କୁନ୍ଦୁରା,୧୯।୧୧(ଡି.ଏନ୍.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ ଥାଇ ଗତ ୩/୪ ବର୍ଷ ହେବ ଶିକୁଳିବନ୍ଧା ଜୀବନ କାଟୁଛନ୍ତି। ପଦ୍ମା ୪ ବର୍ଷ ତଳୁ ମାନସିକ ଅସୁସ୍ଥ ଥାଇ କୁନ୍ଦୁରାର ସାରଗଗୁଡ଼ା ଅଞ୍ଚଳରେ ଏଣେତେଣେ ବୁଲୁଥିଲେ। ଯେତିକି ସମ୍ବଳ ଥିଲା, ସେଥିରେ ଆଖପାଖ ଡାକ୍ତରଖାନାରେ ଚିକିତ୍ସା କଲୁ। କିନ୍ତୁ ଆଉ ପାରିଲୁନି। କେତେବେଳେ କେଉଁ ଅସାମାଜିକ ହାବୁଡ଼ରେ ପଡ଼ିଯିବ, ସେଇ ଆଶଙ୍କାରେ ବାଧ୍ୟହୋଇ ଝିଅକୁ ଶିକୁଳିରେ ବାନ୍ଧି ରଖିଛୁ ବୋଲି କହିଛନ୍ତି ପଦ୍ମାଙ୍କ ମା’ ବୈଦି ପରଜା ଓ ଦାଦା ଭକତ ରାମ ପରଜା। ସେହିଭଳି ବଡ଼ଝିଲିଗାଁର ରାଧା ମଧ୍ୟ ମାନସିକ ଅସୁସ୍ଥ ହୋଇ ପରିବାର ଉପରେ ନିର୍ଭରଶୀଳ ରହିଛନ୍ତି। ୨୦୧୫ରେ ମା’ ବାପା ତାଙ୍କର ବିବାହ ବାଣୁଆଗୁଡ଼ା ପଞ୍ଚାୟତ ମୁଣ୍ଡାରିଗୁଡ଼ା ଗ୍ରାମର କୃଷ୍ଣ ପରଜାଙ୍କ ସହ କରାଇଥିଲେ ା ୨ ବର୍ଷ ସଂସାର କଲାପରେ ହଠାତ୍ ସେ ଘରେ ନ ରହି ବୁଲିବା ଓ ମନକୁ ମନ କହି ହସିବାକୁ ଲାଗିଲେ। ସ୍ବାମୀ ଶ୍ୱଶୁର ଯେତିକି ଚିକିତ୍ସା କରିବା କଥା କଲେ, କିନ୍ତୁ ପରେ ରାଧାଙ୍କୁ ତାଙ୍କ ବାପା ଗୋରା ପରଜାଙ୍କ ପାଖରେ ଛାଡ଼ିଦେଇ ଗଲେ। ଗୋରା ଅଳଙ୍କାର ବିକି ଝିଅର ଯଥାସମ୍ଭବ ଚିକିତ୍ସା କଲେ। କିନ୍ତୁ କିଛି ଫଳ ନ ହେବାରୁ ଝିଅକୁ ଶିକୁଳିରେ ବାନ୍ଧି ରଖିଛନ୍ତି। ରାଧାଙ୍କ ବାପା, ମା’, ଦାଦା ସମସ୍ତେ ଅତି ଗରିବ, କୁଲି ମଜୁରି କରି ଚଳନ୍ତି ା ତେଣୁ ଅଧିକ ଚିକିତ୍ସା ଦେଇାରୁ ନାହାନ୍ତି। ଏନେଇ କୁନ୍ଦୁରା ଭାରପ୍ରାପ୍ତ ବିଡିଓ ମାଧୁରୀ ଆଚାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏଯାବତ୍ ଏହି ଘଟଣା ଆମ ନଜରକୁ ଆସି ନ ଥିଲା ା ସରକାରଙ୍କ ନିୟମାନୁସାରେ ଯାହା ସହାୟତା ଦେଇହେବ ସେ ଦେବେ।
ରାତି ୧୧ଟାରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ମୁରାସୁ’ ୧୨୦ କିମି ବେଗରେ ବହିବ ପବନ, ୫ ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର,୨।୧୧: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମୁରାସୁ’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇଛି। ଆଜି ରାତିରୁ ଆସନ୍ତାକାଲି ଭୋର୍ ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା…
ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା
ଭୁବନେଶ୍ୱର,୨ା୧୧ (ପ୍ରସନଜିତ୍ ସାହୁ): ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ରବିବାର ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତ ନାବାଳକ(୧୭)ଙ୍କୁ କାବୁ କରିଛି। ପୋଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡାର…
ଦୀପାବଳି ପୂର୍ବରୁ କଟକରେ ବଡ଼ଧରଣର ଚଢାଉ: ୪୦ ଲକ୍ଷର ବାଣ ଜବତ
କଟକକ,୨।୧୧: ଦୀପାବଳି ପୂର୍ବରୁ କଟକରେ ବଡ଼ ଧରଣର ଚଢାଉ କରାଯାଇଛି। କମିଶନରେଟ ପୋଲିସ କଟକର ୮ଟି ସ୍ଥାନରେ ଚଢ଼ାଉ କରି ୪୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ…
କଳାହାଣ୍ଡିରେ ଆସନ୍ତାକାଲି ସ୍କୁଲ ଛୁଟି: ବନ୍ଦ ରହିବ ସମସ୍ତ ସ୍କୁଲ…
ଭବାନୀପାଟଣା,୨।୧୧( ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ମଙ୍ଗଳବାର ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଏନେଇ…
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ, ବିପର୍ଯ୍ୟୟ ସମୟରେ…
ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଜିଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି।…
ACF ସୌମ୍ୟ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ସ୍ତ୍ରୀ ବିଦ୍ୟାଭାରତୀ
ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ବିଦ୍ୟାଭାରତୀ…
ଲାଞ୍ଜିଗଡ଼ରେ ହାତୀ ଆତଙ୍କ: ଦଳିଚକଟି ନଷ୍ଟ କଲେ ଏକର ଏକର ଚାଷଜମି
ଲାଞ୍ଜିଗଡ଼,୨ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଉପର କଲାସୁର ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ…
ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା
ଭୁବନେଶ୍ୱର,୨।୧୧: ଆମେ ପରିବେଶ ପ୍ରଦୂଷଣ ବଢ଼ୁଛି ବୋଲି କହୁଛେ। ହେଲେ ପରିବେଶ ସୁରକ୍ଷା ପାଇଁ ଆମେ କେତେ ଉତ୍ତରଦାୟୀ ହେଉଛୁ? ସତରେ ଆମେ ପରିବେଶ ସୁରକ୍ଷା ଦିଗରେ…

