ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ

ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା ଜିଲାରେ ଏହି ଭଳି କ୍ଷୁଦ୍ର ଉଦ୍ୟୋଗ ଗଢି ଉଠିଛି । ଏଗୁଡିକରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ବିଭାଗ ପକ୍ଷରୁ ଏହାର ଗୁଣବତ୍ତା ଯାଞ୍ଚ କରାଯାଉ ନାହିଁ। ଏଭଳି ନିମ୍ନମାନର ଖାଦ୍ୟ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଟାଣି ଆଣୁଛି। ନିକଟରେ ଚନ୍ଦାହାଣ୍ଡିଠାରେ ସେବାଶ୍ରମରେ ବିସ୍କୁଟ ଖାଇ ୨୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିଲେ। ତଥାପି ପ୍ରଶାସନର ଏଥିପ୍ରତି ନିଘା ନାହିଁ । ପ୍ରଶାସନ ସଜାଗ ନ ହେଲେ ଫୁଡ ପଏଜନିଂ ଭଳି ବିପଦ ଆଗକୁ ଆସିବା ଆଶଙ୍କା ଏଡାଇ ଦିଆଯାଇ ନ ପାରେ।
ନବରଙ୍ଗପୁର ଜିଲାର ଗ୍ରାମାଞ୍ଚଳରେ କ୍ଷୁଦ୍ର ଉଦ୍ୟୋଗଗୁଡିକରେ ଖଡୁ, ଲଡୁ, ମିକ୍ସଚର ସେଓ ଆଦି ନିମ୍ନମାନର ତେଲ, ବେସନ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ କରାଯାଉଛି । ଆଇଏସଆଇ ମାର୍କ ନଥିବା ତେଲରେ ବିଭିନ୍ନ ସାମଗ୍ରୀ ଛଣାଯାଉଛି । ଏପରିକି ଖାଦ୍ୟ ପ୍ରସ୍ତୁତ ପାଇଁ ଉଦ୍ୟୋଗଗୁଡିକ ଲାଇସେନ୍ସ ନାହିଁ । ନିୟୋଜିତ ଶ୍ରମିକ ତଥା ପ୍ରସ୍ତୁତକାରୀମାନେ ହାତରେ ଗ୍ଲୋବସ, ସକ୍ସ, ମାସ୍କ, ଟୋପି ଆଦି କିଛି ବି ବ୍ୟବହାର କରୁ ନାହାନ୍ତି । ଏଥିସହ ଏହାକୁ ପ୍ରସ୍ତୁତ କରିବା ପାଇଁ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି । ତେଲରେ ଛଣାଯିବା ମିକ୍ସଚର, ସେଓ ଆଦି ଅସ୍ବାସ୍ଥ୍ୟକର ଚଟାଣରେ ରଖାଯାଉଛି । ପରେ ପ୍ୟାକେଟ କରାଯାଇ ବଜାରକୁ ଆସୁଛି। ବିଶେଷ କରି ହାଟରେ ଏଭଳି ସାମଗ୍ରୀ ଅଧିକ ବିକ୍ରି ହେଉଛି। ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ସୁରକ୍ଷା(ଫୁଡ ସେଫଟି) ବିଭାଗର ଦୃଷ୍ଟି ଅଢୁଆଳରେ ଏହା ରହି ଯାଉଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଚେତନତାର ଅଭାବ ଓ ନିରକ୍ଷରତା ଲାଗି ଲୋକମାନେ ମଧ୍ୟ ଗୁଣବତ୍ତାକୁ ଯାଞ୍ଚ ନ କରି ଏହାକୁ କିଣି ଖାଉଛନ୍ତି । ଏଥିପ୍ରତି ପ୍ରଶାସନ ଓ ଖାଦ୍ୟ ନିରିକ୍ଷକଙ୍କ ଦୃଷ୍ଟି ପଡୁ ନାହିଁ । ଗ୍ରାମାଞ୍ଚଳରେ ବ୍ୟବସାୟ ସ୍ଥାପନ କରି ଦୀର୍ଘ ଦିନ ହେବ ଏଭଳି ଉଦ୍ୟୋଗ ଗୁଡିକ ସ୍ଥାପନ ହୋଇଛି । କାହାର ସରକାରୀ ଅନୁମତି ରହିଛି ତ ଆଉ କାହାର ଅନୁମତି ନାହିଁ । ସେହିଭଳି ପ୍ରଦୃଷଣ ପ୍ରମାଣ ପତ୍ର ମଧ୍ୟ କାହାରି ପାଖରେ ନାହିଁ । ସେହିଭଳି ନବରଙ୍ଗପୁର ଜିଲାରେ ଅନେକ ହୋଟେଲ ଖୋଲିଛି ।୧୧ଟି ହୋଟେଲର ପ୍ରଦୃଷଣ ପ୍ରମାଣ ପତ୍ର ରହିଛି । ଅନ୍ୟ କାହାରି ନଥିବା ଜଣାପଡିଛି । ଏଥିପ୍ରତି ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁ ନାହିଁ । ଏନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri