ଘର ପାଇଁ ୭ ବର୍ଷ ହେଲା ପ୍ରଶାସନ ନିକଟକୁ ଦୌଡୁଛନ୍ତି ବୃଦ୍ଧ

ନବରଙ୍ଗପୁର,୨୩।୭(ବି.ପ୍ର.)- ୭ ବର୍ଷ ତଳେ ନିଆଁ ଲାଗି ଘର ଜଳିଗଲା। ଯେଉଁ ଭଙ୍ଗା ଦଦରା ଘର ଖଣ୍ଡେ ଥିଲା ତାହା ବର୍ଷାରେ ଭାଙ୍ଗିଗଲା। ଘର ଖଣ୍ଡିଏ ପାଇଁ ତତ୍କାଳୀନ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁର ବୃଦ୍ଧ ଦୁର୍ଯ୍ୟୋଧନ ଭତ୍ରା। ଜିଲାପାଳ ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ଯାଏ ଆସି ପାରିଲାନି ତଦନ୍ତ ରିପୋର୍ଟ। ୭ ବର୍ଷ ବିତିଯାଇଥିଲେ ମଧ୍ୟ ବୃଦ୍ଧଙ୍କୁ ଏ ଯାଏ ଘର ଖଣ୍ଡିଏ ମିଳି ପାରି ନାହିଁ। ଘର ନ ଥିବାରୁ ଅନ୍ୟ ଲୋକଙ୍କ ବାରଣ୍ଡାରେ ବିତୁଛି ବୃଦ୍ଧ ଦୁର୍ଯ୍ୟୋଧନଙ୍କ ଜୀବନ।
୨୦୧୨ ମସିହାରେ ନିଆଁ ଲାଗି ଦୁର୍ଯ୍ୟୋଧନଙ୍କ ଘର ପୋଡିଯାଇଥିଲା। ସେତେବେଳେ ଘରପୋଡି ସହାୟତା କିଛି ବି ମିଳି ନ ଥିଲା। ଭଙ୍ଗା ଘରେ ସ୍ତ୍ରୀ ସହ ଦୁର୍ଯ୍ୟୋଧନ ଆଶ୍ରୟ ନେଇଥିଲେ। ବର୍ଷାରେ ଘର ଖଣ୍ଡିକ ଭାଙ୍ଗିଗଲା ା ରହିବାକୁ ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଅନ୍ୟ ଘର ବାରଣ୍ଡାରେ ରହି ଆସୁଛନ୍ତି। ଘର ଖଣ୍ଡିଏ ପାଇଁ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ା କାହାର ବଦାନ୍ୟତା ନଥିବାରୁ ଦୁର୍ଦ୍ଦିନରେ ଜୀବନ କଟୁଛି ବୋଲି ସେ କହିଛନ୍ତିି ା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦୧୨ ଅକ୍ଟୋବର ୩୦ ତାରିଖରେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଘର ପାଇଁ ଜଣାଇଥିଲେ। ଦରଖାସ୍ତ ସଂଖ୍ୟା ନଂ ୨୧୮୦ ରହିଥିଲା ା ଜିଲାପାଳ ନନ୍ଦାହାଣ୍ଡି ତହସିଲଦାରଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ତଦନ୍ତ ରିପୋର୍ଟ ଆସିଲାନାହିଁ ା ଘର ଖଣ୍ଡେ ତିଆରି କରିବା ପାଇଁ ତାଙ୍କର ସମ୍ବଳ ନାହିଁ ା ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିଲା ନାହିଁ ା ଗୋଟିଏ ଆଖି ଦୃଷ୍ଟି ବାଧିତ ା ଅନ୍ୟ ଏକ ଆଖି ବୟସାଧିକ ଲାଗି ଦୃଷ୍ଟି ବାଧିତ ରହିଛି ା ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଛି ବୋଲି କହିଛନ୍ତି। ଜଣେ ଗରିବ ଲୋକ ହୋଇଥିବାରୁ ବ୍ଲକ ସଦର ମହକୁମା ଓ ଜିଲା ସଦର ମହକୁମା ଯିବା ଆସିବା କରି ଘର ଖଣ୍ଡିକ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ସାରିଛି ା ଏବେ ପୁଣି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତିି ା ପ୍ରଶାସନ ସହାୟକ ହେଲେ ଆମ ବାର୍ଦ୍ଧକ୍ୟ ଜୀବନ ସୁଖମୟ ହୋଇ ପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri