ସମ୍ବଲପୁରରେ ପୁଣି ନିଷିଦ୍ଧ କଫ୍‌ସିରପ୍‌ ଜବତ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୨୦ା୧୧: ସମ୍ବଲପୁରରେ ପୁଣି ବିପୁଳ ପରିମାଣର ନିଷିଦ୍ଧ କଫ୍‌ସିରପ ଜବତ ହୋଇଛି। ଗତ ୧୭ ତାରିଖରେ ସଦରଥାନା ପୋଲିସ ଦ୍ବାରା ୧୦୦ ମିଲିମିଟର ବିଶିଷ୍ଟ ୨୨୭୨ଟି ଓ୍ବିନ୍ସିରେକ୍ସ କଫ୍‌ସିରପ୍‌ ଜବତ ହୋଇଥିବାବେଳେ ଏ ସଂକ୍ରାନ୍ତରେ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ମାତ୍ର ୩ ଦିନ ପରେ ହୀରାକୁଦ ଥାନା ପୋଲିସ ଦ୍ୱାରା ବୁଧବାର ପୁଣି ୨୪୦୦ ନିଷିଦ୍ଧ କଫ୍‌ସିରପ୍‌ ଜବତ କରିଛି। ଏହାସହ ଏଥିରେ ସମ୍ପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବୁଧବାର ଅପରାହ୍ନରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌ଙ୍କ ଉପସ୍ଥିତିରେ ଏନେଇ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି।

ସୂଚନାନୁସାରେ, କୋଲକାତାରୁ ଭୁବନେଶ୍ବର ଦେଇ ବରଗଡ଼ ପଠାଇବା ପାଇଁ ବିପୁଳ ମାତ୍ରାରେ ନିଷିଦ୍ଧ କଫ୍‌ସିରପ୍‌ ସମ୍ବଲପୁରକୁ ଚୋରାଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ହୀରାକୁଦ ଥାନା ପୋଲିସ ହୀରାକୁଦ ଭଙ୍ଗାମୁଣ୍ଡାସ୍ଥିତ ତିଓ୍ବାରୀ ଢାବାରେ ଅତର୍କିତ ଚଢ଼ାଉ କରି କଫ୍‌ସିରପ୍‌ ଜବତ କରିବା ସହ ଚୋରାଚାଲାଣରେ ସାମିଲ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ସେହିପରି ନିଷିଦ୍ଧ କଫ୍‌ସିରପ୍‌ ଚୋରାଚାଲାଣରେ ବ୍ୟବହୃତ ଦୁଇଟି ପିକ୍‌ଅପ୍‌ ସହ ଗୋଟିଏ ସ୍କୁଟିକୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। ତେବେ ସମ୍ବଲପୁରକୁ ନିଷିଦ୍ଧ କଫ୍‌ସିରପ୍‌ ଓ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ ସମ୍ବଲପୁର ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌। ସେ କହିଛନ୍ତି, ଏହି ଅଭିଯାନ ଆଜି ନଭେମ୍ବର ୨୦ରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରରୁ ନିଶା କାରବାରର ବିଶେଷକରି ନିଷିଦ୍ଧ କଫ୍‌ସିରପ୍‌ର ମୂଳୋତ୍ପାଟନ ପାଇଁ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।

ସେହିପରି ବିଭିନ୍ନ ବର୍ଗର ଲୋକଙ୍କୁ ନେଇ କମିଟି ଗଠନ କରାଯାଇ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଯିବ। ସେହିପରି ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସମ୍ବଲପୁରକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଡ୍ରଗ୍ସ ନିବାରଣ ସ୍ବତନ୍ତ୍ର ଅଭିଯାନର ସଫଳତାରେ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?