ସମ୍ବଲପୁର

ସମ୍ବଲପୁରରେ ପୁଣି ନିଷିଦ୍ଧ କଫ୍‌ସିରପ୍‌ ଜବତ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୨୦ା୧୧: ସମ୍ବଲପୁରରେ ପୁଣି ବିପୁଳ ପରିମାଣର ନିଷିଦ୍ଧ କଫ୍‌ସିରପ ଜବତ ହୋଇଛି। ଗତ ୧୭ ତାରିଖରେ ସଦରଥାନା ପୋଲିସ ଦ୍ବାରା ୧୦୦ ମିଲିମିଟର ବିଶିଷ୍ଟ ୨୨୭୨ଟି ଓ୍ବିନ୍ସିରେକ୍ସ କଫ୍‌ସିରପ୍‌ ଜବତ ହୋଇଥିବାବେଳେ ଏ ସଂକ୍ରାନ୍ତରେ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର…

ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍‌ପେଣ୍ଡ

ନାକଟିଦେଉଳ,୧୯ା୧୧(ବୈକୁଣ୍ଠନାଥ ସାହୁ):ବାର୍‌ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍‌ ତାର। ଏହି ଫାଶରେ ପଡ଼ି ୩ଟି ହାତୀଙ୍କର ଯାଇଛି ଜୀବନ। ସେଥିରେ ରହିଛନ୍ତି ଗୋଟିଏ ଶାବକ ସହ ୨ଟି ମାଈ ହାତୀ। ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ସମ୍ବଲପୁର…

ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି

ରେଢାଖୋଲ ୧୯।୧୧(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ଜୋନ-୨ ନମ୍ବର ଜିଲାପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଦୁର୍ବ୍ୟବହା କରିବା ଘଟଣା ମହଙ୍ଗା ପଡିଛି। ରାଜସ୍ବ ମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ ସମ୍ବଲପୁର ଜିଲାପାଳଙ୍କୁ ନିର୍ଦ୍ଧେଶ ପରେ ଗୋଟିଏ ଦିନରେ ତଦନ୍ତ…

କରେଣ୍ଟ ଲାଗି ଜଙ୍ଗଲରେ ଚାଲିଗଲା ୩ ହାତୀଙ୍କ ଜୀବନ

ରେଢ଼ାଖୋଲ,୧୮ା୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ଜଙ୍ଗଲରୁ ୩ଟି ହାତୀର ମୃତଦେହ ଜବତ ହୋଇଛି। ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରୁ ୩ଟି ହାତୀ ମଧ୍ୟରେ ୨ଟି ବଡ଼ ଏବଂ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ ମୃତ୍ୟୁ…

୨୮ ବାଇକ୍‌ ଚୋରି କରି ଜଙ୍ଗଲରେ ରଖିଥିଲେ, ଚଢ଼ାଉ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର୧୭ା୧୧(ପ୍ରମୋଦ ବହିଦାର): ଜଙ୍ଗଲ ମଧ୍ୟରେ ୨୮ ଚୋରା ବାଇକ୍‌କୁ ବିକ୍ରି ପାଇଁ ଲୁଚାଇ ରଖିଥିବାବେଳେ ଅଇଁଠାପାଲି ପୋଲିସ ଜବତ କରିଛି। ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଜାରଙ୍ଗ ଜଙ୍ଗଲରୁ ବାଇକ୍‌ଗୁଡ଼ିକ ଜବତ କରାଯାଇଛି। ଏହି ଘଟଣାରେ ସୋନପୁର ବୀରମହାରାଜପୁରର ରାମକୁମାର…

ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ଅମିନଙ୍କୁ ନିଲମ୍ବନ କଲେ ଜିଲାପାଳ

ରେଢ଼ାଖୋଲ,୧୬ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଜୋନ୍‌-୨ର ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାଏକ ଦୁର୍ବ୍ୟବହାର କରି କାର୍ଯ୍ୟାଳୟରୁ ବାହାର କରିଦେବା ଘଟଣାରେ ଜିଲାପାଳ ଅମିନଙ୍କୁ ନିଲମ୍ବନ କରିଛନ୍ତି। ତେବେ ତହସିଲଦାରଙ୍କ…

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କୁଚିଣ୍ଡା,୧୫।୧୧: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ସାନଦୁମେରମୁଣ୍ଡା ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପଶି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ…

ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌: ଜୟନାରାୟଣ

ସମ୍ବଲପୁର,୧୫।୧୧(ଭବାନୀ ଶଙ୍କର ଭୋଇ)\:ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌ । କେସ୍‌, ମୋ ପାଇଁ କେସ୍‌ ଗୋଟେ ଉପହାର ସଦୃଶ ା ବିଜେଡି ସରକାର ମୋତେ ନିର୍ଯାତନା ଦେବା ପାଇଁ କେସ୍‌ ଦେଉଥିଲା। ବିରୋଧୀ ଦଳରେ ରହିଲେ କେସ୍‌ ହେବ।…

ଜୟନାରାୟଣଙ୍କ ଆଗୁଆ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର/ସମ୍ବଲପୁର,୧୪ା୧୧: ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ କୋର୍ଟରେ ଆଗୁଆ ଜାମିନ ନିବେଦନ କରିଥିଲେ। ତେବେ ପ୍ରଥମେ ମାନ୍ୟବର ହାଇକୋର୍ଟ ଜୟନାରାୟଣଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ।ପରେ…

ଏକାଠି ହେଉଛନ୍ତି ରାଜା, ରାଣୀ

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ନୂଆପଡ଼ା ଜଙ୍ଗଲରୁ ୨୦୨୩ ନଭେମ୍ବର ୫ତାରିଖରେ ଧରା ହୋଇଥିବା ମଣିଷଖିଆ କଲରାପତରିଆ ଅଣ୍ଡିରା ବାଘ(ରାଜା)କୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ(ଡିଅର ପାର୍କ)ରେ ଥିବା ମାଈ କଲରାପତରିଆ(ରାଣୀ) ବାଘ ସହ ଶନିବାର ଛଡ଼ାଯାଇଛି। ଏଠାରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ପ୍ରଶସ୍ତ…

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଠେଲ୍‌କୋପଡ଼ାରେ ଶନିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ୪ରୁ ୫ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଝଗଡ଼ାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ…

ଶୋଇଥିବାବେଳେ ଜିଅନ୍ତା ଜଳିଗଲେ ମା-ଝିଅ, ବାପ-ପୁଅ ଗିରଫ

ସମ୍ବଲପୁର,୭ା୧୧(ପ୍ରମୋଦ ବହିଦାର): ଘରେ ଶୋଇଥିବାବେଳେ ନିଆଁ ଲାଗି ମା’-ଝିଅ ଜିଅନ୍ତା ଜଳିଯିବା ଘଟଣାରେ ସଦରଥାନା ପୋଲିସ ଗୁରବାର ବାପ ଓ ପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ମୃତା ମହିଳା ସ୍ନେହଲତା ଦୀକ୍ଷିତଙ୍କ ପୁତ୍ର ଜଗନ୍ନାଥ (୫୮) ଓ ନାତି (ଜଗନ୍ନାଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?