ସମ୍ବଲପୁର

ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ

କୁଚିଣ୍ଡା,୧୮ା୬(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଜଣେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ଗିରଫ ଯୁବକଙ୍କ ମଧ୍ୟରୁ କୁଚିଣ୍ଡା ଏନ୍‌ଏସି ୪ ନମ୍ବର ୱାର୍ଡର…

ପୋଖରୀରେ ଫସିରହିଛି ଆହତ ଦନ୍ତା

ସମ୍ବଲପୁର/ପଡିଆବାହାଲ, ୧୮ା୬(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ବନଖଣ୍ଡରେ ପ୍ରାୟ ୨୦ଦିନ ହେଲା ଆହତ ହୋଇ ବୁଲୁଥିବା ଏକ ଦନ୍ତାହାତୀ ଶୁକ୍ରବାର ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ଫସିରହିଥିବା ଦେଖିବାକୁ ମିଳିଥିଲା। ଦନ୍ତାର ଗୋଡ଼ରେ କ୍ଷତ ରହିଥିବାରୁ ଏହା ଫୁଲିଯାଇଛି। କୌତୁହଳବଶତଃ ହାତୀ…

ପ୍ରେମିକାଙ୍କ ଘର ପଛରୁ ମିଳିଲା ପ୍ରେମିକଙ୍କ ମୃତଦେହ

ସମ୍ବଲପୁର,୧୬ା୬(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁନ ୧୯ରେ ବିବାହ ସ୍ଥିର ହୋଇଥିବା ବେଳେ ଏହାର ଦୁଇଦିନ ପୂର୍ବରୁ ଗୁରୁବାର ପ୍ରେମିକ ଅଶୋକ ସାହୁ(୩୨)ଙ୍କ ମୃତଦେହ ପ୍ରେମିକାଙ୍କ ଘର ବାରିପଟୁ ପୋଲିସ ଜବତ…

କୂଅରେ ପଡ଼ିଥିବା ଚିତା ଉଦ୍ଧାର

ରେଢ଼ାଖୋଲ, ୮।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧୀନ ସାନ ହିଣ୍ଡୋଲ-ମୂଷାକଟା ରାସ୍ତାରେ ଥିବା ଏକ ପରିତ୍ୟକ୍ତ କୂଅରେ ମଙ୍ଗଳବାର ରାତିରେ ଏକ ଚିତାବାଘ ପଡ଼ିଯାଇଥିଲା। ବାଘଟିକୁ ବୁଧବାର ସକାଳେ ବନବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ…

ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି

ସମ୍ବଲପୁର,୬ା୬(ବ୍ୟୁରୋ): ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସୋମବାର ହେଉଛି ଶେଷ ଦିନ। ଦେବ ଦମ୍ପତିଙ୍କ ବିବାହ ପରେ ଆଜି ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିବ। ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ…

ଡିକି ଭାଙ୍ଗି ନେଇଗଲେ ଟଙ୍କା

ଜମନକିରା,୩ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବସ୍‌ଷ୍ଟାଣ୍ଡ ନିକଟରୁ ଏକ ବାଇକ୍‌ ଡିକି ଭାଙ୍ଗି ଜଣେ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ମୁତାବକ, ଲାଡଙ୍ଗପାଲି ଗ୍ରାମର ଖତୁ ବାଗ ନାତି ରମାକାନ୍ତ ବାଗଙ୍କ ସହ ଜମନକିରା କୋଅପରେଟିଭ…

ବରଯାତ୍ରୀ ନେଇ ବାହାରିବେ ମହାଦେବ, ମାହେନ୍ଦ୍ରବେଳାରେ ପଡିବ ହାତଗଣ୍ଠି

ସମ୍ବଲପୁର,୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହ ଉତ୍ସବ ଚାଲିଛି। ଶନିବାର ରାତ୍ରିରେ ଭକ୍ତଙ୍କ କାନ୍ଧରେ ଦେବ ଦେବ ମହାଦେବ ବରଯାତ୍ରୀ ବାହାରିବେ। ମାହେନ୍ଦ୍ରବେଳାରେ ଦେବଦମ୍ପତିଙ୍କ ବିବାହ ହେବାକୁ ଲଗ୍ନ ଧାର୍ଯ୍ୟ ହୋଇଛି। ବିବାହରେ ସାମିଲ ହେବାକୁ ଦେବଦେବୀଙ୍କୁ…

ମାଲିକଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ

ସମ୍ବଲପୁର,୩ା୬(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନର ଏକ ଦୋକାନରୁ ଶୁକ୍ରବାର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କ ହାତଗୋଡ ବାନ୍ଧି ଡକାୟତି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଛାନଭିନ ଆରମ୍ଭ କରିଛି। ସୂଚନା ଅନୁସାରେ ଅପରାହ୍ନରେ ପ୍ରାୟ ୬ରୁ…

ଦେବଦମ୍ପତିଙ୍କ ବିବାହ ଆଜି

ସମ୍ବଲପୁର,୪ା୬ (ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ଧୁମ୍‌ଧାମରେ ପାଳନ ହେଉଛି। ମାତା ପାର୍ବତୀ ଓ ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହରେ ସାକ୍ଷୀ ହେବାକୁ ସାକ୍ଷୀ ଗୋପୀନାଥ ଶୁକ୍ରବାର ନନ୍ଦପଡାରେ ପହଞ୍ଚତ୍ଥିଲେ। ସାକ୍ଷୀପଡା ଗୋପୀନାଥ ମନ୍ଦିରରୁ ଠାକୁର ସନ୍ଧ୍ୟାରେ ବାହାରି ନଗର…

ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ। ତଦନୁଯାୟୀ ସକାଳ ୬ଟାରୁ ଭକ୍ତମାନେ ମା’ଙ୍କ…

ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ କର୍ମଚାରୀ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ସହରର କାଇଁସିରଠାରେ ଥିବା ଏକ ବେଆଇନ ଗ୍ୟାସ ଗୋଦାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଜୀବନ୍ତ ଜଳିଯାଇ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ରାଜା ରଣବୀରା। କାଇଁସିର ସ୍ଥିତ ମା’…

ବଳାତ୍କାର କରି ବ୍ଲାକମେଲିଂ କରୁଥିଲେ

କୁଚିଣ୍ଡା,୨୮ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୨୦ ଲକ୍‌ଡାଉନ ସମୟରେ ଟ୍ୟୁଶନରୁ ଫେରିବା ବାଟରେ କିରାଶାସନ ଗ୍ରାମର ବାଦଲ ମିଞ୍ଜ ଓ ନାରେନ ମାଝି ଟେକିନେଇ ବଳାତ୍କାର କରି ଏହାର ଭିଡିଓ ଉତ୍ତୋଳନ କରିଥିଲେ। ସେହିଦିନରୁ ଅଭିଯୁକ୍ତଦ୍ୱୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?