାନାଧିକାରୀ ସୁଶାନ୍ତ କୁମାର ପରଡ଼ା। ଆଜି କୁତ୍ରା ପୋଲିସ ତୁଲାରାମଙ୍କୁ ଗିରଫ କରି କେସ୍‌ ନମ୍ବର ୮୧/୨୧ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛି କି ନାହିଁ ତା’ର ତଦନ୍ତ ଜାରି ରଖିଛି ପୋଲିସ।

ସୂଚନାଯୋଗ୍ୟ, ଗତ ୨୩ ତାରିଖ ରାତିରେ ସୁକ୍ରୁ ସୋରେନ ଖାଇ ସାରି ଘର ବାରଣ୍ଡାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଟାଙ୍ଗିଆରେ ଦେହର ବିଭିନ୍ନ ସ୍ଥାନରେ ହାଣି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାଜାରୁ ପଡ଼ି ଗୁରୁତର ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ ଅଫିସ, ୨୫ା୯-ଟିକାବାଲି ଥାନା କୋଚିଲାଗଡ଼ସ୍ଥିତ ଅନ୍ବେଶା ହଷ୍ଟେଲରେ ଗତ ୨୧ ତାରିଖରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ର ତାଜାରୁ ପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ...

ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ଅଭିଯୋଗ

ରାୟଗଡ଼(ଗଜପତି),୯।୫: ରାୟଗଡ଼ ବ୍ଲକ ସଦର ମହକୁମାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ...

ବ୍ୟକ୍ତିତ୍ୱ, ଦଳ, ଅସନ୍ତୁଷ୍ଟକୁ ନେଇ ଅଙ୍କକଷା

ଜଗତ୍‌ସିଂହପୁର ଅଫିସ,୧୧ା୨: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ୪ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଏହି ଜୋନର ଜିଲା ପରିଷଦ ସଭ୍ୟା...

ମହାନଦୀ ପୋଲକୁ ବିପଦ ଭାରିଯାନ: ଅଟକି ରହୁଛି ଶତାଧିକ ଟ୍ରକ

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ଚଣ୍ଡିଖୋଲ ୫ନଂ (କ) ଜାତୀୟ ରାଜପଥର ଭୂତମୁଣ୍ଡାଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଛି ଏକ ବୃହତ ପୋଲ। ୯୭୦ ମିଟର ଲମ୍ବ ବିଶିଷ୍ଟ ଏହି...

ପାଟଣା ରେଞ୍ଜରେ ଗଜରାଜଙ୍କ ଆତଙ୍କରାଜ

ପାଟଣା,୧୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୫ ଦିନ ହେବ ଗଜରାଜଙ୍କ ଆତଙ୍କରାଜ ଜାରି ରହିଛି। ସୋମବାର ବିଳମ୍ବିତ ରାତିରେ ୨୬ ଟିକିଆ ବଣୁଆ...

ଚାଷୀଙ୍କ ସମସ୍ୟା ସମାଧାନ ଦାବି: ଗଞ୍ଜାମ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୧୦।୬(ଡି.ଏନ୍‌.ଏ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ବୁଧବାର...

ହଳଦୀପଦା ଷ୍ଟେଶନରେ ରେଳରୋକୋ

ରୂପ୍‌ସା,୯ା୫(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ସୋମବାର ହଳଦୀପଦା ରେଳ ଷ୍ଟେଶନରେ ସକାଳ ୬ରୁ ରେଳରୋକୋ କରାଯାଇଛି। ମୁଖ୍ୟତଃ ଏହି ଷ୍ଟେଶନରେ...

ସକାଳେ ଫେରାର, ସନ୍ଧ୍ୟାରେ ଫେରିଲେ

ରାଜଗାଙ୍ଗପୁର,୩।୫: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌର ପରିଷଦ ପକ୍ଷରୁ ସହରର କମ୍ୟୁନିଟି ସେଣ୍ଟରରେ କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଛି। ସୋମବାର ସକାଳେ ଏହି କ୍ୱାରେନଣ୍ଟାଇନ ସେଣ୍ଟରରୁ ୧୧ଜଣ...

Advertisement
Archives

Model This Week