ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ : କୋମ୍ବିଂ ଅପରେଶନ ଜୋରଦାର, ସରକାରୀ ବସ୍‌ ଚଳାଚଳ ବନ୍ଦ

ରାୟଗଡ଼ା ଅଫିସ,୨।୧୨: ମାଓବାଦୀ ସଂଗଠନ ପକ୍ଷରୁ ସୋମବାରଠାରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଥିବା ବେଳେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ବିଶେଷକରି ନିୟମଗିରି ଅଞ୍ଚଳରେ ମାଓବାଦୀ ସଂଗଠନର ଦବ୍‌ଦବା ରହିଥିବାରୁ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ାର ଦୁର୍ଗମ ଡଙ୍ଗରିଆ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୋଇନ୍ଦା ରିପୋର୍ଟ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ପୋଲିସ ଯାନବାହନ ଯାଞ୍ଚ କରୁଥିବା ବେଳେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ସୀମାନ୍ତରେ ସିଆର୍‌ପିଏଫ ଓ ଏସ୍‌ଓଜି ଯବାନଙ୍କୁ ନିୟୋଜିତ କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ସଜାଗ ଥିବା ସୂଚନା ମିଳିଛି ।
ଅନ୍ୟପଟେ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି ଓଏସ୍‌ଆର୍‌ଟିସି ପକ୍ଷରୁ ସମସ୍ତ ସରକାରୀ ବସ୍‌ ଚଳାଚଳକୁ ରବିବାର ମଧ୍ୟରାତ୍ରିରୁ ବନ୍ଦ ରଖାଯାଇଛି। ରାୟଗଡ଼ା ସଦର ମହକୁମାରୁ ୮ଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରହିଛି । କିଛି ଅଞ୍ଚଳରେ ବେସରକାରୀ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

ଯୁଦ୍ଧକୁ ଡେଇଁଲା ଚାଇନା, ଇରାନୀ ଜାହାଜ ଜବତ ଉପରେ ଖୋଲାଖୋଲି ଭାବେ କଲା ମୁକାବିଲା

ଓ୍ବାଶିଂଟନ୍‌,୨୦।୪: ଇରାନ-ଆମେରିକା ବିବାଦର ସମାଧାନ ପାଇଁ ଇସଲାମାବାଦରେ ଆଲୋଚନା ଚାଲିଥିବାବେଳେ, ଇରାନ ନିଶ୍ଚିତ କରିଛି ଯେ ଆମେରିକା ଏହାର ଏକ ବାଣିଜ୍ୟ ଜାହାଜ, ଟୋସ୍କାକୁ ଜବତ କରିଛି।…

ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ…

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଗଞ୍ଜାମ ଜିଲା ପାଇଁ କ୍ରିକେଟ ଖେଳିବେ ଆୟୁଷା, ଘୋଷଣା କଲା ଓସିଏ

ଗୁଡାରି,୨୦।୪(ପ୍ରମୋଦ କୁମାର ପତି ): ଗୁଡାରି ସହରର ପାଇକ ସାହିର ୧୪ ବର୍ଷୀୟା ଝିଅ ଆୟୁଷା ଗଞ୍ଜାମ ଜିଲା ପାଇଁ ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ…

ଇରାନ ବୈଦେଶିକ ମନ୍ତ୍ରଣାଳୟର ବଡ଼ ବୟାନ; ବ୍ଲେମ୍ ଗେମ୍ ଖେଳୁଛି ଆମେରିକା, ଆଉ ଆଲୋଚନା ପାଇଁ…

ତେହରାନ,୨୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ । ଏହାରି ଭିତରେ ଇରାନ ସ୍ପଷ୍ଟ ଭାବରେ କହିଛି ଯେ ବର୍ତ୍ତମାନ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri