ରାୟଗଡା

ନିଷ୍କାସନ ହୋଇପାରୁନି ବର୍ଷାଜଳ : ଡ୍ରେନ୍‌ ନିର୍ମାଣ ଦାବି କଲେ ଅଞ୍ଚଳବାସୀ

ମାଲକାନଗିରି,୩୦ା୬(ସ୍ବ.ପ୍ର.) : ମାଲକାନଗିରି ଜିଲା ସଦର ମହକୁମା ପୌରପରିଷଦ ଅଞ୍ଚଳର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତାର ପରିମଳ ବ୍ୟବସ୍ଥା ବିଗିଡ଼ିଛି। ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇବା ସହ ଡ୍ରେନ୍‌ ନିର୍ମାଣ ଦାବି ହୋଇଛି। ବିଶେଷକରି…

୧୦ ଟଙ୍କିଆ କଏନ୍‌ ଚଳୁ ନ ଥିବା ଗୁଜବ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଭବାନୀପାଟଣାରେ ଦଶ ଟଙ୍କିଆ କଏନ୍‌ ଚଳୁ ନାହିଁ ବୋଲି ମିଥ୍ୟା ପ୍ରଚାର କରାଯାଉଛି। ଏପରି ଗୁଜବ ଯୋଗୁ କୌଣସି ଦୋକାନୀ ଆଉ କଏନ୍‌ ରଖୁନାହାନ୍ତି। ଫଳରେ ଗ୍ରାହକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅପପ୍ରଚାର…

ଦୁଇ ଗ୍ରାମବାସୀଙ୍କୁ ଅପହରଣ: ଇନ୍‌ଫର୍ମର ସନ୍ଦେହରେ ଉଠାଇନେଲେ ମାଓବାଦୀ

ମାଲକାନଗିରି,୩୦।୬(ସ୍ବ.ପ୍ର.): ମାଲକାନଗିରି ଜିଲା କୁକୁରକୁଣ୍ଡର ଦୁଇ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗୁଜା କବାସୀ ଓ ଉଙ୍ଗା କାଲମାଳି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ସେମାନଙ୍କୁ ମାଓବାଦୀ ଉଠାଇ ନେଇଥିବା କୁହାଯାଉଛି।

୨ ପିଲାଙ୍କୁ ବିଷଦେଇ ମା’ଙ୍କ ଆତ୍ମହତ୍ୟା: ଝିଅ,ପୁଅ ଗୁରୁତର

ମାଲକାନଗିରି, ୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୌଡଗୁଡ଼ା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ତାଙ୍କର ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗ୍ରାମର ସୀତା ମାଡ଼କାମୀ । ଦୁଇମାସ ତଳେ…

ମାଲକାନଗିରି ପରେ ଏବେ ଏସ୍‌ସିବି: ଟିକ୍‌ଟକ୍‌ରେ ମାତିଛନ୍ତି ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

କଟକ ଅଫିସ, ୨୮।୬: ମାଲକାନଗିରି ପରେ କଟକ ଏସ୍‌ସିବି ମେଡିକାଲରେ ସମାନ ଅବସ୍ଥା। ପୂର୍ବରୁ ଅସହାୟ ରୋଗୀମାନେ ବିିଭିନ୍ନ ସମୟରେ ଚିକିତ୍ସା ନ ପାଇଁ ମୃତ୍ୟୁବରଣ କରୁଥିବା ଖବର ଏସ୍‌ସିବି ମେଡିକାଲକୁ ଯଥେଷ୍ଟ ବଦନାମ କରିଛି। ଏବେ ଅସହାୟ ରୋଗୀଙ୍କ ସେବାରେ…

ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଅଗ୍ନିକାଣ୍ଡ: ଜଳିଗଲା ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ

ମାଲକାନଗିରି, ୨୮।୬(ସ୍ବ.ପ୍ର.): ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଫିସ ପରିସରରେ ମୋଟରସାଇକେଲ ଥିବାବେଳେ ନିକଟରେ ଥିବା ଏକ ଜଳଖିଆ ଦୋକାନରୁ ଗ୍ୟାସ୍‌ ଲିକ୍‌ହୋଇ ହଠାତ୍‌…

ପେପର ମିଲ୍‌ ଉପରେ ୧୫୦୦ କୋଟିର ବକେୟା

ଜୟପୁର,୨୮।୬ : କୋରାପୁଟ ଜିଲା ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଲାଗିରହିଥିବା ଅଚଳାବସ୍ଥା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ପେପର ମିଲ୍‌ ଉପରେ ବିଭିନ୍ନ ବାବଦକୁ ପ୍ରାୟ…

ଏସ୍‌ଏନ୍‌ସିୟୁରେ ନର୍ସଙ୍କ ଟିକ୍‌ଟକ ମାନିଆ: ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ମାଲକାନଗିରି, ୨୭।୬(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ୍‌ରେ କାର୍ଯ୍ୟରତ ନର୍ସମାନେ ଟିକ୍‌ଟକ କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଭାଇରାଲ ଭିଡ଼ିଓରେ ଥିବା…

ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ ତାଙ୍କ ଦେହାନ୍ତ ହୋଇଛି। ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା…

ଆରଡି ରାସ୍ତା ନିର୍ମାଣକୁ ବିରୋଧକରି ଦାବିପତ୍ର ଦେଲେ ଚାଷୀ

ଜୟପୁର,୨୬ା୬(ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ଟାଙ୍କୁଆ ପଞ୍ଚାୟତ କେନାଲ ରାସ୍ତା ଉପରେ ଆରଡି ରାସ୍ତା ନିର୍ମାଣକୁ ଚାଷୀମାନେ ବିରୋଧ କରିଛନ୍ତି । ଉକ୍ତ ରାସ୍ତା ଜଗନ୍ନାଥପୁଟ-କୁସୁମପୁଟ ନାମରେ ନାମିତ ହୋଇ କାର୍ଯ୍ୟ ଚାଲୁଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀ ତୁରନ୍ତ ସେଥିରେ ହସ୍ତକ୍ଷେପ କରି…

ପ୍ରାକ୍ଟିକାଲରେ କମ୍‌ ମାର୍କ ପାଇଁ କଲେଜ ଘେରିଲେ ଛାତ୍ରୀ

ଜୟପୁର,୨୬ା୬(ନି.ପ୍ର./ଡି.ଏନ୍‌.ଏ.): ଥିଓରିରେ ୮୦ ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀଙ୍କୁ ଗୃହ ବିଜ୍ଞାନର ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ମିଳିଛି। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଏଭଳି ବ୍ୟତିକ୍ରମ ଛାତ୍ରୀମାନଙ୍କୁ ଅସନ୍ତୁଷ୍ଟ କରିଛି। ବୁଧବାର ସେମାନେ କଲେଜ ଘେରାଉ କରି ଅଧ୍ୟକ୍ଷାଙ୍କୁ…

ବେତାର ନାଟକ ବିଭାଗ: ଶିଶୁ କଳାକାର ଅନୁଷ୍କା ମନୋନୀତ

ଝରିଗାଁ,୨୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଉମରକୋଟସ୍ଥିତ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ସାଇ ଅନୁଷ୍କା ମହାରଣା ଆକାଶବାଣୀ ଜୟପୁର ଦ୍ୱାରା ଆୟୋଜିତ ବେତାର ନାଟକ ବିଭାଗ ପାଇଁ ବି ଗ୍ରେଡ୍‌ ଶିଶୁ କଳାକାର ଭାବେ ମନୋନୀତ ହୋଇଛନ୍ତି। ଜିଲାର ଅଗ୍ରଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?