ସାକ୍ଷୀଗୋପାଳ ଗସ୍ତରେ ଜିଲାପାଳ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ସାକ୍ଷୀଗୋପାଳ,୨୯।୮(କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ରୁପରେଖ ନେଇ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଏବଂ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନ୍ୟ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ସହ ଶୁକ୍ରବାର ସାକ୍ଷୀଗୋପାଳ ଗସ୍ତ କରିଥିଲେ ।

ସାକ୍ଷୀଗୋପାଳ ମନ୍ଦିର ମୁଖ୍ୟ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଆର୍‌ଏମ୍‌ସି ମଧ୍ୟରେ ମାର୍କେଟ କମ୍ପ୍ଲେକ୍ସ କରି ଥଇଥାନ କରିବା ପାଇଁ ଭିତିଭୂମି ଅନୁଧ୍ୟାନ କରିଥିଲେ। ରେଳ ଓଭରବ୍ରିଜ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ପରେ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀର ଦୁରାବସ୍ଥା ସୁଧାର ଆଣିବା ସହ ପୁରାତନ ଧର୍ମଶାଳାର ପୁନରୁଦ୍ଧାର ଏବଂ ସଂଲଗ୍ନ ମାର୍କେଟ କମ୍ପ୍ଲେକ୍ସ ନେଇ ବିଧାୟକ ଓ ଜିଲାପାଳ ଅଧିକାରୀଙ୍କୁ ଖସଡ଼ା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମନ୍ଦିର ପାରିପାଶର୍‌ବିକ ଉନ୍ନୟନ ପ୍ରକଳ୍ପ ଡିଜାଇନ ଦେଖିବା ପରେ ଏହାର ପରିବର୍ତ୍ତନ ସହିତ ସ୍ବଳ୍ପ ରକ୍ଷଣାବେକ୍ଷଣ ଦିଗପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସତ୍ୟବାଦୀର ଦୁଇଟି ପୁରାତନ ବିଦ୍ୟାଳୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଆବଶ୍ୟକ ବିକାଶ ପାଇଁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ବିଧାୟକ ମିଶ୍ର ଏହାର କଳେବର ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷା ପ୍ରତି ରାଜ୍ୟ ସରକାର ୫୦ କୋଟି ବ୍ୟୟ ବରାଦ କରିଥିବା ଅବଗତ କରାଇଥିଲେ। ଏପରି କି ଏହାକୁ କେନ୍ଦ୍ର ବିଶ୍ବବିଦ୍ୟାଳୟ ଭାବେ ଗଢିତୋଳିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରସ୍ତାବ ରଖିଥିବା କହିଥିଲେ।

ଐତିହାସିକ ବକୁଳନର ଜରାଜୀର୍ଣ୍ଣ ଅସ୍ଥା ଦେଖି ବିଧାୟକ ବିରକ୍ତି ପ୍ରକାଶ କରିବା ସହ ଏଥିପାଇଁ ପ୍ରସ୍ତୁତ ଡିଜାଇନର ବ୍ୟାପକ ପରିବର୍ତ୍ତନ କରିବା ପାଇଁ କହିଥିଲେ। ଏହାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇ, ସ୍ଥାନୀୟ ଲୋକଙ୍କ ମତାମତକୁ ପ୍ରାଧାନ୍ୟ ଦେଇ ଡିଜାଇନ ପ୍ରସ୍ତୁତ କରିବାକୁ କହିବା ସହିତ ପରିଚାଳନା ନିମନ୍ତେ ଆୟଭିତିକ ପ୍ରକଳ୍ପରେ ପରିଣତ କରିବାକୁ ଜିଲାପାଳ କହିଥିଲେ। ପରେ ଅଧିକାରୀମାନଙ୍କ ସହ ଜିଲାପାଳ ଓ ବିଧାୟକ ମେଗା ପାନୀୟ ଜଳ ପ୍ରକଳ୍ପ ଅଗ୍ରଗତି ଓ ଐତିହ୍ୟ ଗ୍ରାମ ସୁଆଣ୍ଡୋ ଗସ୍ତ କରିଥିଲେ।

ସତ୍ୟବାଦୀ ତହସିଲଦାର ଆଲୋକ ଦେହୁରୀ, ବିଡ଼ିଓ ଲିପ୍ସା ରାୟ, ଥାନା ଆଇଆଇସି ଉମେଶ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ସେବାୟତ ସଂଘ କର୍ମକର୍ତ୍ତା, ଜଳସେଚନ, ରାସ୍ତା ଓ ଗୃହନିର୍ମାଣ ବିଭାଗର ଯନ୍ତ୍ରୀଙ୍କ ସହିତ ଲୋକପ୍ରତିନିଧି ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri