ପୁରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

ପୁରୀ ଅଫିସ,୧୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍‌ରୁ ଓହ୍ଲାଇ ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି। ୨ ଦିନିଆ ଓଡ଼ିଶା ଗସ୍ତରେ...

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି : ୫ଟାରୁ ରାତି ୯ଟା ଯାଏ ଦର୍ଶନ ବନ୍ଦ

ପୁରୀ ଅଫିସ,୯।୧୧: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି,...

ଘରକୁ ଫେରିଲେ ହବିଷିଆଳି

ପୁରୀ ଅଫିସ, ୯।୧୧: ଗୋଟିଏ ମାସ କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ସୋମବାର ନିଜ ନିଜ ଘରକୁ ଫେରିଛନ୍ତି ହବିଷିଆଳିମାନେ। ପୂର୍ବାହ୍ନରେ ଜିଲାପାଳ ସମର୍ଥ ବର୍ମା ଓ ଏସ୍‌ପି ଡ. କନୱର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚତ୍...

ରାମଚଣ୍ଡୀ ପୀଠରେ ପର୍ଯ୍ୟଟକଙ୍କୁ ଶୋଷଣ

କୋଣାର୍କ,୯।୧୧(ଡି.ଏନ୍‌.ଏ.): ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ପୀଠରେ ବେଆଇନ ପାର୍କିଂ ଫି ଆଦାୟ ନେଇ ସେବାୟତ ସଂଘ ଅଭିଯୋଗ କରିଛି। ପୂର୍ବରୁ ଏପରି କରୁଥିବାବେଳେ ପର୍ଯ୍ୟଟନ ଅଧିକାରୀଙ୍କ ବାରଣର କିଛି ଦିନ ପରେ ପୁନର୍ବାର ଫି ଆଦାୟ ହୋଉଥିବା ଅଭିଯୋଗ ହୋଇଛି।...

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

ପୁରୀ ଅଫିସ,୯ା ୧୧: କାର୍ତ୍ତିକ ପୂର୍ଣ୍ଣିମା ବା ପଞ୍ଚକ ଶେଷ ଦିବସରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ରନତ୍ସିଂହାସନ ଉପରେ ବିରାଜିତ ଶ୍ରୀବିଗ୍ରହଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ବେଶ...

ମହିଳା ଭକ୍ତଙ୍କୁ ଜେଟିପିଙ୍କ ଦୁର୍ବ୍ୟବହାର

ପୁରୀ ଅଫିସ, ୮ା୧୧:ଶ୍ରୀମନ୍ଦିରରେ ସୋମବାର ଜଣେ ହବିଷିଆଳିଙ୍କୁ ପୋଲିସ କର୍ମଚାରୀ ମାଡ ମାରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଜଣେ ବୃଦ୍ଧାଙ୍କୁ ଶ୍ରୀମନ୍ଦିର ପୋଲିସ (ଜେଟିପି) ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧାଙ୍କ ଝିଅ...

ମହିଳା ଭକ୍ତଙ୍କୁ ମାଡ ମରା ଘଟଣାରେ କାର୍ଯ୍ୟାନୁଷ୍ଠାନ: ହାବିଲଦାର ନିଲମ୍ବିତ

ପୁରୀ ଅଫିସ,୭।୧୧: ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମ୍ପୃକ୍ତ ସୁରକ୍ଷାକର୍ମୀ ତଥା ହାବିଲଦାର ପ୍ରଶାନ୍ତଙ୍କୁ ପୁରୀ ଏସ୍‌ପି କେ ବିଶାଲ ସିଂହ ନିଲମ୍ବିତ କରିଛନ୍ତି। ଅପରପକ୍ଷେ ମହିଳାଙ୍କ ଚିକିତ୍ସା ସଦର ହସ୍ପିଟାଲରେ କରାଯାଉଛି। ପ୍ରକାଶ...

ଫସଲବୀମା ପ୍ରଦାନରେ ଅବହେଳା, ଆଗକୁ ଚାଷୀଙ୍କ ଆନ୍ଦୋଳନ ଜୋରଦାର୍‌

ସାକ୍ଷୀଗୋପାଳ,୭।୧୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ପ୍ରଦାନରେ ଅବହେଳା ଅଭିଯୋଗ କରି ସତ୍ୟବାଦୀ ବ୍ଲକର ଶୁକଳ ଓ ଆଳିଶ ପଞ୍ଚାୟତର ଶତାଧିକ ଚାଷୀ ଆନ୍ଦୋଳନ ଡାକରା ଦେଇଛନ୍ତି। ନୂଆ ଜଗନ୍ନାଥ ସଡ଼କ ପାଶର୍‌ବ ମହାବୀର ମନ୍ଦିରରେ ସୋମବାର ଏକ ପ୍ରତିବାଦ ସଭାରେ...

ଖାକିରେ ଲାଗିଲା ଦାଗ: ହବିଷିଆଳିଙ୍କୁ ମାଡ ମାରି ମୁଣ୍ଡ ଫଟାଇଲା ପୋଲିସ

ପୁରୀ ଅଫିସ, ୭।୨୨: ଶ୍ରୀମନ୍ଦିର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ଜଣେ ହବିଷିଆଳିଙ୍କ ମୁଣ୍ଡକୁ ମାଡ ମାରିଛନ୍ତି। ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର...

ମହାପ୍ରଭୁଙ୍କ ନୀତିକାନ୍ତିରେ ବାରମ୍ବାର ବିଳମ୍ବ ଘଟଣା: ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା ଦାୟୀ

ପୁରୀ ଅଫିସ, ୭ା୧୧:ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ପୁରୀ ଆସୁଛନ୍ତି। ସେହିପରି ପୁରୀରେ ରହି ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ତେଣୁ...

ଶ୍ରୀଶଙ୍କରାନନ୍ଦ ମଠର ବିକାଶକୁ ଗୁରୁତ୍ୱ

ପୁରୀ ଅଫିସ, ୭ା୧୧:ଶ୍ରୀଶଙ୍କରାନନ୍ଦ ମଠ ଐତିହ୍ୟ ପୁସ୍ତକର ଉନ୍ମୋଚନ ଉତ୍ସବ ରବିବାର ମଠ ପରିସରରେ ଟ୍ରଷ୍ଟବୋର୍ଡ଼ ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କହିଥିଲେ, ଦୃଶ୍ୟମାନ...

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

ପୁରୀ ଅଫିସ, ୫।୧୧: ଧର୍ମର ମାସ କାର୍ତ୍ତିକ ଚାଲିଛି। ଏ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ପଞ୍ଚକର ଦ୍ୱାଦଶୀ ତିଥିରେ ଶନିବାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପଞ୍ଚକରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri