ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌: ଜୟନାରାୟଣ

ସମ୍ବଲପୁର,୧୫।୧୧(ଭବାନୀ ଶଙ୍କର ଭୋଇ)\:ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍‌ । କେସ୍‌, ମୋ ପାଇଁ କେସ୍‌ ଗୋଟେ ଉପହାର ସଦୃଶ ା ବିଜେଡି ସରକାର ମୋତେ ନିର୍ଯାତନା ଦେବା ପାଇଁ କେସ୍‌ ଦେଉଥିଲା। ବିରୋଧୀ ଦଳରେ ରହିଲେ କେସ୍‌ ହେବ। ଯାହା ନାମରେ କେସ୍‌ ନାହିଁ ସେ ରାଜନୀତି କରିବା ପାଇଁ ଅନଫିଟ୍‌। ବିରୋଧୀ ଦଳରେ ଥିବା ସମୟରେ ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିଲି, ରାଜ୍ୟ ସରକାରକୁ ଘେରୁଥିଲି। ରାଜନୈତିକ ଆନ୍ଦୋଳନ କଲେ ବି ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରି ମୋ ନାମରେ ମାମଲା ରୁଜୁ କରୁଥିଲା। ସେଥିପାଇଁ ମୋ ନାମରେ କେଉଁଠି କ’ଣ ମାମଲା ଅଛି ମୁଁ ତା’ର ହିସାବ ରଖିନାହିଁ। ପୋଲିସ ତତ୍କାଳୀନ ସରକାର ଚାପରେ ମୋ ନାମରେ କେସ୍‌ କରୁଥିଲା ।
ସେଥିପାଇଁ ମୁଁ ଆଦୌ ଚିନ୍ତିତ ନୁହେଁ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
ଗୁରୁବାର ସମ୍ବଲପୁର ଭାଜପା କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ସୁପ୍ରିମ କୋର୍ଟରେ ଆଗୁଆ ଜାମିନ୍‌ ଖାରଜ ହୋଇଥିବା ନେଇ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ହେଲେ ସେହି ବିଷୟରେ ସେ କିଛି ସୂଚନା ପାଇନହାନ୍ତି ବୋଲି କହିଥିଲେ। ଏହାପରେ ଗଣମାଧ୍ୟମ କେଉଁ କେସ୍‌ର ଆବେଦନ ଖାରଜ ହୋଇଛି ବୋଲି ପ୍ରଶ୍ନ କରିବାରୁ ତାଙ୍କ ନାମରେ ୭୨ ମାମଲା ରହିଥିବାରୁ କେଉଁ କେସ୍‌ କେଉଁ କୋର୍ଟରେ ଚାଲିଛି ସେ ନିଜେ ଜାଣନ୍ତି ନାହିଁ ବୋଲି କହିଥିଲେ। ଅନେକ କେସ୍‌ ଖାରଜ ହୋଇସାରିଛି ଏବଂ ବାକି ସବୁ ମଧ୍ୟ ୨- ୩ ମାସରେ ଖାରଜ ହୋଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସୁପ୍ରିମକୋର୍ଟରେ ଅଗ୍ରିମ ଜାମିନ ଆବେଦନ ଖାରଜ ହୋଇଥିବାରୁ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସୁଯୋଗ ମିଳିବା ନେଇ ଆଶଙ୍କା ରହିଛି କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ସେ ମନ୍ତ୍ରୀ ହେବା ପାଇଁ ଲାଳାୟିତ ନ ଥିବା କହିଥିଲେ। ପୁନଶ୍ଚ କେସ୍‌ ସହିତ ମନ୍ତ୍ରିମଣ୍ଡଳରେ ସାମିଲ ହେବାର କୌଣସି ସମ୍ପର୍କ ନ ଥିବା ସେ କହିଥିଲେ। ରାଜନେତାମାନଙ୍କ ବ୍ୟବହାର ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା କଥା। ତେଣୁ ମହିଳା ପୋଲିସ ଉପରେ ଆକ୍ରମଣ ଘଟଣାକୁ କିଭଳି ଦେଖୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଜୟନାରାୟଣ କହିଥିଲେ, ଜଣେ ପୋଲିସ ମୋ ଗୋଡ଼କୁ ଜୋତାରେ ମାଡ଼ିଦେବ, ମୁଁ ତାକୁ ଧକ୍କା ନ ଦେଇ କ’ଣ ଅପେକ୍ଷା କରିବି ବୋଲି ସେ ପ୍ରଶ୍ନ କରିଥିଲେ। ଯଦି ପୋଲିସ ଜନସାଧାରଣଙ୍କୁ ବାଡ଼େଇବ, ତେବେ ଜନସାଧାରଣ ପୋଲିସକୁ ଗୋଡ଼େଇ ବାଡ଼େଇବା କଥା। ରାଜନୈତିକ ନେତାଙ୍କ ଭାବମୂର୍ତ୍ତି ତାଙ୍କ କାମକୁ ନେଇ ହୋଇଥାଏ। ସେ ଲୋକଙ୍କ ପାଇଁ କାମ କରୁଛନ୍ତି। ତେଣୁ କେସ୍‌ ମକଦ୍ଦମାକୁ ନେଇ ଖାତିର କରନ୍ତି ନାହିଁ ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?